ନିର୍ବାଚନରେ ବିଜେଡ଼ି ପୁଣି ବାଜିମାତ୍

68

ଭୁବନେଶ୍ୱର: ପୁଣି ବିଜେଡ଼ି କିଙ୍ଗ୍ । ନିକଟରେ ହୋଇଥିବା ପୌରାଞ୍ଚଳ ଉପ ନିର୍ବାଚନରେ ବିଜେଡ଼ି ପୁଣି ବାଜିମାତ୍ କରିଛି । ୪ ଟି ପୌରାଞ୍ଚଳ ଉପ-ନିର୍ବାଚନରେ ବିଜେଡ଼ି ବିଜୟୀ ହୋଇଛି । ଏପରିକି ବିରୋଧୀମାନେ ବିଜେଡି ପ୍ରାର୍ଥୀ ପାଇଥିବା ଭୋଟ୍ ର ପାଖ ମାଡ଼ିପାରି ନାହାଁନ୍ତି ।

ଚିକିଟି ଏନଏସି ଓ୍ୱାର୍ଡ ଉପନିର୍ବାଚନରେ ବିଜେଡି ବିଜୟୀ ହୋଇଛି । 3 ନମ୍ବର ଓ୍ୱାର୍ଡରେ ବିଜେଡି ପ୍ରାର୍ଥୀ ହରପ୍ରସାଦ ଚୌଧୁରୀ ବିଜୟୀ ହୋଇଛନ୍ତି । ମୋଟ୍ 501 ଭୋଟ୍ ମଧ୍ୟରୁ ହରପ୍ରସାଦଙ୍କୁ 484 ଖଣ୍ଡ ଭୋଟ୍ ମିଳିଛି । ବିଜେପି ପ୍ରାର୍ଥୀଙ୍କୁ ମାତ୍ର 15ଖଣ୍ଡ ଭୋଟ୍ ରେ ସନ୍ତୁଷ୍ଟ ହେବାରୁ ପଡ଼ିଛି ।

ଏହା ସହ ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀ ଜି ଉଦୟଗିରି NAC ଅଧକ୍ଷ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କ ବିଜୟ ହୋଇଛି । ବିଜେଡି ପ୍ରାର୍ଥୀନୀ ଦେବସ୍ମିତା ଶତପଥୀଙ୍କୁ ୩୧୧୧ ଖଣ୍ଡ ଭୋଟ ମିଳିଛି । ସେହିପରି ବିଜେପି ପ୍ରାର୍ଥୀ ରଞ୍ଜିତା ନାୟକ ମାତ୍ର ୭୩୭ ଖଣ୍ଡ ଭୋଟ ପାଇଛନ୍ତି । କଂଗ୍ରେସର ମଧୁଲିନା ଦିଗଲଙ୍କୁ 614 ଭୋଟ୍ ମିଳିଛି । ସେହିପରି ଯୋଡ଼ା ପୌରପରିଷଦ 8 ନମ୍ବର ୱାର୍ଡ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଶୁଭମ୍ ନାଏକ 806 ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ବିଜେପି ପ୍ରାର୍ଥୀ ୨୨୯ ଖଣ୍ଡ ଭୋଟ ପାଇଛନ୍ତି ।

Comments are closed, but trackbacks and pingbacks are open.