ମାସ ଶେଷ ସୁଦ୍ଧା କାର୍ଯ୍ୟରେ ଯୋଗ ନଦେଲେ ଦରମା ବନ୍ଦ, ଡ. ଅରବିନ୍ଦ କୁମାର ପାଢୀ

142

ଭୁବନେଶ୍ୱର: ସମସ୍ତ କୃଷି ଅଧିକାରୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି କୃଷି ବିଭାଗ ପ୍ରମୁଖ ସଚିବ ଡ.ଅରବିନ୍ଦ କୁମାର ପାଢୀ। ଚଳିତ ମାସ ଶେଷ ସୁଦ୍ଧା କାର୍ଯ୍ୟ ଯୋଗ ଦେବାକୁ ଦିଆଯାଇଛି ଅଲ୍‌ଟିମେଟମ୍‌ । ଯଦି ବିଭାଗର ନିର୍ଦ୍ଦେଶକୁ କେହି ନମାନନ୍ତି , ତେବେ ସେମାନଙ୍କ ଦରମା ବନ୍ଦ ହେବ ବୋଲି କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ସଚିବ ଶ୍ରୀଯୁକ୍ତ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି ଯେ ସମସ୍ତ ପଦୋନ୍ନତିପ୍ରାପ୍ତ, ବଦଳି ହୋଇଥିବା ଅଧିକାରୀମାନେ ବିଳମ୍ବ ନକରି ସେମାନଙ୍କର ନିଯୁକ୍ତ ସ୍ଥାନରେ ଯୋଗଦେବା ଉଚିତ । କୌଣସି ପରିସ୍ଥିତିରେ ସରକାରୀ ନିର୍ଦ୍ଦେଶର କାର୍ଯ୍ୟକାରିତାକୁ ସ୍ଥଗିତ ରଖାଯିବ ନାହିଁ । ଅଗଷ୍ଟ ୩୧ ସୁଦ୍ଧା ନିଯୁକ୍ତ ସ୍ଥାନରେ ଯୋଗ ନ ଦେଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରିକି ଅଧିକାରୀମାନଙ୍କର ଦରମା ସେପ୍ଟେମ୍ବର ମାସରୁ ବନ୍ଦ କରିଦିଆଯିବ। ବଦଳି ନିର୍ଦ୍ଦେଶର ପରିବର୍ତ୍ତନ ପାଇଁ ବାହ୍ୟ ପ୍ରଭାବ ପକାଇବାକୁ ଚେଷ୍ଠା କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନିର୍ଦ୍ଦେଶାଳୟ, କ୍ଷେତ୍ର ପ୍ରତିଷ୍ଠାନର ମୁଖ୍ୟ ଅଧିକାରୀମାନଙ୍କୁ ଆଦେଶର ଅନୁପାଳନ ଉପରେ ନଜର ରଖିବେ । କେଉଁମାନେ କାର୍ଯ୍ୟସ୍ଥଳ ଯୋଗଦାନ ଦେଉ ନାହାଁନ୍ତି ତାହାର ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତୃଣମୂଳ ସ୍ତରରେ କାର୍ଯ୍ୟାଳୟଗୁଡ଼ିକର ସୁଗମ କାର୍ଯ୍ୟ ପାଇଁ ଏହି ବିଜ୍ଞପ୍ତି ଜାରି କରାଯାଇଛି ।

Comments are closed, but trackbacks and pingbacks are open.