ୱାର୍ଲଡ୍‌ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ଫାଇନାଲରେ ଅଷ୍ଟ୍ରେଲିଆ

36

ଇନ୍ଦୋରର ହୋଲ୍‌କର୍‌ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟିମ ଇଣ୍ଡିଆକୁ ୯ ଉଇକେଟ୍‌ରେ ପରାସ୍ତ କରିଛି। ଏହି ବିଜୟ ସହିତ ଅଷ୍ଟ୍ରେଲିଆ ସିରିଜରେ ପ୍ରତ୍ୟାବର୍ତ୍ତନ କରିଛି। ଶୁକ୍ରବାର ୭୬ ରନର ବିଜୟ ଲକ୍ଷ୍ୟ ନେଇ ଅଷ୍ଟ୍ରେଲିଆ ବ୍ୟାଟିଂ ଆରମ୍ଭ କରିଥିଲା । ରବିଚନ୍ଦ୍ରନ ଅଶ୍ୱୀନ ଦ୍ୱିତୀୟ ବଲରେ ଉସମାନ ଖ୍ୱାଜାଙ୍କୁ ଆଉଟ କରି ଆଶା ସୃଷ୍ଟି କରିଥିଲେ । ୧୧ ଓଭର ପର୍ଯ୍ୟନ୍ତ ଭାରତୀୟ ବୋଲରଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଥିଲା । ବଲ ବଦଳାଯିବା ପରେ ଅଷ୍ଟ୍ରେଲିଆ ପକ୍ଷକୁ ମ୍ୟାଚ ଢ଼ଳି ଯାଇଥିଲା । ମାର୍ନସ ଲାବୁଶେନ ୨୮ ଓ ଟ୍ରେଭିସ ହେଡ ୪୯ ରନ କରି ଦଳକୁ ସହଜରେ ବିଜୟୀ କରାଇଥିଲେ ।

ତୃତୀୟ ଟେଷ୍ଟର ତୃତୀୟ ଦିନରେ ଲଞ୍ଚ୍‌ ପୂର୍ବରୁ ଅଷ୍ଟ୍ରେଲିଆ ମ୍ୟାଚ ଶେଷ କରିଥିଲା। ଅଷ୍ଟ୍ରେଲିଆ ୧୮.୧ ଓଭରରେ ୭୬ ରନ ଲକ୍ଷ୍ୟ ହାସଲ କରିଥିଲେ। କଙ୍ଗାରୁ ଦଳ ଗୋଟିଏ ଉଇକେଟରେ ୭୮ ରନ ସଂଗ୍ରହ କରିଥିଲା। ଟ୍ରାଭିସ ହେଡ ୫୩ ବଲରୁ ୪୯ ରନରେ ମାର୍ଶ ଲାବୁଶେନ ୨୮ ରନରେ ଅପରାଜିତ ରହିଥିଲେ। ଉସମାନ ଖ୍ବାଜା ଖାତା ଖୋଲିପାରି ନ ଥିଲେ।

ପ୍ରଥମ ଇନିଂସରେ ଭାରତ ୧୦୯ ରନ ସଂଗ୍ରହ କରିଥିଲା। ଏଥି ସହିତ ଅଷ୍ଟ୍ରେଲିଆ ୧୯୭ ରନ ସଂଗ୍ରହ କରିଥିଲା। ଫଳରେ ଅଷ୍ଟ୍ରେଲିଆ ୮୮ ରନର ଅଗ୍ରଣୀ ହାସଲ କରିଥିଲା। ଏହା ପରେ ଭାରତୀୟ ଦଳ ଦ୍ୱିତୀୟ ଇନିଂସରେ ୧୬୩ ରନରେ ଅଲଆଉଟ୍‌ ହୋଇଥିଲା। ଫଳରେ ଅଷ୍ଟ୍ରେଲିଆକୁ ୭୬ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା।

ଏହି ମ୍ୟାଚ୍‌ ଜିଣିବା ଲାଗି ଅଷ୍ଟ୍ରେଲିଆ ମାତ୍ର ୭୬ ରନ୍‌ ଆବଶ୍ୟକ କରୁଥିଲା। ଆଜି ଖେଳ ଆରମ୍ଭର ଦ୍ବିତୀୟ ବଲ୍‌ରେ ଭାରତୀୟ ବୋଲର୍‌ ଆର୍‌. ଅଶ୍ବିନ୍‌ ଅଷ୍ଟ୍ରେଲିଆର ଉସ୍‌ମାନ୍‌ ଖାୱାଜାଙ୍କୁ ଆଉଟ୍‌ କରିଥିଲେ। କିନ୍ତୁ, ଏହାହିଁ ଥିଲା ଭାରତ ପାଇଁ ଆଜିର ସାମାନ୍ୟ ସଫଳତା। ଏହାପରେ ଅଷ୍ଟ୍ରେଲିଆର ଟ୍ରେଭିସ୍‌ ହେଡ୍‌ ଓ ମାର୍ଣ୍ଣସ୍‌ ଲେବୁସଚେଙ୍ଗ୍‌ଙ୍କ ବ୍ୟାଟିଙ୍ଗ୍‌ ଅଷ୍ଟ୍ରେଲିଆକୁ ବିଜୟ ପଥରେ ଅଗ୍ରସର କରିଥିଲା। ଟ୍ରେଭିସ୍‌ ୪୯ ଓ ମାର୍ଣ୍ଣସ୍‌ ୨୮ ରନ୍‌ ସଂଗ୍ରହ କରିଥିଲେ।

ତୃତୀୟ ଦିବସରେ ମ୍ୟାଚ୍‌ ଜିଣିବା ପରେ ଅଷ୍ଟ୍ରେଲିଆ ‘ୱାର୍ଲଡ୍‌ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌’ର ଫାଇନାଲରେ ତା’ର ଆସନ ସୁଦୃଢ଼ କରିବାରେ ସମର୍ଥ ହୋଇଛି। ଚାରି ଶୃଙ୍ଖଳବିଶିଷ୍ଟ ‘ବର୍ଡର୍‌-ଗାଭାସ୍କର୍‌ ଟ୍ରଫି’ ଟେଷ୍ଟ୍‌ ମ୍ୟାଚ୍‌ରେ ପୂର୍ବରୁ ୨ଟି ମ୍ୟାଚ୍‌ ଜିଣିଥିବା ଭାରତ ୨-୧ରେ ଅଗ୍ରଣୀ ରହିଛି। ଏହାଛଡ଼ା, ଅହମଦାବାଦରେ ଏହି ସିରିଜର ଶେଷ ଟେଷ୍ଟ୍‌ ବାକି ରହିଛି। ସେଥିରେ ବିଜୟ ଲାଭ କଲେ ଭାରତ ‘ୱାର୍ଲଡ୍‌ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌’ର ଫାଇନାଲ୍‌ରେ ପହଞ୍ଚିବ।

Comments are closed, but trackbacks and pingbacks are open.