ଅଷ୍ଟ୍ରେଲିଆକୁ ଲାଗିଲା ବଡ ଝଟକା

24

ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ଭିତରେ ଅଷ୍ଟ୍ରେଲିଆକୁ ଲାଗିଲା ବଡ ଝଟକା । ପ୍ରଥମ ଦୁଇଟି ମ୍ୟାଚରେ ଅଷ୍ଟ୍ରେଲିଆ ପରାଜିତ ହୋଇଥିବା ବେଳେ ତୃତୀୟ ମ୍ୟାଚ୍ ୧ ମାର୍ଚ୍ଚରୁ ଇନ୍ଦୋରରେ ଆରମ୍ଭ ହେବ । ତେବେ ଏହାପୂର୍ବରୁ ଅଷ୍ଟ୍ରେଲିଆର ଅଧିନାୟକ ପାଟ କମିନ୍ସ ଅଷ୍ଟ୍ରେଲିଆ ଫେରି ଯାଇଛନ୍ତି । ପରିବାରରେ ନିକଟ ସମ୍ପର୍କୀୟ ସ୍ୱାସ୍ଥ୍ୟ ସଂକଟାପନ୍ନ ହେବା କାରଣରୁ କମିନ୍ସ ଅଷ୍ଟ୍ରେଲିଆ ଫେରିଛନ୍ତି । କିନ୍ତୁ ତୃତୀୟ ମ୍ୟାଚ୍ ପୂର୍ବରୁ କମିନ୍ସ ଭାରତ ଫେରିପାରନ୍ତି ।

ତେବେ ଏନେଇ କମିନ୍ସଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ତୃତୀୟ ମ୍ୟାଚ୍ ୧ ମାର୍ଚ୍ଚରେ ହେବ । ତେଣୁ ଦ୍ୱିତୀୟ ଓ ତୃତୀୟ ମ୍ୟାଚ୍ ମଧ୍ୟରେ ୮ ଦିନର ବ୍ୟବଧାନ ରହିଛି । ତେଣୁ କମିନ୍ସ ନିଜ ପରିବାର ପାଖକୁ ଫେରିଛନ୍ତି । କମିନ୍ସ ସିଡନୀରେ ୩ରୁ ୪ ଦିନ ରହିବା ପରେ ପୁଣିଥରେ ଭାରତ ଫେରିପାରନ୍ତି । ଅନ୍ୟପଟେ ଚଳିତ ସିରିଜରେ କମିନ୍ସ ମଧ୍ୟ ସେତେଟା ପ୍ରଭାବୀ ପ୍ରଦର୍ଶନ କରିବାରେ ସଫଳ ହୋଇନାହାନ୍ତି ।

ଏହାପୂର୍ବରୁ ଅଷ୍ଟ୍ରେଲିଆର ଓପନର ଡେଭିଡ ୱାର୍ଣ୍ଣର ଆହତ ହୋଇ ଦ୍ୱିତୀୟ ମ୍ୟାଚ୍ ଅଧାରୁ ପ୍ୟାଭିଲିୟନକୁ ଫେରିଥିଲେ । ଇନ୍ଦୋରରେ ତୃତୀୟ ଟେଷ୍ଟ ମ୍ୟାଚ ଖେଳାଯିବାକୁ ଥିବା ବେଳେ ଚତୁର୍ଥ ମୁକାବିଲା ଅହମ୍ମଦାବାଦରେ ଖେଳାଯିବ । ଟେଷ୍ଟ ସିରିଜ ପରେ ଅଷ୍ଟ୍ରେଲିଆ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ ।

Comments are closed, but trackbacks and pingbacks are open.