ଜବରଦଖଲ ହୋଇଥିବା ସରକାରୀ କ୍ୱାର୍ଟର୍ସ ଉଚ୍ଛେଦ କଲା ବି ଡି ଏ

239

ଭୁବନେଶ୍ୱର: ଦୀର୍ଘଦିନ ଧରି ଭୁବନେଶ୍ୱରରେ ଜବରଦଖଲ ହୋଇଥିବା ସରକାରୀ କ୍ୱାର୍ଟର୍ସଗୁଡିକୁ ଉଚ୍ଛେଦ କରିଛି ବିଡିଏ । ବିଡିଏ ଏନଫୋର୍ସମେଣ୍ଟ ଟିମ ଏସବୁର ଯାଞ୍ଚ କରି ଉଚ୍ଛେଦ କରିଛି । ବିଡିଏ ସମେତ Optcl, watco,GA dept, କମିସନରେଟ ପୁଲିସ, road and building dept ଓ pwd ବିଭାଗର ମିଳିତ ସହଯୋଗରେ ଏହି ଉଚ୍ଛେଦ କରାଯାଇଛି । ରାଜମହଲରୁ ମାଷ୍ଟ୍ର କ୍ୟାଣ୍ଟିନ ଯିବା ରାସ୍ତାରେ ଥିବା ଏହି କ୍ୱାର୍ଟର ଗୁଡିକ ଦୀର୍ଘ ଦିନ ଧରି ବାହାରୁ ବନ୍ଦ ପଡିଥିବା ମନେ ହେଉଥିବା ବେଳେ ୟା ଭିତରେ ଚାଲିଥିଲା ବିଭିନ୍ନ ବ୍ୟବସାୟ । କିଏ ନିଜର ଦୋକାନ ବଜାର କାମ କରୁଛନ୍ତି ତ ଆଉ କିଏ ଏଠି ପରିବାର ନେଇ ରହୁଛନ୍ତି । ରାଜମହଲ ଛକକୁ ଲାଗିଥିବା ବେତ ଦୋକାନର ବେତ ତିଆରି ଜିନିଷ ଏଠାରେ କାମ ଚାଲିଛି । ଏମିତିକି ଅନେକ ଲୋକଙ୍କ ପାଖରୁ ଭଡା ନେଇ ଘର ଯୋଗାଇ ଦିଆଯାଇଥିବା କହିଛନ୍ତି ଭଡା ଦେଉଥିବା ଲୋକ । ମିଳିଥିବା ତଥ୍ୟ ଆଧାରରେ ଭୁବନେଶ୍ୱରରେ ପାଖାପାଖି ୯୦ ରୁ ଉର୍ଦ୍ଧ୍ବ କ୍ୱାର୍ଟର ବର୍ତ୍ତମାନ ଜବରଦଖଲରେ ଅଛି ।

Comments are closed, but trackbacks and pingbacks are open.