ଅଜିଜୁଲ୍ଲା ଫଜଲି ଆଫଗାନିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ହେଲେ

28

ଅଗଷ୍ଟ ୧୫ ତାରିଖ ରେ ତାଲିବାନ ଆଫଗାନିସ୍ତାନ ଦଖଲ କରିବାପରଠୁ ସବୁ କ୍ଷେତ୍ରରେ ନିଜର କାୟା ବିସ୍ତାର କରିଚାଲିଛି I ଏହି ସମୟ ରେ ଆଫଗାନିସ୍ତାନ ରେ ପ୍ରତି ସମୟରେ ବଦଳୁଛି ଚିତ୍ର। ଲୋକମାନେ ଭୟ ଓ ଆତଙ୍କ ଭିତରେ ରହୁଛନ୍ତି I ସେମାନେ ତାଙ୍କ ଭବିଷ୍ୟତକୁ ନେଇ ଅନିଶ୍ଚିତତା ଭିତରେ ରହୁଥିବା ବେଳେ ଅନେକ ସ୍ଥାୟୀ ବାସିନ୍ଦା ଆଫଗାନିସ୍ତାନ ଛାଡିବାକୁ ବାଧ୍ୟ ହେଉଥିବାର ଦେଖିବାକୁ ମିଲୁଛି। ଆଫ୍ଗାନ ସରକାର ଙ୍କ ସମସ୍ତ କାର୍ଯ୍ୟାଳୟ କୁ ତାଲିବାନ ନିଜ କବ୍ଜା କୁ ନେଇ ଯାଇଛି ,ଏହାରି ଭିତରେ ତାଲିବାନ କ୍ରିକେଟ୍ ବୋର୍ଡ ଏବଂ ଷ୍ଟାଡିୟମକୁ ମଧ୍ୟ ନିଜ ଦଖଲକୁ ନେଇଛି।
ଏହାପରେ ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ (ଏସିବି)ରେ ତାଲିବାନ ନିଜ ଇଛା ଅନୁସାରେ ଏକ ବଡ଼ ଧରଣର ଅଦଳବଦଳ କରିଛି । ଏହାର ନୂଆ ଅଧ୍ୟକ୍ଷ ଅଜିଜୁଲ୍ଲା ଫଜଲି (ଏସିବି) ହୋଇଛନ୍ତି। ରବିବାର ସେ ଏସିବିର ଏହି ପଦରେ ନିଯୁକ୍ତି ହୋଇଛନ୍ତି। ତାଲିବାନ ପ୍ରତିନିଧୀମାନେ ଏସିବି କାର୍ଯ୍ୟାଳୟର ଅଧିକାରୀଙ୍କ ସହ ଏକ ବୈଠକ କରିଥିଲେ, ଏହା ପରେ କ୍ରିକେଟ୍ ବୋର୍ଡର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଦରେ ଥିବା ରେଜିଙ୍କୁ ଅଜିଜୁଲ୍ଲାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ହୋଇଥିଲା।
ଏସିବି ପକ୍ଷରୁ ଟୁଇଟ୍ କରି କୁହାଯାଇଛି ଯେ, ପୂର୍ବତନ ଏସିବି ଅଧ୍ୟକ୍ଷ ଫଜଲିଙ୍କୁ ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ସେ ଆଗାମୀ ଦିନରେ ହେବାକୁ ଥିବା ମ୍ୟାଚ ଏବଂ ଅନ୍ୟାନ୍ୟ କାମର ତଦାରଖ କରିବେ। ଏହାପୂର୍ବରୁ ଯେତେବେଳେ ଅଜିଜୁଲ୍ଲା ଏସିବିର ଚେୟାରମ୍ୟାନ୍ ହୋଇଥିଲେ ସେତେବେଳେ ଅତିଜ ମଶଲ ଏହି ପଦରୁ ଇସ୍ତଫା ଦେଇଥିଲେ। ଫଜଲି ସେପ୍ଟେମ୍ବର ୨୦୧୮ ରୁ ଜୁଲାଇ ୨୦୧୯ ପର୍ଯ୍ୟନ୍ତ ଏହି ପଦରେ ଥିଲେ। ସେ ଏହି ପଦରୁ ହଟିବା ପରେ ଫରହାନ ୟୁସୁଫଜାଇ ଅଧ୍ୟକ୍ଷ ହୋଇଥିଲେ।
ଜିଜୁଲ୍ଲା ଆଫଗାନିସ୍ତାନ କ୍ରିକେଟ୍ ସହିତ ପ୍ରାୟ ଦୁଇ ଦଶନ୍ଧି ଧରି ଜଡିତ ରହିଛନ୍ତି। କ୍ରିକେଟରୁ ଅବସର ନେବା ପରେ ସେ ଏସିବିର ଉପାଧ୍ୟକ୍ଷ ଏବଂ ପରାମର୍ଶଦାତା ଭାବରେ ମଧ୍ୟ କାମ କରିଥିଲେ।
ସୂଚନାଯୋଗ୍ୟ, ଗତ ସୋମବାର ଆଫଗାନିସ୍ତାନ କ୍ରିକେଟ ବୋର୍ଡକୁ ଦଖଲ କରିବା ପରେ ଆଫଗାନିସ୍ତାନ କ୍ରିକେଟ ବୋର୍ଡର ସିଇଓ ହମିଦ ଶିନଓ୍ୱାରି କହିଥିଲେ ଯେ ଆଗାମୀ ଦିନରେ କ୍ରିକେଟ ପ୍ରଭାବିତ ହେବ ନାହିଁ। ତାଲିବାନୀ ମଧ୍ୟ କ୍ରିକେଟକୁ ସମର୍ଥନ କରନ୍ତି।

Leave A Reply

Your email address will not be published.