ବଢିଲା ବାବାଙ୍କ ଅଡୁଆ; କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

226

ନୂଆଦିଲ୍ଲୀ: ବଢିଲା ବାବା ରାମଦେବଙ୍କ ଅଡୁଆ । ଅବମାନନା ବିଜ୍ଞପ୍ତିର ଉତ୍ତର ନଦେବାରୁ ଆୟୁର୍ବେଦିକ କମ୍ପାନୀ ପତଞ୍ଜଳି ଆୟୁର୍ବେଦର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକ୍ରିଷ୍ଣା ଓ ବାବା ରାମଦେବଙ୍କୁ ପରବର୍ତ୍ତୀ ଶୁଣାଣିରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ପତଞ୍ଜଳି ଆୟୁର୍ବେଦର ବିଭ୍ରାନ୍ତକାରି ବିଜ୍ଞାପନକୁ ନେଇ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ତାଙ୍କ ବିରୋଧରେ ଅବମାନନା କାର୍ଯ୍ୟ କାହିଁକି ଆରମ୍ଭ ହେବ ନାହିଁ ବୋଲି କୋର୍ଟ ବାବା ରାମଦେବଙ୍କୁ ପଚାରିଛନ୍ତି?

କୋର୍ଟରେ ଶୁଣାଣି ସମୟରେ ରାମଦେବଙ୍କ ଓକିଲ ମୁକୁଲ ରୋହତଗୀଙ୍କୁ ଏପର୍ଯ୍ୟନ୍ତ କାହିଁକି ଉତ୍ତର ଦାଖଲ କରାଯାଇ ନାହିଁ ବୋଲି ପ୍ରଶ୍ନ କରିଥିଲେ ସୁପ୍ରିମକୋର୍ଟ । ଏହା ସହ ବର୍ତ୍ତମାନ ଆପଣଙ୍କ ମହକିଲଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯିବ । ଆଚାର୍ଯ୍ୟ ବାଲକ୍ରିଷ୍ଣା ଏବଂ ବାବା ରାମଦେବ ଉଭୟଙ୍କୁ କୋର୍ଟରେ ହାଜର ହେବାକୁ ପଡ଼ିବ। ବର୍ତ୍ତମାନ ମାମଲାର ଶୁଣାଣି ସ୍ଥଗିତ ହେବ ନାହିଁ ବୋଲି କୋର୍ଟ କଡା ଆଭିମୁଖ୍ୟତାର ସହ ସ୍ପଷ୍ଟ ଭାବେ କହିଛନ୍ତି ।

ଜଷ୍ଟିସ ହିମା କୋହଲି ଏବଂ ଜଷ୍ଟିସ ଅହସାନୁଦ୍ଦିନ ଅମାନୁଲ୍ଲାଙ୍କ ଦ୍ଵାରା ଗଢିତ ଏକ ଖଣ୍ଡପୀଠ କମ୍ପାନୀ ତଥା ଏହାର ଏମଡି ଆଚାର୍ଯ୍ୟ ବାଲକ୍ରିଷ୍ଣାଙ୍କୁ ଏକ କାରଣ ଦର୍ଶାଇ ନୋଟିସ ଜାରି କରି କହିଛନ୍ତି ଯେ, ସମଗ୍ର ଦେଶକୁ ପ୍ରତାରଣା କରାଯାଉଛି । ବାସ୍ତବରେ, ସୁପ୍ରିମକୋର୍ଟ ପୂର୍ବରୁ ପତଞ୍ଜଳି ଆୟୁର୍ବେଦ ଔଷଧୀୟ ଚିକିତ୍ସା ବିଷୟରେ ବିଭ୍ରାନ୍ତକାରୀ ବିଜ୍ଞାପନ ପ୍ରକାଶନ ଜାରି ରଖିଥିବାରୁ ତାଙ୍କୁ ଅବମାନନା ନୋଟିସ୍ ଜାରି କରିଥିଲେ। ଆଜି ଏହି ମାମଲାର ଶୁଣାଣି ବେଳେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ପତଞ୍ଜଳୀ ନିଜର ପ୍ରଡକ୍ଟ ବିକ୍ରି ପାଇଁ ମିଛ ଓ ବିଭ୍ରାନ୍ତିକର ବିଜ୍ଞାପନ ଦେଉଥିବାରୁ ସୁପ୍ରିମକୋର୍ଟ ପୂର୍ବରୁ ଏନେଇ ଚେତାବନୀ ଦେଇଥିଲେ। ଏଥିସହ ଏପରି କାମ ଆଗକୁ ଜାରି ରଖିଲେ ପତଞ୍ଜଳୀ ଉପରେ ଫାଇନ ଲଗାଯିବ ବୋଲି କହିଥିଲେ ସର୍ବୋଚ୍ଚ ଅଦାଲତ କହିଥିଲେ । ଉଭୟ ଆୟୁଷ ମନ୍ତ୍ରଣାଳୟ ଏବଂ ଉତ୍ତରାଖଣ୍ଡ ରାଜ୍ୟ ଲାଇସେନ୍ସ ପ୍ରାଧିକରଣ (SLA) ମଧୁମେହ, ମେଦବହୁଳତା, ଥାଇରଏଡ ଏବଂ ହୃଦରୋଗ ପାଇଁ ଏହାର ଔଷଧର ବିଭ୍ରାନ୍ତିକର ବିଜ୍ଞାପନ ଉପରେ ପତଞ୍ଜଳି ଆୟୁର୍ବେଦର ବିରୋଦ୍ଧ କରୁଥିଲେ ।

୨୦୨୩ ନଭେମ୍ବର ୨୯ରେ ଇଣ୍ଡିଆନ ମେଡିକାଲ ଆସୋସିଏସନର ଆବେଦନ ଉପରେ ପତଞ୍ଜଳି ଉପରେ କଡ଼ା ଆକ୍ଷେପ ଗ୍ରହଣ କରିଥିଲେ ସୁପ୍ରିମକୋର୍ଟ। ଆଲୋପାଥିକୁ ନେଇ ପତଞ୍ଜଳି ପକ୍ଷରୁ ବିଭିନ୍ନ ବୟାନ ସହ ଟିକା ବ୍ୟବସ୍ଥାକୁ ସମାଲୋଚନା କରିବା ଘଟଣାକୁ ନେଇ ସୁପ୍ରିମକୋର୍ଟ ନିନ୍ଦା କରିଥିଲେ।

Comments are closed, but trackbacks and pingbacks are open.