ଭାରତର ଜାତୀୟ ଚିହ୍ନ ଆଇନ-୨୦୦୫ ଏବଂ ନିୟମ-୨୦୦୭ ଓ ସଂଶୋଧନ ଆଇନ-୨୦୧୦ ଅନୁଯାୟୀ ଜାତୀୟ ଚିହ୍ନ କେବଳ ସରକାରୀସ୍ତରରେ ବ୍ୟବହାର ହେବା କଥା । କିନ୍ତୁ କେତେଜଣ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ଏହାର ଉଲ୍ଲଂଘନ କରୁଥିବା ନଜରକୁ ଆସିଛି । ଏନେଇ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଯୁଗ୍ମସଚିବ ଜି.ପାର୍ଥସାରଥି ମୁଖ୍ୟଶାସନ ସଚିବଙ୍କୁ ଅବଗତ କରିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ରାଜ୍ୟରେ କୌଣସି ବ୍ୟକ୍ତିବିଶେଷ, ବ୍ୟବସାୟ ପ୍ରତିଷ୍ଠାନ କିମ୍ବା ଅନୁଷ୍ଠାନ ପକ୍ଷରୁ ଜାତୀୟ ଚିହ୍ନକୁ ମନଇଚ୍ଛା ବ୍ୟବହାର କରାଯାଇପାରିବ ନାହିଁ । ଯଦି କୌଣସି ଠାରେ ଏହାର ଅପବ୍ୟବହାର କରାଯାଉଥିବାର ଘଟଣା ସାମ୍ନାକୁ ଆସିବ ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ |
Comments are closed, but trackbacks and pingbacks are open.