ଦୁବାଇ: ଭାରତ ଏସିଆ କପ୍ କ୍ରିକେଟ୍ ଟୁର୍ନାମେଣ୍ଟର ବୁଧବାର ଅନୁଷ୍ଠିତ ସୁପର-୪ ମ୍ୟାଚରେ ବାଂଲାଦେଶକୁ ୪୧ ରନରେ ପରାସ୍ତ କରିଛି। ଏଥିସହ ଭାରତ ପ୍ରଥମ ଦଳଭାବେ ୪ ପଏଣ୍ଟ ପାଇ ଫାଇନାଲରେ ପ୍ରବେଶ କରିଛି। ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ଭାରତ କୁ ବିଜୟୀ କରାଇଛି । ଗୁରୁବାର ହେବାକୁଥିବା ପାକିସ୍ତାନ-ବାଂଲାଦେଶ ମ୍ୟାଚର ବିଜେତା ଫାଇନାଲରେ ଭାରତକୁ ଭେଟିବ। ଅନ୍ୟପକ୍ଷରେ ଗତଥରର ଚାମ୍ପିୟନ ଶ୍ରୀଲଙ୍କାର ଅଭିଯାନ ଏଥର ସୁପର-୪ରୁ ଶେଷ ହୋଇଛି। ଭାରତ ୨୦ ଓଭରରେ ୬ ଉଇକେଟ ହରାଇ ୧୬୮ ରନ କରିଥିଲା। ୧୬୯ ରନ ବିଜୟ ଲକ୍ଷ୍ୟରେ ବ୍ୟାଟିଂ କରିଥିବା ବାଂଲାଦେଶ ସୈଫ ହୁସେନଙ୍କ ଦୃଢ଼ ବ୍ୟାଟିଂ ସତ୍ତ୍ୱେ ୧୯.୩ ଓଭରରେ ୧୨୭ ରନ କରି ଅଲ୍ଆଉଟ ହୋଇ ଯାଇଥିଲା। ସୈଫ ୫୧ ବଲ୍ରୁ ସର୍ବାଧିକ ୬୯ (୩ ଚୌକା, ୫ ଛକା) ଓ ପରଭେଜ ହୁସେନ ଇମନଙ୍କ ୨୧ ରନକୁ ଛାଡ଼ିଦେଲେ ଅନ୍ୟ କୌଣସି ବାଂଲାଦେଶ ବ୍ୟାଟର ଭଲ ପ୍ରଦର୍ଶନ କରିପାରି ନ ଥିଲେ। ଭାରତୀୟ ବୋଲରଙ୍କ ମଧ୍ୟରେ କୁଲଦୀପ ଯାଦବ ୩ଟି, ବରୁଣ ଚକ୍ରବର୍ତ୍ତୀ ଓ ଯଶପ୍ରୀତ୍ ବୁମ୍ରା ୨ଟି ଲେଖାଏ ଏବଂ ଅକ୍ଷର ପଟେଲ ଓ ତିଲକ ବର୍ମା ଗୋଟିଏ ଲେଖାଏଁ ଉଇକେଟ ନେଇଥିଲେ।
Comments are closed, but trackbacks and pingbacks are open.