ଏସିଆ କପ୍‌-୨୦୨୫: ଶ୍ରୀଲଙ୍କା ଠାରୁ ସୁପର ଓଭରରେ ଜିତିଲା ଭାରତ

715

ନୂଆଦିଲ୍ଲୀ: ଏସିଆ କପର ଅନ୍ତିମ ସୁପର-୪ ମ୍ୟାଚରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିଲା। ପ୍ରଥମେ ବ୍ୟାଟିଂ କରି ଟିମ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭରରେ ୨୦୨ ରନ କରିଥିଲା। ଜବାବରେ ଶ୍ରୀଲଙ୍କା ମଧ୍ୟ ନିର୍ଦ୍ଧାରିତ ୨୦ ଓଭରରେ ୨୦୨ ରନ କରି ମ୍ୟାଚକୁ ଡ୍ର ରଖିଥିଲା। ଶେଷରେ ସୁପର ଓଭର ପାଇଁ ପୁଣି ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଲଢେଇ ହୋଇଥିଲା। ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ମାତ୍ର ୨ ରନରେ ୨ ଟି ୱିକେଟ ହରାଇ ପାଳି ସମାପ୍ତ କରିଥିଲା। ଭାରତ ପକ୍ଷରୁ ଅର୍ଶଦୀପ ସିଂହ ଚମତ୍କାର ବୋଲିଂ କରି ଶ୍ରୀଲଙ୍କାକୁ ୨ ରନରେ ଅଟକାଇବା ସହ ୨ ଟି ୱିକେଟ ଅକ୍ତିଆର କରିଥିଲେ। ତେବେ ଭାରତୀୟ ଦଳ ପକ୍ଷରୁ ସୂର୍ଯ୍ୟକୁମାର ଏବଂ ଶୁବମାନ ଗିଲ ବ୍ୟାଟିଂ କରିବାକୁ ଆସିଥିଲେ। ୱାନିନ୍ଦୁ ହସରଙ୍ଗାଙ୍କ ପ୍ରଥମ ବଲରେ ଏକ ସୁନ୍ଦର ସଟ ମାରି ସୂର୍ଯ୍ୟ ୩ ରନ ନେଇ ଦଳକୁ ବିଜୟ କରାଇଥିଲେ। ଏହିପରି ଭାରତୀୟ ଦଳ ଏସିଆ କପରେ ଅପରାଜେୟ ରହି ଫାଇନାଲ ପର୍ଯ୍ୟନ୍ତ ଯାତ୍ରା କରିଛି। ଫାଇନାଲରେ ପାରମ୍ପରିକ ପ୍ରତିଦ୍ଵନ୍ଦୀ ପାକିସ୍ତାନକୁ ଭାରତ ଆସନ୍ତା ୨୮ ତାରିଖରେ ଭେଟିବ। ଫାଇନାଲ ମ୍ୟାଚ ସନ୍ଧ୍ୟା ୮ ଟା ରେ ଆରମ୍ଭ ହେବ ଏବଂ ୭.୩୦ ରେ ଟସ ପଡ଼ିବ।

Comments are closed, but trackbacks and pingbacks are open.