ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ଅବସ୍ଥିତ ପ୍ରସିଦ୍ଧ ବଦ୍ରିନାଥ ଧାମରୁ ଦାନ ପାଣ୍ଠି ଚୋରି ମାମଲାରେ ବିଶେଷ ତଦନ୍ତକାରୀ ଦଳ (SIT) ଆଜି ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବଦ୍ରି-କେଦାର ମନ୍ଦିର କମିଟିର ପୂର୍ବତନ ଅଧିକାରୀ ରାଜେନ୍ଦ୍ର ସିଂ ଚୌହ୍ୱାନଙ୍କୁ ଏସଆଇଟି ଗିରଫ କରିଛି। ସୂଚନା ଅନୁଯାୟୀ, ରାଜେନ୍ଦ୍ର ସିଂ ଚୌହ୍ୱାନ ଗତ ଜୁନ୍ ୩୦ ତାରିଖରେ ନିଜ ପଦବୀରୁ ଅବସର ନେଇଥିଲେ। ଅବସର ଗ୍ରହଣ କରିବାର କିଛି ଦିନ ମଧ୍ୟରେ ହିଁ ଏସଆଇଟି ତାଙ୍କୁ ଏହି ଚୋରି ମାମଲାରେ ଗିରଫ କରିଛି। ବର୍ତ୍ତମାନ ତାଙ୍କୁ ଅଧିକ ପଚରାଉଚରା କରାଯାଉଥିବା ବେଳେ ଜେରା ପରେ ଏହି ମାମଲାରେ ଆହୁରି ଅନେକ ଗୁପ୍ତ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।
Comments are closed, but trackbacks and pingbacks are open.