ମୋଦୀ ଥିବା ଯାଏ ରାହୁଲ ହୋଇପାରିବେନି ପ୍ରଧାନମନ୍ତ୍ରୀ!

24

ମୋଦୀ ଥିବା ଯାଏ ରାହୁଲ ହୋଇପାରିବେନି ପ୍ରଧାନମନ୍ତ୍ର ! କଂଗ୍ରେସକୁ ଟାର୍ଗେଟ କଲେ ହିମନ୍ତ ବିଶ୍ୱ ଶର୍ମା ! ବିଦେଶରେ ଭାରତକୁ ଅପମାନିତ କରୁଛନ୍ତି ରାହୁଲ ! କଂଗ୍ରେସକୁ ଟାର୍ଗେଟ କଲେ ଆସାମ ମୁଖ୍ୟମନ୍ତ୍ରୀ । ଲଣ୍ଡନରେ ରାହୁଲ ଗାନ୍ଧୀ ଦେଇଥିବା ବୟାନକୁ ନେଇ ବର୍ଷିଛନ୍ତି ହିମନ୍ତ ବିଶ୍ୱ ଶର୍ମା । ଯେତେ ଦିନ ଯାଏଁ ନରେନ୍ଦ୍ର ମୋଦି ଅଛନ୍ତି, ସେତେଦିନ ଯାଏଁ ରାହୁଲ ଗାନ୍ଧୀ କେବେ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ ବୋଲି କର୍ଣ୍ଣାଟକର କନକଗିରିରେ ବିଜେପି ପକ୍ଷରୁ ଆୟୋଜିତ ବିଜୟ ସଂକଳ୍ପ ଯାତ୍ରାରେ ଏପରି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ରାହୁଲ ଗାନ୍ଧୀ ଭାରତରେ ‘ଭାରତ ଯୋଡ଼’ ଯାତ୍ରା କରୁଛନ୍ତି ।

ହେଲେ ଦେଶ ବାହାରେ ମାନେ ଲଣ୍ଡନରେ ଯାଇ ‘ଭାରତ ତୋଡ଼’ ଯାତ୍ରା କରୁଛନ୍ତି । ଯେତେବେଳ ସେ କର୍ଣ୍ଣାଟକରେ ଭାରତ ଯୋଡ଼ ଯାତ୍ରା କରୁଥିଲେ । ସେତେବେଳେ ମୁଁ ତାଙ୍କୁ ପ୍ରଶ୍ନ କରିଥିଲି କି ୧୯୪୭ରେ ଭାରତକୁ କିଏ ବିଭାଜନ କରିଥିଲା ? । ବିଦେଶରେ ଯାଇ ଭାରତକୁ ଅପମାନିତ କରିଛନ୍ତି ରାହୁଲ ଗାନ୍ଧୀ । କିନ୍ତୁ ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତ ସମୟରେ ମାତୃଭୂମିର ପ୍ରଂଶସା କରିଥାନ୍ତି । ରାହୁଲ ଗାନ୍ଧୀ ଦେଶ ବାହାରେ ଭାରତ ସଂସଦକୁ ଅପମାନିତ କରିଛନ୍ତି । ଏଠାରୁ ମୁଁ ଏକ କଥା କହିରଖୁଛି ଯେ, ଯେତେ ଦିନ ଯାଏଁ ନରେନ୍ଦ୍ର ମୋଦି ଥିବା , ସେତେ ଦିନ ଯାଏଁ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ ।

ସେହିପରି କର୍ଣ୍ଣାଟକରେ ଚାଲିଥିବା ଏହି ଯାତ୍ରା ସମୟରେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ଆହୁରୀ ଏକ କଥା ମଧ୍ୟ କହିଛନ୍ତି । ତାଙ୍କ ମତରେ, ଏବେ ଆମକୁ ଆଉ ବାବ୍ରି ମସ୍‌ଜିଦ୍ ଦରକାର ନାହିଁ । ଆମକୁ ଏବେ ପୁରା ରାମ ଜନ୍ମଭୂମି ଦରକାର ବୋଲି ସେ କହିଛନ୍ତି । କେନ୍ଦ୍ର ସରକାରଙ୍କ ଅନେକ ମନ୍ତ୍ରୀ ଓ ବିଜେପିର ସାଂସଦ ମାନେ ରାହୁଲ ଗାନ୍ଧୀ ଭାରତର ନ୍ୟାୟପାଳିକା, ସେନା ଏବଂ ସଂସଦକୁ କ୍ଷମା ମାଗିବା ଉଚିତ ବୋଲି ଦାବି କରିଥିଲେ । ତେବେ ଆଗକୁ ଦେଖିବାକୁ ରହିଲା କଂଗ୍ରେସ ଏହାକୁ ନେଇ କଣ ପଦକ୍ଷପ ନେଉଛନ୍ତି ।

Comments are closed, but trackbacks and pingbacks are open.