ରାୟଗଡାରେ ଶକ୍ତି ପ୍ରଦର୍ଶନ କଲେ ଅତନୁ ସବ୍ୟସାଚୀ

25

ପୌର ନିର୍ବାଚନ ସକାଶେ ଆଜି ରାୟଗଡା ସହରରେ ବିଜୁ ଜନତା ଦଳ ଶକ୍ତି ପ୍ରଦର୍ଶନ କରିଛି । ଏକ ବିଶାଳ ସମାବେଶର ଆୟୋଜନ କରିବା ସହ ବିକାଶର କଥା କହିଛନ୍ତି ଦଳିୟ ନେତା । ପୁଣିଥରେ ବିଜୁ ଜନତା ଦଳକୁ ବିଜୟୀ କରିବା ପାଇଁ ଦଳ ପକ୍ଷରୁ ନିବେଦନ କରାଯାଇଛି । ଆଜିର ସମାବେଶର ମଙ୍ଗ ଧରିଥିଲେ ମାହାଙ୍ଗା ବିଧାୟକ ତଥା ରାୟଗଡା ଜିଲ୍ଲାପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚି ନାୟକ । ସ୍ଥାନୀୟ ସାରଳା ଛକରେ ବିଶାଳ ସମାବେଶର ଆୟୋଜନ ହୋଇଥିଲା ।
ଏଥିରେ ସହରର ସମସ୍ତ ୨୪ ଟି ଓାର୍ଡରେ ଲଡୁଥିବା କାଉନ୍ସିଲର ପ୍ରାର୍ଥୀଙ୍କ ସହ ସେମାନଙ୍କ ସମର୍ଥକ ଓ କର୍ମୀମାନେ ଉପସ୍ତିତ ଥିଲେ । ଏହି କାର୍ଯ୍ୟକ୍ରମରେ ଅତନୁ ସବ୍ୟସାଚି ନାୟକ ପୌରାଧକ୍ଷ ପ୍ରାର୍ଥୀ ମହେଶ ପଟନାୟକଙ୍କ ସମେତ ସମସ୍ତ ଓାର୍ଡରେ ଦଳିୟ କାଉନ୍ସିଲରଙ୍କୁ ଜିତାଇବା ପାଇଁ ନିବେଦନ କରିଥିଲେ । ସମାବେଶ ପରେ ପ୍ରଚାରରେ ବିଜେଡି ଆଗୁଆ ରହିବା ସହ ବିରୋଧି ଦଳ ଗୁଡିକୁ ପଛରେ ପକାଇଥିବା ପରିଲିକ୍ଷିତ ହୋଇଛି ।

Comments are closed, but trackbacks and pingbacks are open.