ନଭେମ୍ବର ୨୪ରୁ ବିଧାନସଭା ଶୀତ ଅଧିବେଶନ

21

ଭୁବନେଶ୍ୱର : ଆସନ୍ତା ନଭେମ୍ବର ୨୪ରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବ  । ଶୀତ ଅଧିବେଶନ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ  । ଏନେଇ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି  ।  ନଭେମ୍ବର ୨୪ରେ ବିଧାନସଭା ଆରମ୍ଭ ହେବା ସହ ପ୍ରଥମ ଅତିରିକ୍ତ ବଜେଟ ଉପସ୍ଥାପିତ ହେବ  । ସେହିପରି ନଭେମ୍ବର ୩୦ରୁ ଖର୍ଚ୍ଚ ଦାବି ଆଲୋଚନା ଆରମ୍ଭ ହେବ  । ଡିସେମ୍ବର ୨ରେ ଅତିରିକ୍ତ ବଜେଟ ବିଧାନସଭାରେ ଗୃହୀତ ହେବ ବୋଲି କାର୍ଯ୍ୟସୂଚୀରେ ଉଲ୍ଲେଖ ରହିଛି  । ଅଧିବେଶନ କାଳରେ ୫ଟି ଛୁଟି ଦିନ ରହିଛି  । ନଭେମ୍ବର ୨୭, ଡିସେମ୍ବର ୪, ଡିସେମ୍ବର ୧୧, ଡିସେମ୍ବର ୧୮, ଡିସେମ୍ବର ୨୫ ରବିବାର ଥିବାରୁ ଗୃହକାର୍ଯ୍ୟ ହେବନାହିଁ  । ସେହିପରି ନଭେମ୍ବର ୨୫, ଡିସେମ୍ବର ୯, ଡିସେମ୍ବର ୧୬, ଡିସେମ୍ବର ୨୩, ଡିସେମ୍ବର ୨୮ ଓ ଡିସେମ୍ବର ୩୦ ବେସରକାରୀ କାର୍ଯ୍ୟଦିବସ ରହିଛି  । ଅବଶିଷ୍ଟ ଦିବସଗୁଡ଼ିକ ସରକାରୀ କାର୍ଯ୍ୟଦିବସ ରହିବ  । ଶୀତ ଅଧିବେଶନ ବେଶ ସରଗରମ ହେବବୋଲି ଆଶା କରାଯାଉଛି  । 

Comments are closed, but trackbacks and pingbacks are open.