ମାତିଲେ ATM ଲୁଟେରା : ଶିଶୁପାଳ ଗଡ଼ରୁ ଟଙ୍କା ସହ ଏଟିଏମ ତାଡ଼ିନେଲେ ଦୁର୍ବୃତ୍ତ

34

ମାତିଲେ ଏଟିଏମ ଲୁଟେରା I ରାଜଧାନୀ ଭୁବନେଶ୍ୱରରୁ ଟଙ୍କା ସହ ଏଟିଏମ ମେସିନ ତାଡ଼ି ନେଇଛନ୍ତି ଲୁଟେରା । ଶିଶୁପାଳଗଡ଼ ଲିଙ୍ଗିପୁର୍ ହାଉସିଂବୋର୍ଡ ଛକ ଇନ୍ଦିରା କଲୋନୀରେ ଥିବା ଏସବିଆଇର ଏଟିଏମକୁ କାଟି ନେଇଛନ୍ତି ଦୁର୍ବୃତ୍ତ । ସୋମବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ସିସିଟିଭିରେ କଏଦ ହୋଇଛି ଲୁଟ୍ ବେଳର ଦୃଶ୍ୟ । ଏଟିଏମ ରେ କେତେ ଟଙ୍କା ଥିଲା ସଠିକ ଜଣ ପଡି ନ ଥିଲେ ମଧ୍ୟ ଏଟିଏମରେ ୧୭ ଲକ୍ଷ ୧୪ ହଜାର ଟଙ୍କା ରହି ଥିବା ଆକଳନ କରାଯାଇଛି I ଏଟିଏମର ଓଜନ ପାଖାପାଖି ୩ କ୍ୱିଣ୍ଟାଲ ହେବ । ଏଟିଏମ୍ ଭିତରେ ଓ ବାହାରେ ଟେଣ୍ଟ ହାଉସ କପଡ଼ା ପଡ଼ିଥିବା ଦେଖିବାକୁ ମିଳିଛି । ତେବେ ଦୁର୍ବୁର୍ତ୍ତ ମାନେ ପ୍ରଥମେ ଏଟିଏମ୍ ରୁ ଟଙ୍କା କାଢ଼ିବାକୁ ଚେଷ୍ଟା କରିଥିଲା ,ଟଙ୍କା ନ ବାହାରିବାରୁ ,ଏଟିଏମ କୁ ତାଡି କିଛିବାଟ ଘୋଷାଡି ଘୋଷାଡି ନେଇଥିଲେ ଦୁର୍ବୃତ୍ତ । ସିସିଟିଭିରେ କଏଦ ହୋଇଛି ଲୁଟ୍ ବେଳର ଏହି ଦୃଶ୍ୟ Iଅନ୍ୟପଟେ ଖବର ପାଇ ଘଟଣାସ୍ଥଳରେ ଧଉଳି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Comments are closed, but trackbacks and pingbacks are open.