ଓଡ଼ିଆ ଅଫିସର ସତ୍ୟନାରାୟଣ ପ୍ରଧାନଙ୍କ ହାତରେ ଆର୍ଯ୍ୟନ ଖାଁ ଙ୍କ ଡ୍ରଗ୍ସ କେଶ

19

ବରିଷ୍ଠ ଆଇପିଏସ୍ ସତ୍ୟନାରାୟଣ ପ୍ରଧାନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ-ଏନ୍ସିବିର ପୂର୍ଣ୍ଣକାଳୀନ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି। ୨୦୨୪ ଅଗଷ୍ଟ ୩୧ ଯାଏ ଡେପୁଟେସନରେ ସେ ଏହି ପଦରେ ରହିବେ ବୋଲି ସୂଚନା ଦିଆଯାଇଛି। ତେବେ ମୁମ୍ବାଇ କୃଜ୍ ଡ୍ରଗ୍ସ ପାର୍ଟିରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ସମ୍ପୃକ୍ତିକୁ ନେଇ ଏନସିବିରେ ଚାଲିଥିବା କେସର ଦାୟୀତ୍ବ ନେବେ ଏସ ଏନ ପ୍ରଧାନ I ପୂର୍ବରୁ ଏହି କେଶ ର ଜେରା କରୁଥିଲେ ମୁମ୍ବାଇ ର ଏନସିବି ଜୋନାଲ ମୁଖ୍ୟ ସମୀର ୱଁIଖେଡେ I କିନ୍ତୁ ଏହି କେଶ ରେ ଲାଞ୍ଚ କାରବାର ଅଭିଯୋଗ ସାମ୍ନାକୁ ଆସିବାପରେ ସମୀର ୱଁIଖେଡେ ବିବାଦୀୟ ହୋଇ ପଡ଼ିଥିଲେ I ଏହାପରେ ତାଙ୍କ ହାତରୁ କେଶ ର ତଦନ୍ତ ଭାର କଢ଼ାଯାଇ ନୂତନ ନିଯୁକ୍ତି ପାଇଥିବା ସତ୍ୟନାନରେନ ପ୍ରଧାନ ଙ୍କୁ ହସ୍ତାନ୍ତର କରାଯାଇଛି I
ସୂଚନା ଯୋଗ୍ୟ ଏନସିବି ରେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଏସ.ଏନ.ପ୍ରଧାନ ଏନଡିଆରଏଫ ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ I –

Leave A Reply

Your email address will not be published.