T -20 ବିଶ୍ୱକପ ଫାଇନାଲ ମ୍ୟାଚ ଜିତି ଚାମ୍ପିଅନ୍ ହେଲା ଷ୍ଟ୍ରେଲିଆ : ୮ ୱିକେଟରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ଇତିହାସ ସୃଷ୍ଟି କଲା

21

ଦୁବାଇର ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ଫାଇନାଲ ମୁକାବିଲାରେ ନ୍ୟୁଜିଲ୍ୟାଣ୍ତକୁ ୮ ୱିକେଟରେ ହରାଇ ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱକପ ଜିତିଛି ଟିମ ଅଷ୍ଟ୍ରେଲିଆ। ଅଷ୍ଟ୍ରେଲିଆର ବିଜୟରେ ମିଚେଲ ମାର୍ଶ ଏବଂ ଓପନର୍ ଡେଭିଡ୍ ୱାର୍ଣ୍ଣର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ମାର୍ଶ ଏକ ଅପରାଜିତ ୭୭ ରନ୍ କରିଥିଲେ ଏବଂ ୱାର୍ଣ୍ଣର ୫୩ ରନର ଚମତ୍କାର ଇନିଂସ ଖେଳିଥିଲେ। ଏଥିସହ ରନର୍ସ ଅପରେ ନ୍ୟୁଜିଲାଣ୍ଡକୁ ସନ୍ତୁଷ୍ଟ ହେବାକୁ ପଡିଛି।
୧୫ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇ ଅଷ୍ଟ୍ରେଲିଆ ପ୍ରଥମ ଥର ଟି-୨୦ ବିଶ୍ଵ କପ୍ ଟ୍ରଫି ଜିତିବାରେ ସଫଳ ହୋଇଛି। ଅନ୍ୟପଟେ ନ୍ୟୁଜିଲାଣ୍ଡର ପ୍ରଥମ ଥର ଟି-୨୦ ବିଶ୍ଵ କପ୍ ଜିତିବାର ସ୍ଵପ୍ନ ଧୂଳିସାତ ହୋଇଛି। ଏହା ପୂର୍ବରୁ ୨୦୧୫ରେ ମଧ୍ୟ ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡକୁ ଦିନିକିଆ ବିଶ୍ଵ କପ୍‌ ଫାଇନାଲ୍‌ରେ ପରାସ୍ତ କରିଥିଲା। ୨୦୧୯ ଦିନିକିଆ ବିଶ୍ଵ କପରେ ମଧ୍ୟ ନ୍ୟୁଜିଲାଣ୍ଡକୁ ଉପ ବିଜେତାରେ ସନ୍ତୁଷ୍ଟ ହେବାକୁ ପଡିଥିଲା। ୫ ଥର ଦିନିକିଆ ବିଶ୍ଵ କପ୍ ଜିତିଥିବା ଅଷ୍ଟ୍ରେଲିଆ ପ୍ରଥମ ଥର ଟି-୨୦ ବିଶ୍ଵ କପ୍ ଜିତିବାରେ ସକ୍ଷମ ହୋଇଛି। ଦଳ ଏହା ପୂର୍ବରୁ ୨୦୧୦ରେ ଫାଇନାଲ୍‌ରେ ପ୍ରବେଶ କରିଥିଲା। କିନ୍ତୁ ଇଂଲଣ୍ଡ ହାତରୁ ପରାଜିତ ହୋଇଥିଲା।

Leave A Reply

Your email address will not be published.