ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟରୁ ବିଦା ହେବେ ୧୯୩ ଜଣ ଦୁର୍ନୀତିଗ୍ରସ୍ତ ଯନ୍ତ୍ରୀ

21

ଆସନ୍ତା ବର୍ଷ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଯେଉଁମାନଙ୍କର ବୟସ ୫୦ରୁ ୫୫ ମଧ୍ୟରେ ହୋଇଥିବ ଏବଂ ସେମାନେ ୩୦ ବର୍ଷରୁ ଅଧିକ କାଳ ଚାକିରି କରିଥିବେ ସେହି ଯନ୍ତ୍ରୀଙ୍କ ମାନଙ୍କୁ ବିଦା କରାଯିବ । ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ କ୍ରମେ ଏକ ତାଲିକା ପ୍ରସ୍ତୁତ ହୋଇଥିବା ନେଇ ଚର୍ଚ୍ଚା ହେବା ପରେ ଏବେ ବିଭାଗୀୟ ଅଧିକାରୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ପୂର୍ତ୍ତ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା କମିଟି ଏହାର ସମୀକ୍ଷା କରି ଅପାରଗ ଓ ଦୁର୍ନୀତିଗ୍ରସ୍ତକୁ ବଛାଯିବ । ଏଥିରେ କେଉଁ ଅଧିକାରୀଙ୍କ ନାମର ଭିଜିଲାନ୍ସ ମାମଲା ଅଛି, କାହାଘରେ କେତେ ଥର ରେଡ୍ ହୋଇଛି, କାହାଠାରୁ କେତେ ସମ୍ପତ୍ତି ଜବତ ହୋଇଛି, କିଏ କେତେଥର ସସପେଣ୍ଡ ହୋଇଛି, କାହା ନାମରେ କେତେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇଛି ସେସବୁକୁ ଅନୁଧ୍ୟାନ କରାଯାଇଛି । ଏହାପରେ ଉଚ୍ଚସ୍ତରୀୟ କମିଟି ଶେଷରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ତାଲିକା ପଠାଇବା ପରେ ସେଥିରେ ମୋହର ବାଜିବ । ତେବେ ପୂର୍ତ୍ତ ବିଭାଗ ଏହି ତାଲିକା ପ୍ରସ୍ତୁତ କରିଥିଲେ ହେଁ ଏହା ସମ୍ପୂର୍ଣ୍ଣ ଭାବେ ଗୁପ୍ତ ରଖାଯାଇଛି । ଏଥିସହ ବାଦ ପଡ଼ିବା ନେଇ ଯେପରି କୌଣସି ଯନ୍ତ୍ରୀ ଲବି କରିନପାରିବେ ସେଥିପାଇଁ ମଧ୍ୟ ଦୃଷ୍ଟି ଦିଆଯାଉଥିବା ଜଣାପଡ଼ିଛି । ୫୫ ବର୍ଷରୁ ଅଧିକ ବୟସ୍କଙ୍କ ମଧ୍ୟରେ ୩୦ ବର୍ଷରୁ ଅଧିକ ଚାକିରି କରିଥିବା ୫ ଜଣ ସର୍ବୋଚ୍ଚ ଯନ୍ତ୍ରୀ, ୧୪ ଜଣ ମୁଖ୍ୟ ଯନ୍ତ୍ରୀ, ୧୦ ଜଣ ନିର୍ବାହୀ ଯନ୍ତ୍ରୀ, ୧୨ ଜଣ ଅତିରିକ୍ତ ମୁଖ୍ୟମନ୍ତ୍ରୀ ଅଛନ୍ତି । ୫୫ ବର୍ଷରୁ ଅଧିକ ୩୦ ବର୍ଷରୁ ଅଧିକ ଚାକିରି କରିନଥିବା ୩୦ ଜଣ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରହିଛନ୍ତି । ବାରମ୍ବାର ରାଜ୍ୟରେ ସରକାରୀ କର୍ମଚାରୀ ମାନଙ୍କ କୋଟି କୋଟି ତାଙ୍କର ଦୁର୍ନୀତି ପଦାକୁ ଆସିବା ପରେ ଭିଜିଲାନ୍ସ ପକ୍ଷରୁ ସେମାନଙ୍କୁ ଗିରଫ କରି ବେଆଇନ ସମ୍ପତି ର ଖୋଳ ତାଡ଼ କାରାଯାଉଛି ଇ ଏମାନଙ୍କ ମଧ୍ୟ ରୁ ଅନେକ ସସ୍ପେଣ୍ଡ ହୋଇସାରିଥିବା ବେଳେ ଆଉ କେତେଜଣ ଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି I

Leave A Reply

Your email address will not be published.