ରାଷ୍ଟ୍ରପତି ପଦବୀ ବଦଳିଲେ ବଦଳିଯାଏ ଭାଗ୍ୟ

33

ବର୍ତ୍ତମାନ ଦେଶକୁ ମିଳିଛି ନୂଆ ରାଷ୍ଟ୍ରପତି । ଓଡ଼ିଆ ଝିଅ ହୋଇଛନ୍ତି ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ସର୍ବୋଚ୍ଚ ପଦର ଅଧିକାରୀ । ରାଇସିନା ହିଲରେ ରାଷ୍ଟ୍ରପତି ରୁହନ୍ତି । ଭାରତୀୟ ବ୍ୟବସ୍ଥା ମୁତାବକ ସମସ୍ତ ସୁବିଧା ସୁଯୋଗ ମିଳିଥାଏ । ହେଲେ ପୂର୍ବତନ ରାଷ୍ଟ୍ରପତି କେଉଁଠି ରୁହନ୍ତି ? ରାମନାଥ କୋଭିନ୍ଦ, ପ୍ରଣବ ମୁଖାର୍ଜୀ, ପ୍ରତିଭା ଦେବୀ ସିଂ ପାଟେଲ ଏହି ସମସ୍ତ ପୂର୍ବତନ ରାଷ୍ଟ୍ରପତିମାନଙ୍କ ରହିବ ପାଇଁ କଣ କଣ ବ୍ୟବସ୍ଥା ରହିଛି ?

୨୦୧୭ରୁ ୨୦୧୨ ଯାଇଁ ରାମନାଥ କୋବିନ୍ଦ ଦେଶର ୧୪ତମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ତୁଲାଇଛନ୍ତି । ରାଷ୍ଟ୍ରପତି ଥିବାବେଳେ ୨ଲକ୍ଷ ବର୍ଗ ଫୁଟ ବିଶିଷ୍ଟ ୩୪୦ ରୁମ ଥିବା ରାଷ୍ଟ୍ରପତି ଭବନ ଥିଲା କୋବିନ୍ଦଙ୍କ ଠିକଣା । ସମ୍ବିଧାନ ଓ ବିଧି ମୁତାବକ ରାଷ୍ଟ୍ରପତିଙ୍କୁ ମିଳିଥିଲା ସମସ୍ତ ସୁବିଧା ସୁଯୋଗ । କିନ୍ତୁ ଏବେ ନୂଆ ରାଷ୍ଟ୍ରପତିଙ୍କ ଆସିବା ପରେ କୋବିନ୍ଦଙ୍କ ଠିକଣା ବି ବଦଳିବ ତା ସହ କିଛି ଟା ବ୍ୟବସ୍ଥା ବି ବଦଳିବ । ତେବେ ପୂର୍ବତନ ରାଷ୍ଟ୍ରପତି ନୂଆଦିଲ୍ଲୀ ସ୍ଥିତ ବାର ଜନପଥ ବଙ୍ଗଳାରେ ରହିବେ । ଏହି ଘର ପୂର୍ବରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମବିଲା ପାଶୱାନଙ୍କ ପାଖରେ ଥିଲା । ତାଙ୍କ ଦେହାନ୍ତ ପରେ ଏହି ବଗଳାକୁ ରାମନାଥ କୋବିନ୍ଦଙ୍କୁ ଦିଆଯିବ । ପୂର୍ବତନ ରାଷ୍ଟ୍ରପତି କୋବିନ୍ଦଙ୍କୁ ମାସିକ ପେନ୍ସନ ଭି ମିଳିବ । ରାଷ୍ଟ୍ରପତି ଥିବା ବେଳେ ମାସିକ ବେତନ ୫ଲକ୍ଷ ଥିଲା । ସେହି ଅନୁଯାୟୀ ପାଖାପାଖି ଦେଢ଼ ଲକ୍ଷ ଟଙ୍କା ମାସିକ ଭତ୍ତା ପାଇବେ ରାମନାଥ କୋବିନ୍ଦ । ତାହା ସହ କୋବିନ୍ଦଙ୍କ ପତ୍ନୀକୁ ଭି ୩୦ହଜାର ଟଙ୍କା ସହାୟତା ରାଶି ମିଳିବ ।

ତେବେ କେବଳ ଯେ ରାମନାଥ କୋବିନ୍ଦଙ୍କୁ ଏ ସମସ୍ତ ସୁବିଧା ମିଳିବ ତାହା ନୁହେଁ ବରଂ ଏ ସମସ୍ତ ସୁବିଧା ପୁର୍ବତନ ସମସ୍ତ ରାଷ୍ଟ୍ରପତି ଯେମିତିକି ପ୍ରଣବ ମୁଖାର୍ଜୀ ତାଙ୍କ ପୂର୍ବରୁ ପ୍ରତିଭା ଦେବୀ ସିଂ ପାଟେଲଙ୍କୁ ମଧ୍ୟ ଏଭଳି ସୁରକ୍ଷା ବା ସୁବିଧା ମିଳିଆସିଛି । ରାଷ୍ଟ୍ରପତି ହେଉଛନ୍ତି ଦେଶର ପ୍ରଥମ ନାଗରିକ ତେଣୁ ସେ ଦାୟୀତ୍ୱରୁ ଅବ୍ୟାହିତ ନେବା ପରେ ବି ସେହି ସଂମ୍ମାନ ଓ ସୁରକ୍ଷା ତାଙ୍କୁ ପ୍ରଦାନ କରାଯାଇଥାଏ ।

Comments are closed, but trackbacks and pingbacks are open.