ପଛୁଆବର୍ଗ ସଂରକ୍ଷଣ ରାଜନୀତି : ଲୋକଙ୍କ ଅଧିକାର ପାଇଁ ସବୁ ପଂଚାୟତରେ ଦସ୍ତଖତ ଅଭିଯାନ ଚଳାଇବ ବିଜେପି

17

ରାଜ୍ୟ ପଂଚାୟତ ନିର୍ବାଚନରେ ପଛୁଆବର୍ଗଙ୍କୁ ସଂରକ୍ଷଣ ଦେବା ପ୍ରସଙ୍ଗରେ ରାଜନୀତି ଜୋର ଧରିଛି I ଏ ସମ୍ପର୍କରେ ରାଜ୍ୟ ବିଜେପି ପକ୍ଷରୁ କୁହାଯାଇଛି କି ସଂରକ୍ଷଣ କୁ ନେଇ ପ୍ରତି ପଂଚାୟତ ସ୍ତରରେ ଦସ୍ତଖତ ଅଭିଯାନ ଆରମ୍ଭ କରାଯିବ I ଆଜି ବିଜେପି ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ଇ ରାଜ୍ୟର ପ୍ରତି ପଞ୍ଚାୟତରେ ଦସ୍ତଖତ ସଂଗ୍ରହ ଅଭିଯାନ କରିବ ଦଳ । ୮ ତାରିଖ ଯାଏଁ ସବୁ ବ୍ଲକ୍ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ଦେବ ଦଳ । ୫୦ ଲକ୍ଷ ଦସ୍ତଖତ ସଂଗ୍ରହ କରି ରାଜ୍ୟପାଳଙ୍କୁ ବି ପ୍ରଦାନ କରିବ ବୋଲି ବିଜେପି ଓବିସି ମୋର୍ଚ୍ଚା ସାମ୍ବାଦିକ ସମ୍ମଳନୀ କରି ଘୋଷଣା କରିଛି । ଓବିସି ବର୍ଗଙ୍କୁ ସମ୍ବିଧାନିକ ଅଧିକାରରୁ ବଞ୍ଚିତ କରାଯାଉଛି ବୋଲି ଅଭିଯୋଗ କରିବା ସହ ଆବଶ୍ୟକ ପଡିଲେ କୋର୍ଟଙ୍କ ଦ୍ବାରସ୍ଥ ହେବାକୁ ଦଳ ଚେତାବନୀ ଦେଇଛି । ଏହା ସାଇଟ ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି କି ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ରାଜ୍ୟ ସରକାର ପଛୁଆ ବର୍ଗଙ୍କ ପ୍ରତି ବୈମାତୃକ ମନୋଭାବ ପ୍ରଦର୍ଶନ କରିବା ସହ କୋର୍ଟଙ୍କ ଆଳ ଦେଖାଇ ପଛୁଆ ବର୍ଗଙ୍କୁ ସଂରକ୍ଷଣରୁ ବଂଚିତ କରାଇବାକୁ ଷଡ଼ଯନ୍ତ୍ର କରିବା ଅତ୍ୟନ୍ତ ଦୁର୍ଭଗ୍ୟଜନକ ଏବଂ ପଛୁଆ ବର୍ଗ ବିରୋଧୀ । ସମାନ ପରିସ୍ଥିତିରେ ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ କେନ୍ଦ୍ର ସରକାର ପଛୁଆ ବର୍ଗ ସଂରକ୍ଷଣ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବାବେଳେ ଓଡ଼ିଶା ସରକାର ଉଦାସୀନ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନ।

ସେପଟେ ଜବାବରେ ବିଜେଡି କହିଛି ପଛୁଆ ବର୍ଗ ସଂରକ୍ଷଣ ଜାତୀୟ ସମସ୍ୟା । ରାଜ୍ୟ ସରକାର ଜନଗଣନା ବେଳେ ପଛୁଆବର୍ଗଙ୍କ ଗଣନା ଲାଗି ଏକ କଲମ ରଖିବାକୁ କେନ୍ଦ୍ରକୁ ଚିଠି ଲେଖିଥିଲେ ହେଲେ କେନ୍ଦ୍ର ସରକାର ତାହା ଗ୍ରହଣ କଲେନି । କେନ୍ଦ୍ର ଚାହିଁଲେ ସମସ୍ୟା ସମଧାନ ହୋଇପାରିବ ।

Leave A Reply

Your email address will not be published.