ରିଆଦ: ସୌବ ଆରବର ରିଆଦ ବିମାନ ବନ୍ଦରରେ ହୋଇଥିବା ଭୟଙ୍କର ଆକ୍ରମଣରେ ଆହତ ହୋଇଥିବା ଜଣେ ଭାରତୀୟ ନାଗରିକ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ମୃତକ ଜଣକ ହେଉଛନ୍ତି ତେଲେଙ୍ଗାନା ହାଇଦ୍ରାବାଦର ମହମ୍ମଦ ୟୁସୁଫ ଅଲ୍ଲୀ। ଏହି ଆକ୍ରମଣରେ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଆକ୍ରମଣର ଦିନକ ପରେ ୟୁସୁଫ ଅଲ୍ଲୀଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏଆଇଏମଆଇଏମ (AIMIM) ମୁଖ୍ୟ ଅସୁଦ୍ଦୀନ ଓୱେସୀ ‘ଏକ୍ସ’ରେ ପୋଷ୍ଟ କରି ଏହି ଦୁଃଖଦ ଖବର ସାମ୍ନାକୁ ଆଣିଛନ୍ତି। ତାଙ୍କ ସୂଚନା ଅନୁଯାୟୀ, ଆକ୍ରମଣର ଶିକାର ହୋଇଥିବା ଏହି ପରିବାରଟି ହାଇଦ୍ରାବାଦର ମେହଦିପଟନମ ଅଞ୍ଚଳର ଅଟେ। ଏହି ଭୟାବହ ବୋମାମାଡ଼ରେ ୟୁସୁଫ ଅଲ୍ଲୀଙ୍କ ଗୋଟିଏ ପୁଅର ଆଣ୍ଠୁ ଅସ୍ତ୍ରୋପଚାର ହୋଇଥିବାବେଳେ ଅନ୍ୟ ଜଣେ ପୁଅର ଗୋଡ଼ର ତିନୋଟି ଆଙ୍ଗୁଳି କଟାଯାଇଛି। ତେବେ ତାଙ୍କ ସ୍ତ୍ରୀ ଏବଂ ଝିଅ ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଥିଲେ ମଧ୍ୟ ବର୍ତ୍ତମାନ ସମ୍ପୂର୍ଣ୍ଣ ବିପଦମୁକ୍ତ ଅଛନ୍ତି।
Comments are closed, but trackbacks and pingbacks are open.