ବିଜେଡି ନେତା ବବି ଦାସଙ୍କ ନାଁରେ ମାମଲା ରୁଜୁ…

189

ନୂଆପଡ଼ା: ନୂଆପଡ଼ା କୋମନା ଥାନାରେ ବବି ଦାସ ଓ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ନାଁରେ ଅଭିଯୋଗ କଲେ କୋମନାର ଆଦିବାସୀ ଯୁବକ। ବିଜେଡି ନେତା ମନୋଜ ମିଶ୍ରଙ୍କ ଫାର୍ମ ହାଉସ୍‌କୁ ଡାକି କାହିଁକି ବିଜେଡି ଛାଡ଼ି ବିଜେପିରେ ବୁଲୁଛି କହି ଧମକାଇବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ପିଟିଥିବା ନେଇ ଏତଲାରେ ଉଲ୍ଲେଖ ରହିଛି । ଏହା ବ୍ୟତୀତ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ କୋମନା ଥାନା ଆଇଆଇସି ଓ ଖରିଆର ଏସଡିପିଓ ଫାର୍ମହାଉସରୁ ଉଦ୍ଧାର କରିଥିବା କହିଛନ୍ତି ଯୁବକ ଜଣକ । ପୋଲିସ ଉଦ୍ଧାର କରିନଥିଲେ ଜୀବନ ପାଇ ପାରିନଥାନ୍ତି ବୋଲି ଅଭିଯୋଗକାରୀ ଯୁବକ କହିଛନ୍ତି । କୋମନା ଥାନାରେ ଯୁବକଙ୍କ ଲିଖିତ ଅଭିଯୋଗ ଅଧାରରେ ମାମଲା ରୁଜୁ କରାଯାଇଛି। BNS ୧୨୬ (୨), ୨୯୬, ୧୧୫ (୨), ୩୫୧ (୨) ଓ ୩ (୫) ବବି ଦାସଙ୍କ ସହ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ନାଁରେ ମଧ୍ୟ ମାମଲା ହୋଇଛି । ଏହି ଘଟଣାରେ ବବି ଦାସ ଓ ଅଧିରାଜ ପାଣିଗ୍ରାହୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Comments are closed, but trackbacks and pingbacks are open.