ଅସ୍ମିତାର ପରିଚୟ ହେବ ସୁଭଦ୍ରା: ମୁଖ୍ୟମନ୍ତ୍ରୀ

26

ଭୁବନେଶ୍ୱର:  ସୁଭଦ୍ରା ଯୋଜନାର ଅସ୍ମିତାର ପରିଚୟ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ କହିଛନ୍ତି । ସୁଭଦ୍ରା ରଥର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି ।  ଏହାଛଡ଼ା ସେ କହିଛନ୍ତି ଯେ ପ୍ରତି ମହିଳାଙ୍କ ସ୍ୱପ୍ନ ପୂରଣ କରିବା ସୁଭଦ୍ରା ଯୋଜନାର ମୂଳ ଉଦ୍ଦେଶ୍ୟ । ମହିଳାଙ୍କ ଆକାକ୍ଷାଂ ପୂରଣ କରିବାରେ ଏହି ଯୋଜନା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି । ସେହିପରି ଏହି ସଚେତନତା ରଥ ପ୍ରତି ଅଞ୍ଚଳକୁ ଯିବା ସହ  ମା’ ଭଉଣୀଙ୍କୁ ସଚେତନ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।  ପ୍ରକାଶ ଯେ ଭୁବନେଶ୍ୱରସ୍ଥ ଗାନ୍ଧୀମାର୍ଗରେ ମୁଖ୍ୟମନ୍ତ୍ରୀ ଏହି ସଚେତନତା ରଥକୁ ଶୁଭାରମ୍ଭ କରିଛନ୍ତି । ରାଜ୍ୟବ୍ୟାପୀ ଗାଁ ଠୁ ସହର ଏହି ସଚେତନତା ରଥ ବୁଲିବ । ଏହି ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କା ମିଳିବ। ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ମହିଳାମାନଙ୍କା ସର୍ବାଙ୍ଗୀନ ଉନ୍ନତି କରିବା ଲାଗି ମୋହନ ସରକାର ଅଙ୍ଗୀକାରବଦ୍ଧ। ଲୋକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପରେ ବିଶ୍ବାସ ପ୍ରକଟ କରିଛନ୍ତି।  

Comments are closed, but trackbacks and pingbacks are open.