ଭାରତର ଏସ-୪୦୦ ଧ୍ୱଂସ ଖବର ମିଛ,ସ୍ପଷ୍ଟ କଲା ବାୟୁସେନା

130

ପାକିସ୍ତାନ ମିଥ୍ୟା ଖବର ପ୍ରଚାରିତ କରି ଅନ୍ତର୍ଜାତୀୟ ସ୍ତରରେ ଲୋକଙ୍କୁ ଭ୍ରମିତ କରିବାକୁ ଉଦ୍ୟମ ଚଳାଇଛି। ପାକିସ୍ତାନ ଭାରତର ଏସ-୪୦୦ ପ୍ରତିରକ୍ଷା ବ୍ୟବସ୍ଥାକୁ ଧ୍ୱଂସ କରିଥିବା ନେଇ ସାମାଜିକ ଗଣମାଧ୍ୟମରେ ଖବର ପ୍ରଚାରିତ ହୋଇଥିଲା, ଏହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ବାୟୁସେନା ପକ୍ଷରୁ ମିଳିତ ସାମ୍ବାଦିକ ସମ୍ମିଳନୀ କରାଯାଇ ପାକିସ୍ତାନର ଅପପ୍ରଚାର ସମ୍ପର୍କରେ ସୂଚନା ଦିଆଯାଇଛି । କଲୋନେଲ ସୋଫିଆ କ୍ୟୁରେସୀ ଏବଂ ଓ୍ବିଙ୍ଗ କମାଣ୍ଡର ବ୍ୟୋମିକା ସିଂହ ସାମ୍ବାଦିକ ସମ୍ମିଳନୀରେ ଭାରତର ପ୍ରତିରକ୍ଷା ବ୍ୟବସ୍ଥା ଏସ-୪୦୦କୁ ପାକ୍‌ ଧ୍ୱଂସ କରିଥିବା ଖବର ମିଥ୍ୟା ବୋଲି କହିଛନ୍ତି।

Comments are closed, but trackbacks and pingbacks are open.