ଲଞ୍ଚ୍‌ ହେଲା Axiom-4 ମିଶନ

83

ନୂଆଦିଲ୍ଲୀ: ସବୁ ଅପେକ୍ଷାର ଅନ୍ତ ଘଟିଛି । ଭାରତୀୟ ସମୟ ଦିନ ୧୨ଟା ୧ରେ ନାସାର କେନେଡି ସ୍ପେସ୍ ସେଣ୍ଟରରୁ ଆକ୍ସିଅମ୍‌ ମିସନ-୪ ଆରମ୍ଭ ହୋଇଛି । ସ୍ପେସ୍ ଏକ୍ସର ଆକ୍ସିଅମ ମିସନ-୪ର ଉତ୍‌କ୍ଷେପଣ ହୋଇଛି । ମହାକାଶ ଅଭିମୁଖେ ଉଡ଼ାଣ ଭରିଛି ସ୍ପେସ୍ ଏକ୍ସ ମିସନ୍-ଆକ୍ସିଅମ-୪ । ୩ ମହାକାଶଚାରୀଙ୍କ ସହ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନ୍ ଯାଇଛନ୍ତି ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା । ଭାରତୀୟ ସମୟ ଅନୁସାରେ ବୁଧବାର ମଧ୍ୟାହ୍ନ ୧୨ଟା ୦୧ରେ ମହାକାଶକୁ ଯାତ୍ରା ପାଇଁ ମିସନ ଆରମ୍ଭ ହୋଇଥିଲା । ତେବେ ଏହା ହେଉଛି ଆକ୍ସିଅମ ୪, ନାସା ଓ ସ୍ପେସ୍ ଏକ୍ସର ମିଳିତ ମିସନ । ପୂର୍ବରୁ ୫ ଥର ମିସନ ବାତିଲ କରାଯାଇଥିଲା । କେବେ ଯାନ୍ତ୍ରିକ ତ୍ରୁଟି ତ ପୁଣି କେବେ ଖରାପ ପାଣିପାଗ ପାଇଁ ମିସନ ପୂର୍ବରୁ ବାତିଲ କରାଯାଇଥିଲା । ଭାରତୀୟ ବାୟୁସେନା ଗ୍ରୁପ୍ କ୍ୟାପ୍‌ଟେନ୍‌ ଶୁଭାଂଶୁ ଶୁକ୍ଲା ଏହି ଐତିହାସିକ ଯାତ୍ରାରେ ସାମିଲ ହୋଇ ପ୍ରଥମ ଥର ପାଇଁ ମହାକାଶକୁ ଯାଇଛନ୍ତି । ଏହାସହ ଦ୍ଵିତୀୟ ଭାରତୀୟ ଭାବେ ରେକର୍ଡ ସୃଷ୍ଟି କରିଛନ୍ତି ଶୁଭାଂଶୁ । ଆମେରିକାର ଫ୍ଲୋରିଡାରେ ଥିବା ନାସାର କେନେଡି ସ୍ପେସ ସେଣ୍ଟରରୁ ଆରମ୍ଭ ହୋଇଥିବା ମିଶନରେ କ୍ରୁ କମ୍ପାନୀର ଫାଲକନ ୯ ରକେଟ ବ୍ୟବହାର କରାଯାଇଛି। ସମସ୍ତ ମହାକାଶଚାରୀ ଏକ ନୂତନ ସ୍ପେସଏକ୍ସ ଡ୍ରାଗନ ସ୍ପେସ୍ ସ୍କ୍ରାଫ୍ଟରେ ଅଛନ୍ତି।

ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା କହିଛନ୍ତି, ନମସ୍କାର, ମୋର ପ୍ରିୟ ଦେଶବାସୀ! ଆମେ ୪୧ ବର୍ଷ ପରେ ପୁଣି ଥରେ ମହାକାଶରେ ପହଞ୍ଚିଛୁ। ଏହା ଏକ ଆଶ୍ଚର୍ଯ୍ୟଜନକ ଯାତ୍ରା। ଆମେ ପ୍ରତି ସେକେଣ୍ଡରେ ୭.୫ କିଲୋମିଟର ବେଗରେ ପୃଥିବୀ ପରିକ୍ରମା କରୁଛୁ। ମୋ କାନ୍ଧରେ ଥିବା ମୋର ତ୍ରିରଙ୍ଗା ମୋତେ କହୁଛି ଯେ, ମୁଁ ତୁମ ସମସ୍ତଙ୍କ ସହିତ ଅଛି। ମୋର ଏହି ଯାତ୍ରା ଅନ୍ତର୍ଜାତୀୟ ମହାକାଶ ଷ୍ଟେଶନ (ISS) ର ଆରମ୍ଭ ନୁହେଁ, ଏହା ଭାରତର ମାନବ ମହାକାଶ କାର୍ଯ୍ୟକ୍ରମର ଆରମ୍ଭ। ମୁଁ ଚାହେଁ ଯେ, ତୁମେ ସମସ୍ତେ ଏହି ଯାତ୍ରାର ଅଂଶ ହୁଅ। ତୁମର ଛାତି ମଧ୍ୟ ଗର୍ବରେ ଫୁଲିଯିବା ଉଚିତ। ଆସନ୍ତୁ ଆମେ ସମସ୍ତେ ମିଶି ଭାରତର ମାନବ ମହାକାଶ କାର୍ଯ୍ୟକ୍ରମ ଆରମ୍ଭ କରିବା। ଜୟ ହିନ୍ଦ! ଜୟ ଭାରତ!

Comments are closed, but trackbacks and pingbacks are open.