ଅପରେସନ୍ ‘ସିନ୍ଦୂର’କୁ ନେଇ ବାବାଙ୍କ ମତ….

141

ଆତଙ୍କୀଙ୍କ ଘରକୁ ମାଟିରେ ମିଶେଇଦେବୁ, କହିଥିଲେ ମୋଦି | ଆଉ ମେ’ ୭ରେ ପହଲଗାମ ଆକ୍ରମଣର ପ୍ରତିଶୋଧ ନେଲା ଭାରତ । ମଝି ରାତିରେ ପାକିସ୍ତାନ ଉପରେ ଭାରତ କଲା ଏୟାର ଷ୍ଟ୍ରାଇକ । ପିଓକେର ୯ଟି ସ୍ଥାନରେ ବାୟୁସେନା କରିଛି ମିସାଇଲ୍ ମାଡ଼ । ପିଓକେରେ ଥିବା ଆତଙ୍କୀ ଆଡ୍ଡା ଉପରେ ଭୟଙ୍କର ଆକ୍ରମଣ କରିଥିଲା ଭାରତୀୟ ବାୟୁସେନା । ଅପରେସନ ‘ସିନ୍ଦୂର’ ମାଧ୍ୟମରେ ଭାରତ ଆକ୍ରମଣ କରିଛି । ଆକ୍ରମଣରେ ଶତାଧିକରୁ ଅଧିକ ଆତଙ୍କୀ ନିପାତ ହୋଇଥିବା ସୂଚନା ମିଳିଛି । ଏବେ ଏହା ଉପରେ ଯୋଗଗୁରୁ ବାବା ରାମଦେବ ନିଜ ପ୍ରତିକ୍ରିୟା ଦେଇ ଶତ୍ରୁଦେଶ ଏବଂ ଆତଙ୍କବାଦକୁ କଡ଼ା ଶବ୍ଦରେ ନିନ୍ଦା କରିଛନ୍ତି ।
ହରିଦ୍ୱାରର ଯୋଗ ଶିବିରରେ ବାବା ରାମଦେବ କହିଥିଲେ ,’ଭାରତୀୟ ସେନା ନିଜ ପରାକ୍ରମ ଦେଖାଇ ଆତଙ୍କୀସ୍ଥାନ ପାଲଟିଥିବା ପାକିସ୍ତାନକୁ ଯେଉଁ ପାନେ ଚଖାଇଛି ତାହା ଶତ୍ରୁଦେଶ କେବେ ବି ଭୁଲି ପାରିବନାହିଁ । ନିରୀହ ନାଗରିକଙ୍କୁ ନିର୍ମମ ଭାବେ ମାରି , ସ୍ତ୍ରୀଙ୍କ ମୁଣ୍ଡରୁ ସିନ୍ଦୂର ପୋଛି ପାପ କରିଥିଲେ ଆତଙ୍କୀ । ଯାହାର ଜବାବ୍ ଅପରେସନ୍ ‘ସିନ୍ଦୂର’ ମାଧ୍ୟମରେ ଦେଇଛି ଭାରତ । ଭାରତୀୟ ସେନାର ସିଂହମାନେ ଆତଙ୍କବାଦୀଙ୍କୁ ନର୍କକୁ ପଠାଇଛି । ଜଳ,ସ୍ଥଳ ଏବଂ ବାୟୁସେନାର ଯବାନ ପାକିସ୍ତାନ ଉପରେ ଏମିତି ପ୍ରହାର କରନ୍ତୁ ଯେ POK ର ନାଁ ଭାରତରୁ ଲିଭିଯାଉ । ଲାହୋର ଏବଂ କରାଚିରେ ମଧ୍ୟ ଭାରତର ଧ୍ୱଜା ଫରଫର ଉଡୁ ।’ ଯୋଗଗୁରୁ ଆତଙ୍କୀ ସଂଗଠନକୁ ଫଣ୍ଡ ଯୋଗାଉଥିବା ଲୋକଙ୍କ ଉପରେ ମଧ୍ୟ କଡ଼ା ପଦକ୍ଷେପ ନେବାକୁ କହିଛନ୍ତି । ସେ କହିଛନ୍ତି ,ମସଜିଦ୍ ହେଉ କି ଜଙ୍ଗଲ ଆତଙ୍କୀ ଯେଉଁଠାରେ ଲୁଚିଛନ୍ତି ତାଙ୍କୁ ଖୋଜି ଖୋଜି ମାରନ୍ତୁ ଭାରତୀୟ ସେନାର ଯବାନମାନେ ।

Comments are closed, but trackbacks and pingbacks are open.