ରାଜ୍ୟରେ ‘ଅଗଷ୍ଟ ୧ ସୁଦ୍ଧା ଖାଲିପଡିଛି ୧୧ ହଜାର ୪୫୬ ପୋଲିସ ପଦବୀ’: ଗୃହ ରାଷ୍ଟ୍ରମନ୍ତ୍ରୀ

30

ଆଜି ବିଧାନ ସଭା ର ପ୍ରଶ୍ନୋତ୍ତର କାଳରେ ରାଜ୍ୟରେ କେତେ ପୁଲିସ ପଦବୀ ଖାଲି ପଡିଛି ଓ ତାହା କେବେ ପୂରଣ ହେବ ବୋଲି ପ୍ରଶ୍ନ କରିଥିଲେ ବିଧାୟକ ଗଣେଶ ରାମ ଖୁଣ୍ଟିଆ I ଏନେଇ ଉତ୍ତର ରଖିଛନ୍ତି ଗୃହ ବିଭାଗ ର ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର ।ଏହା ପୂର୍ବରୁ ପୋଲିସ ପଦବୀକୁ ନେଇ ଗୃହ ବିଭାଗ ର ରାଷ୍ଟ୍ରମନ୍ତ୍ରୀ କହିଥିଲେ ଯେ, ‘ରାଜ୍ୟରେ ଅଗଷ୍ଟ ୧ ସୁଦ୍ଧା ଖାଲିପଡିଛି ୧୧ ହଜାର ୪୫୬ ପୋଲିସ ପଦବୀ’ । ସେଥିରେ ୧୩ଟି ଡିଆଇଜି ପାଇଁ ପୋଷ୍ଟ ଥିବା ବେଳେ ୧୫ଟି ଏସପି ପଦବୀ ଖାଲି ପଡିଛି । ଏହା ବ୍ୟତୀତ ରାଜ୍ୟରେ ୨୪୮ଟି ଇନ୍ସପେକ୍ଟର ପଦବୀ ଖାଲି ପଡିଛି । ସେପଟେ ରାଜ୍ୟରେ ନୂଆ ପୁଲିସ ଷ୍ଟେସନ ଖୋଲିବା ପ୍ରସଙ୍ଗରରେ ବିଧାନସଭାରେ ଉଦ୍‌ବେଗ ପ୍ରକାଶ ପାଇଛି । ୬୮ଟି ନୂଆ ଥାନା, ୧୦୩ଟି ଫାଣ୍ଡି ଓ ୩ ଥାନାର ଅପ୍‌ଗ୍ରେଡ୍‌ କରିବା ପାଇଁ ୪ ୦ ଜଣ ବିଧାୟକ ପ୍ରସ୍ତାବ ଦେଇଥିଲେ । ବାଚସ୍ପତିଙ୍କ ରୁଲିଂ ଓ ବିଧାୟକମାନଙ୍କ ପ୍ରସ୍ତାବ ପରେ ମଧ୍ୟ ଏହା କାର୍ଯ୍ୟକାରୀ ହେଉ ନଥିବାରୁ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।

ସେପଟେ ନୟାଗଡ଼ ଜିଲ୍ଲା ରଣପୁରର ଶାସକ ଦଳ ବିଧାୟକ ସତ୍ୟ ନାରାୟଣ ପ୍ରଧାନ ମଧ୍ୟ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ନେଇ ଉଦବେଗ ପ୍ରକାଶ କରିଛନ୍ତି। ରାଜ୍ୟରେ ଥାନା ଓ ଫାଣ୍ଡି ଖୋଲିବା ନେଇ ଗୃହରେ ୪୦ ବିଧାୟକଙ୍କ ଉଦ୍‌ବେଗକୁ ଦେଖି ବାଚସ୍ପତି ରୁଲିଂ ଦେଇଛନ୍ତି। ପୁଲିସ ଡିଜି, ଡିଆଜି କ୍ରାଇମବ୍ରାଞ୍ଚ ଓ ଗୃହ ସଚିବଙ୍କୁ ଡାକି ଆଲୋଚନା କରିବାକୁ ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି। ବିଧାନ ସଭା ସରିବା ପରେ ବୈଠକ କରି ଗୃହରେ ଏକ ବିବୃତି ରଖନ୍ତୁ ବୋଲି ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.