ଭଜନକୁ ତାତ୍ସଲ୍ୟ କଲେ ଅସୀମା

24

ବିବାଦରେ କଣ୍ଠଶିଳ୍ପୀ ଅସୀମା ପଣ୍ଡା । ମେଳନ ପଡ଼ିଆରେ ଭଜନକୁ ଅସମ୍ମାନ କରିବା ନେଇ ତାଙ୍କ ନାଁରେ ସଂଗୀନ ଅଭିଯୋଗ ହୋଇଛି । ଏହି ଭିଡ଼ିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ କଡ଼ା ସମାଲୋଚନାର ଶିକାର ହୋଇଛନ୍ତି । ଅସୀମାଙ୍କର ଏଭଳି ଆଭିମୁଖ୍ୟକୁ ନାପସନ୍ଦ କରିଛନ୍ତି ଭଜନପ୍ରେମୀ । କହିଛନ୍ତି ଅସୀମାଙ୍କ କ୍ୟାରିୟର ଭଜନରୁ ଆରମ୍ଭ ହୋଇଛି, ସେହି ଭଜନକୁ ନୀଚ ଦେଖାଇବା ତାଙ୍କ ପ୍ରତି ଠିକ୍ ହୋଇନାହିଁ ।

ଅଭିଯୋଗ ଅମୁଯାୟୀ ଯାଜପୁର ଜିଲ୍ଲାରେ ଗତ ୧୪ତାରିଖ ରାତିରେ ଅସୀମା ପଣ୍ଡା ପାଣିକୋଇଲି ମେଲଣ ପ୍ରୋଗ୍ରାମରେ ଗୀତ ଗାଇବାକୁ ଆସିଥିବା ବେଳେ ମଞ୍ଚରେ ଏଭଳି କିଛି କଥା କହିଥିଲେ, ଯାହା ଦର୍ଶକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା। ଅସୀମା କହିଥିଲେ ”ତାଳି ନମାରିଲେ ଭଜନ ଓ ପୁରୁଣା ଗୀତ ଗାଇଦେବି।” ବାସ୍ତବରେ ହୋଲି ମେଲଣର କାର୍ଯ୍ୟକ୍ରମ ଏକ ଆଧ୍ୟାତ୍ମିକ କାର୍ଯ୍ଯକ୍ରମ। ଏଥିରେ ଦର୍ଶକ ତାଳି ନମାରିଲେ ସେ ଭଜନ ଗାଇଦେବାକୁ କହିବା ଅପ୍ରାସଙ୍ଗିକ ନୁହେଁ କି।

ଯାହାକୁ ନେଇ ଏହି ଭିଡିଓ ଏବେ ଚାରିଆଡେ ଭାଇରାଲ ହେବାରେ ଲାଗିଛି। ଅସୀମାଙ୍କ ପରି ଜଣେ ସୁନାମଧନ୍ଯା ଗାୟିକା ଯିଏ କି ଦିନେ ଭକ୍ତିଗୀତ ଅବା ଭଜନରୁ ହିଁ ନିଜର ଗାୟକ କ୍ୟାରିୟର ଆରମ୍ଭ କରିଥିଲେ। ସେ ଏଠାରେ ମେଲଣ ଭଳି ଏକ ଆଧ୍ୟାତ୍ମିକ କାର୍ଯ୍ଯକ୍ରମରେ ଏଭଳି ମନ୍ତବ୍ଯ ଦେବା ସମସ୍ତଙ୍କୁ ବ୍ୟଥିତ କରିଛି। ଏହା କେଉଁ ପ୍ରକାର କଥା ? ଏଥିରେ ସେ ଭଜନ ଗାଇବା ବା ଶୁଣିବା କଣ ପାପ କି ?

Comments are closed, but trackbacks and pingbacks are open.