ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ବି.ଟେକ୍ ପାଠ୍ୟକ୍ରମ ଆରମ୍ଭ

33

ନୂଆଦିଲ୍ଲୀ : ଚଳିତ ଶିକ୍ଷାବର୍ଷରୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପ୍ରଥମ ଥର ଇଞ୍ଜିନିୟରିଂ (ବି.ଟେକ୍‌) ପାଠ୍ୟକ୍ରମ ଆରମ୍ଭ କରାଯିବ ବୋଲି ଜଣାପଡିଛି । ଜେଇଇ ମେନ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କ ମାର୍କକୁ ଆଧାର କରି ଇଞ୍ଜିନିୟରିଂ ପାଠ୍ୟକ୍ରମର ତିନିଟି ବିଭାଗ ଯଥା କମ୍ପ୍ୟୁଟର ସାଇନ୍ସ, ଇଲେକ୍‌ଟ୍ରୋନିକ୍ସ ଓ କମ୍ୟୁନିକେସନ ଏବଂ ଇଲେକ୍‌ଟ୍ରିକାଲରେ ଛାତ୍ରଛାତ୍ରୀଙ୍କୁ ନାମ ଲେଖାଇବାର ସୁଯୋଗ ମିଳିବ ବୋଲି କୁହାଯାଇଛି ।

ଏଥିପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଅନୁମତି ମିଳିସାରିଛି । ଆସନ୍ତା ଶୁକ୍ରବାର ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଏକ୍‌ଜିକ୍ୟୁଟିଭ୍ କାଉନସିଲ ବୈଠକରେ ଏହି ପ୍ରସ୍ତାବ ଆଗତ କରାଯିବ । ଇଞ୍ଜିନିୟରିଂ ବିଭାଗ ପାଇଁ ୭୨ଟି ଅଧ୍ୟାପକ ଏବଂ ୪୮ଟି ନନ୍ ଟିଚିଙ୍ଗ୍ ପଦ ସୃଷ୍ଟି କରାଯିବ । ବର୍ତ୍ତମାନ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଶିକ୍ଷାଦାନ କରାଯିବ । ପରବର୍ତ୍ତୀ ସମୟରେ ଏଥିପାଇଁ ଉପଯୁକ୍ତ ସ୍ଥାନରେ ବିଲ୍ଡିଂ ଓ ଅନ୍ୟାନ୍ୟ ଭିତ୍ତିଭୂମି ନିର୍ମାଣ କରାଯିବ ବୋଲି ଜଣାପଡିଛି ।

Comments are closed, but trackbacks and pingbacks are open.