୯ ମାସ ପରେ ଭୂପୃଷ୍ଠକୁ ଫେରିବେ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ବୁଚ୍ ଓ୍ବିଲମୋର

85

ନୂଆଦିଲ୍ଲୀ: ଧୀରେ ଧୀରେ ସ୍ପଷ୍ଟ ହେଉଛି ସୁନୀତାଙ୍କ ଫେରିବା ବାଟ ।   ପ୍ରାୟ ୯ ମାସ ପରେ ଭୂପୃଷ୍ଠକୁ ଫେରିବେ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଓ ସାଥି ବୁଚ୍ ଓ୍ବିଲମୋର ।  ଉଭୟଙ୍କୁ ଫେରାଇ ଆଣିବାକୁ ସ୍ପେଶ୍ ଷ୍ଟେସନରେ ପହଞ୍ଚିଛି କ୍ରୁ-୧୦ ସ୍ପେଶ୍ କ୍ରାଫ୍ଟ ।  ସ୍ପେଶ୍ ଷ୍ଟେସନରେ ଡକିଂ ପ୍ରକ୍ରିୟା ଆରମ୍ଭ ହୋଇଛି ।   ସୁନୀତା ଓ ସାଥୀ ବ୍ୟାରି ୱିଲମୋର କ୍ରୁ-୧୦ ସ୍ପେଶ୍ କ୍ରାଫ୍ଟ  ଟିମକୁ ସ୍ବାଗତ କରିଛି । ଆସନ୍ତା ୧୯ ତାରିଖ ପୂର୍ବରୁ ସୁନୀତା ଏବଂ ତାଙ୍କ ଟିମକୁ ନେଇ ଫେରିବ କ୍ରୁ-୧୦ ।  ଗତକାଲି ଫ୍ଲୋରିଡାର କେନେଡି ସ୍ପେଶ୍ ସେଣ୍ଟରରୁ ଏହାକୁ ଲଞ୍ଚ କରାଯାଇଥିଲା ।  ଫାଲକାନ-୯ ରକେଟ୍ ଦ୍ବାରା ଏହାକୁ ସ୍ପେସ୍ ଷ୍ଟେସନ ପଠାଯାଇଥିଲା । ଏଥିରେ ଆମେରିକାର ଦୁଇ ଏବଂ ଜାପାନର ଦୁଇ ମହାକାଶଚାରୀ ଅଛନ୍ତି ।  ସୁନୀତା ଓ ତାଙ୍କ ଟିମ୍ ଗତବର୍ଷ ଜୁନ ମାସରେ ବୋଇଂ ଷ୍ଟାରଲାଇନ ଦ୍ବାରା ନାସା ସ୍ପେଶ୍ ଷ୍ଟେସନରେ ପହଞ୍ଚିଥିଲେ । କିଛି ଦିନ ମଧ୍ୟରେ ସେମାନେ ସ୍ପେଶ୍ ଷ୍ଟେସନରୁ ଫେରିଥାନ୍ତେ, ମାତ୍ର ସ୍ପେଶ୍ କ୍ରାଫ୍ଟରେ ଯାନ୍ତ୍ରିକ ତୃଟି ପାଇଁ ୯ମାସ ହେଲା ସେଠାରେ ଫସିରହିଛନ୍ତି । ଏବେ ଡ୍ରଗାନ କ୍ୟାପସୁନ୍ କ୍ରୁ-୧୦ ସ୍ପେଶ୍ କ୍ରାଫ୍ଟ ଦ୍ବାରା ତାଙ୍କୁ ପୃଥିବୀକୁ ଫେରାଇ ଅଣାଯିବ । କ୍ରୁ-୧୦ ମିଶନର ମହାକାଶଚାରୀମାନେ ଫାଲକନ୍ ୯ ରକେଟ୍ ମାଧ୍ୟମରେ ଡ୍ରାଗନ୍ ସ୍ପେସ.ଡ୍ରାଗନ୍ ସ୍ପେସକ୍ରାଫ୍ଟରେ ଆଇଏସଏସରେ ପହଞ୍ଚିଥିଲେ । ସଫଳ ଡକିଂ ଏବଂ ହ୍ୟାଚ୍ ଖୋଲିବା ପରେ, ମହାକାଶଚାରୀମାନେ ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମର୍ସଙ୍କୁ ଭେଟିଥିଲେ ।  ଏହି ବୈଠକର ଫୋଟ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଡକିଂ ପରେ କ୍ରୁ-୧୦ ସଦସ୍ୟ ସୁନିତା ୱିଲିୟମ୍ସ ଏବଂ ବୁଚ୍  ୱିଲମର୍ସଙ୍କୁ ଭେଟିଥିଲେ ।  ଏହି ସମୟରେ, ସୁନିତା ଏବଂ ୱିଲମରଙ୍କ ମୁହଁରେ ଖୁସି ସ୍ପଷ୍ଟ ଭାବରେ ଦେଖାଯାଉଥିଲା ।  ସେମାନେ  ସେମାନଙ୍କ ସାଥୀ ମହାକାଶଚାରୀଙ୍କୁ ଦେଖି ମଜା କରୁଥିବାର ଦେଖାଯାଇଥିଲା ।   ସମସ୍ତଙ୍କୁ ଆଲିଙ୍ଗନ କରି ନିଜର ଖୁସି ପ୍ରକାଶ କଲେ । ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର ଆଗାମୀ କିଛି ଦିନ ନୂତନ ମହାକାଶଚାରୀମାନଙ୍କୁ ଷ୍ଟେସନ ବିଷୟରେ ସୂଚନା ପ୍ରଦାନ କରିବାରେ ବିତାଇବେ । ନାସା ଅନୁଯାୟୀ, ପାଗ ଅନୁକୂଳ ହେଲେ, ସ୍ପେସଏକ୍ସ କ୍ୟାପସୁଲ ବୁଧବାର ପୂର୍ବରୁ ମହାକାଶ ଷ୍ଟେସନରୁ ଅଲଗା ହୋଇଯିବ ଏବଂ ଫ୍ଲୋରିଡା ଉପକୂଳରେ ଅବତରଣ କରିବ। ନଅ ମାସ ପର୍ଯ୍ୟନ୍ତ ମହାକାଶରେ ଅଟକି ରହିଥିବା ସୁନୀତା ୱିଲିୟମ୍ସ ଏବଂ ବୁଚ ୱିଲମୋର ପୃଥିବୀ ଅଭିମୁଖେ ଯାତ୍ରା କରିବେ। ନାସା କହିଛି ଯେ ପାଣିପାଗ ଅନୁମତି ଦିଏ, ୱିଲମୋର, ୱିଲିୟମ୍ସ ଏବଂ ଅନ୍ୟ ଦୁଇଜଣମହାକାଶଚାରୀଙ୍କୁ ନେଇ ସ୍ପେସ୍ ଏକ୍ସ କ୍ୟାପସୁଲ ବୁଧବାର ପୂର୍ବରୁ ସ୍ପେସ୍ ଷ୍ଟେସନରୁ ଅଲଗା ହୋଇ ଫ୍ଲୋରିଡା ଉପକୂଳରେ ଅବତରଣ କରିବ ।

Comments are closed, but trackbacks and pingbacks are open.