ବିଧାନସଭା ଉପନିର୍ବାଚନ ଫଳାଫଳ : ବିଜେପି କୁ ଝଟକା

19

ଦେଶରେ ୩ ଲୋକସଭା ଓ ୨୯ ବିଧାନସଭା ପାଇଁ ହୋଇଥିବା ଭୋଟ ଗଣତିର ଫଳାଫଳ ଆସୁଛି । ଏହି କ୍ରମରେ ହିମାଚଳ ପ୍ରଦେଶରେ ବିଜେପିକୁ ମୁହଁତୋଡ ଜବାବ ଦେଇଛି କଂଗ୍ରେସ I ହିମାଚଳ ପ୍ରଦେଶ ମଣ୍ଡି ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ପ୍ରତିଭା ସିଂ ବିଜେପି ପ୍ରାର୍ଥୀ କୋଶାଲ ଠାକୁରଙ୍କୁ ପରାଜିତ କରିଛନ୍ତି ।
ସେହିପରି ଲୋକସଭା ସହିତ ଅର୍କି, ଫତେହପୁର, ଜୁବଲ-କୋଟଖାଇ ବିଧାନସଭା ଆସନରେ ହୋଇଥିବା ଉପ ନିର୍ବାଚନରେ ବିଜେପିକୁ ଜୋରଦାର ଝଟକା ଲାଗିଥିବା ବେଳେ କଂଗ୍ରେସ ସମସ୍ତ ତିନି ବିଧାନସଭା ଆସନରେ ବିଜୟ ହାସଲ କରିଛି। ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରେ ୨୦୧୯ରେ ବିଜେପି ପ୍ରାର୍ଥୀ ରାମସ୍ଵରୂପ ଶର୍ମା ବିଜୟୀ ହୋଇଥିଲେ। କିନ୍ତୁ ତାଙ୍କ ଦେହାନ୍ତ ପରେ କଂଗ୍ରେସ ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ପତ୍ନୀ ପ୍ରତିଭା ସିଂହଙ୍କୁ ପ୍ରାର୍ଥୀ କରିଥିଲା। ଅନ୍ୟପଟେ ବିଜେପି କାରଗିଲ ଯୁଦ୍ଧର ହିରୋ କୁଶାଳଲ ସିଂହ ଠାକୁରଙ୍କୁ ମଇଦାନ କୁ ଓହ୍ଲାଇଥିଲା। ତେବେ କଂଗ୍ରେସ ପ୍ରାର୍ଥୀ ପ୍ରତିଭା ସିଂହ ୮୭୬୬ ଖଣ୍ଡ ଭୋଟ୍‌ରେ ବିଜୟ ହାସଲ କରିଛନ୍ତି। ଏହି ଲୋକସଭା ଆସନ ସହିତ କଂଗ୍ରେସ ୩ ଟି ବିଧାନସଭା ଆସନରେ ବିଜେପିକୁ ପରାଜିତ କରିବାରେ ସକ୍ଷମ ହୋଇଛି Iସେହିପରି ପଶ୍ଚିମବଙ୍ଗରେ ମଧ୍ୟ ବିଜେପି ର ଶୋଚନୀୟ ପରାଜୟ ଘଟିଛି ।

ଅନ୍ୟପଟେ ଆସମରେ ହୋଇଥିବା ୫ ଟି ବିଧାନସଭା ପାଇଁ ନିର୍ବାଚନରେ ବିଜେପି ମେଣ୍ଟ ଆଗୁଆ ରହିଛି । ସେହିଭଳି ମିଜୋରମରେ ଗୋଟିଏ ବିଧାନସଭା ଆସନ ପାଇଁ ହୋଇଥିବା ମତଦାନରେ ମିଜୋ ନ୍ୟାସନାଲ ଫ୍ରଣ୍ଟ ବିଜୟୀ ହୋଇଛି । ମଧ୍ୟପ୍ରଦେଶରେ ୩ ଟି ବିଧାନସଭା ପାଇଁ ଉପନିର୍ବାଚନ ହୋଇଥିଲା । ଏଠାରେ ଦୁଇଟି ଆସନରେ ବିଜେପି ଆଗୁଆ ରହିଛି । ସେହିଭଳି ମେଘାଳୟରେ ୩ ଟି ବିଧାନସଭା ପାଇଁ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ କ୍ଷମତାରେ ଥିବା ଏନପିପି ଓ ତାର ସହଯୋଗୀ ଦଳ ୟୁଡିପି ସମସ୍ତ ୩ ଟି ଆସନରେ ବିଜୟ ଲାଭ କରିଛନ୍ତି । ସେହିଭଳି ରାଜସ୍ଥାନରେ ୨ଟି ବିଧାନସଭା ଆସନରେ ହୋଇଥିବା ମତଦାନରେ କଂଗ୍ରେସ ପ୍ରାର୍ଥୀ ଆଗୁଆ ଅଛନ୍ତି ।

Leave A Reply

Your email address will not be published.