ବିଧାନସଭା: ରାଜ୍ୟରେ ନିର୍ମାଣ ହେବ ଆଉ ୫୦୦ ବାତ୍ୟା ଆଶ୍ରୟସ୍ଥଳୀ

228

ଭୁବନେଶ୍ୱର:ରାଜ୍ୟରେ ନିର୍ମାଣ ହେବ ଆଉ ୫୦୦ ବାତ୍ୟା ଆଶ୍ରୟସ୍ଥଳୀ । ଗୁରୁବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ବିଜେଡି ବିଧାୟକ ପ୍ରତାପକେଶୀ ଦେବଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ପୂଜାରୀ ଏହି ସୂଚନା ଦେଇଛନ୍ତି ।  ଏହାଛଡ଼ା ଶ୍ରୀ ପୂଜାରୀ କହିଛନ୍ତି ଯେ ରାଜ୍ୟରେ ଥିବା ୮୧୨ ବହୁମୁଖୀ ଆଶୟସ୍ଥଳୀର ମରାମତି ହେବ । ଏନେଇ ଅର୍ଥ କମିଶନଙ୍କୁ ମଧ୍ୟ ସରକାର ଜଣାଇଛନ୍ତି । ଖୁବଶୀଘ୍ର କାମ ହେବ । ବିଗତ ସରକାର କେବଳ  ଘୋଷଣା କରି ଆମ ପାଇଁ ଛାଡ଼ିକି ଗଲେ ବୋଲି ଶ୍ରୀ ପୂଜାରୀ କହିଛନ୍ତି । 

Comments are closed, but trackbacks and pingbacks are open.