ଆତିଶୀ-ସୌରଭଙ୍କ ନୂଆ ଇନିଂସ

25

ଶପଥ ନେଲେ ଆପର ଦୁଇ ମନ୍ତ୍ରୀ । ଆପକୁ ବଳ ଦେବେ ଆତିଶୀ-ସୌରଭ । ଶପଥ ପରେ କେନ୍ଦ୍ର ଉପରେ ପ୍ରବଳ ବର୍ଷିଲେ ଦୁଇ ମନ୍ତ୍ରୀ। ଦିଲ୍ଲୀର କେଜ୍ରିୱାଲ ସରକାରରେ ଦୁଇଜଣ ନୂଆ ମନ୍ତ୍ରୀ ଆଜି ଶପଥ ନେଇଛନ୍ତି । ଦିଲ୍ଲୀ କ୍ୟାବିନେଟରେ ଆତିଶୀ ମର୍‌-ଲେନାଙ୍କୁ ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଥିବା ବେଳେ ଅତିରିକ୍ତ ଭାବେ ତାଙ୍କୁ ଶକ୍ତି ଓ ପର୍ଯ୍ୟଟନ ବିଭାଗ ବି ମିଳିଛି । ସେହିଭଳି ସୌରଭ ଭରଦ୍ୱାଜ ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଅତିରିକ୍ତ ଭାବେ ସହର ବିକାଶ, ଜଳ ଓ ଉଦ୍ୟୋଗ ବିଭାଗ ମିଳିଛି । ଏନେଇ ରାଜଭବନରେ ଏକ ଶପଥଗ୍ରହଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଉପ ରାଜ୍ୟପାଳ ଭି.କେ ସକସେନା ଓ କ୍ୟାବିନେଟର ଅନ୍ୟ ମନ୍ତ୍ରୀମାନେ ଉପସ୍ଥିତ ଥିଲେ । ଉପ ରାଜ୍ୟପାଳ ଭିକେ ସକସେନା ଏହି ଦୁଇମନ୍ତ୍ରୀଙ୍କୁ ପଦ ଓ ଗୋନୀୟତାର ଶପଥ ପାଠ କରାଇଛନ୍ତି । ତେବେ ସୌରଭ ଭରଦ୍ୱାଜ କେଜ୍ରିୱାଲଙ୍କ ପ୍ରଥମ ୪୯ଦିନିଆ ସରକାରରେ ପରିବହନ ମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଇଥିଲେ । ସେପଟେ ଆତିଶୀ ଶିକ୍ଷା ବିଭାଗର ପୂର୍ବତନ ମନ୍ତ୍ରୀ ମନୀଷ ସିସୋଦିଆଙ୍କ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିଲେ ।

ତେବେ ଦିଲ୍ଲୀ କ୍ୟାବିନେଟରେ ଦୁଇଜଣ ମନ୍ତ୍ରୀ ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲ ଯାଇଥିବାରୁ ଉଭୟ ମନ୍ତ୍ରୀପଦରୁ ଇସ୍ତଫା ଦେଇଥିଲେ । ଉଭୟଙ୍କ ଇସ୍ତଫା ପରେ ଦୁଇଟି କ୍ୟାବିନେଟ ପଦବୀ ଖାଲି ପଡ଼ିଥିଲା । ତେବେ ଶପଥ ନେବା ପରେ ଉଭୟ କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ।

Comments are closed, but trackbacks and pingbacks are open.