ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ଚମୋଲିରେ ବଡ଼ ଦୁର୍ଘଟଣା । ମାଣା ଗାଁରେ ହିମସ୍ଖଳନ ଯୋଗୁଁ ୪୭ ଜଣ ଶ୍ରମିକ ବରଫରେ ଦବିଥିବା ଜଣାପଡିଛି । ୫୭ ଜଣ ଶ୍ରମିକ ହିମସ୍ଖଳନରେ ପୋତି ହୋଇଥିଲେ, ସେଥିରୁ ୧୦ ଜଣଙ୍କୁ ଉଦ୍ଧାର କରାଯାଇଛି । ବାକି ୪୭ ଜଣଙ୍କୁ ଖୋଜା ଚାଲିଛି । ହିମସ୍ଖଳନ ହେବା ପରେ ପ୍ରଶାସନ ଏବଂ BRO ଟିମ୍ ଘଟଣା ସ୍ଥଳକୁ ଯାଇଛି । ଏବେ ଆଇଟିବିପି ଏବଂ ଗଢ୍ୱାଲ ସ୍କାଇଟ ଟିମ୍ ଉଦ୍ଧାର କରୁଛନ୍ତି । ହିମସ୍ଖଳନ ହେବା ସମୟରେ ଘଟଣା ସ୍ଥଳରେ ଅନେକ ଶ୍ରମିକ କାମ କରୁଥିଲେ । ସମସ୍ତେ BRO ର କଣ୍ଟ୍ରାକ୍ଟରେ କାମ କରୁଥିବା ଠିକାଦାର ଶ୍ରମିକ ରହିଥିଲେ । ହିମସ୍ଖଳନ ଯୋଗୁଁ ସମସ୍ତେ ଏତେତେଣେ ଦୌଡିଥିଲେ । କିଛି ସଫଳ ହୋଇଥିବା ବେଳେ ଅନ୍ୟ ୫୭ ଜଣ ଦବିରହିଥିଲେ । ସେଥିରୁ ୧୦ ଜଣଙ୍କୁ ଉଦ୍ଧାର କରାଯାଇଛି । ବାକି ୪୭ ଜଣଙ୍କୁ ଖୋଜା ଚାଲିଛି । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏହି ଘଟଣାରେ ଟ୍ବିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି । ଏହାସହିତ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଭଗବାନ ବଦ୍ରି ସମସ୍ତ ଶ୍ରମିକ ଭାଙ୍କୁ ସୁରକ୍ଷିତ ରଖିଥାନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି । ସୂଚନାଯୋଗ୍ୟ, ପ୍ରବଳ ବର୍ଷା ଯୋଗୁଁ ହିମାଚଳ ପ୍ରଦେଶର କୁଲ୍ଲୁ ଏବଂ ମଣ୍ଡିରେ ଧ୍ୱଂସଲୀଳାର ରଚିଥିଲା । ବର୍ଷା ଏଠାରେ ଏତେ ତାଣ୍ଡବ ସୃଷ୍ଟି କରିଛି ଯେ, ଗାଡ଼ିଗୁଡିକ ପାଣିରେ ଭାସି ଯାଉଥିବା ଦେଖିବାକୁ ମିଳିଛି । ଡ୍ରେନ୍ରେ ବର୍ଷା ପାଣି ପ୍ରବାହିତ ହେବା ଯୋଗୁଁ ଯାନବାହାନ ଭାସିଯିବାର ମଧ୍ୟ ଦେଖାଯାଇଛି । ଜିଲ୍ଲାର ଓଟ୍ ଅଞ୍ଚଳରେ ଭୂସ୍ଖଳନ ପରେ ଚଣ୍ଡିଗଡ଼-ମନାଲି ଜାତୀୟ ରାଜପଥକୁ ବନ୍ଦ କରିଦିଆଯାଇଛି । ରାଜପଥରେ ଭଗ୍ନାବଶେଷ ପଡ଼ିବା ଯୋଗୁଁ, ଲମ୍ବା ଟ୍ରାଫିକ୍ ଜାମ୍ ହୋଇଛି ଏବଂ ଜାମ୍ ଯୋଗୁଁ ଅନେକ ଯାନବାହାନ ଫସି ରହିଛି ।
Comments are closed, but trackbacks and pingbacks are open.