ଆର୍ଯ୍ୟନ ଖାଁ ଙ୍କ ସହିତ ଅର୍ବାଜ ମର୍ଚ୍ଚାଣ୍ଟ ଓ ମୁନମୁନ ଧମେଚା ଙ୍କୁ ମିଳିଲା ଵେଲ

26

ଦୀର୍ଘ ୨୬ ଦିନ ଧରି ପୁଲିସ୍‌ ହାଜତ ରେ ରହିବା ପରେ ଆଜି ବମ୍ବେ ହାଇକୋର୍ଟଙ୍କ ଜଣିକିଆ ବେଞ୍ଚ ଆର୍ଯ୍ୟନ ଖାନଙ୍କୁ ଜାମିନ ପ୍ରଦାନ କରିଛନ୍ତି I ତେବେ ଜାମିନ ମିଳିଥିଲେ ମଧ୍ୟ ସେ ଆସନ୍ତା କାଲି କିମ୍ବା ଶନିବାର ଜେଲ ରୁ ମୁକୁଳିବେ ବୋଲି ଜଣା ପଡିଛି ଇ ତାଙ୍କ ସହିତ ତାଙ୍କ ସହିତ ନିଶା ପାର୍ଟି ରୁ ଗିରଫ ହୋଇଥିବା ତାଙ୍କର ଅନ୍ୟ ଦୁଇ ବନ୍ଧୁ ଅର୍ବାଜ ମୋର୍ଚ୍ଚାଣ୍ଟ ଓ ମୁନମୁନ ଧମେଚା ଙ୍କର ମଧ୍ୟ ଵେଲ ହେଇଚି

ଏନସିବି ପକ୍ଷରୁ ଅତରିକ୍ତ ସଲିସିଟର ଜେନେରାଲ ଅନୀଲ ସିଂହ ଆଜି ଶୁଣାଣି ବେଳେ ଆର୍ଯ୍ୟନଙ୍କ ଜାମିନକୁ ଜୋରଦାର ବିରୋଧ କରିଥିଲେ। କିନ୍ତୁ କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି।

ଏନସିବି ପକ୍ଷରୁ ଶ୍ରୀ ସିଂହ କହିଥିଲେ, “ମୁମ୍ବାଇ କ୍ରୁଜ୍‌ରେ କଲରଫୁଲ ପାର୍ଟି ହେଉଥିଲା। ସେମାନେ ଅତିକମରେ ଗାନ୍ଧି ଜୟନ୍ତୀରେ ଏପରି କରିବାର ନଥିଲା। ଡ୍ରଗ୍ସ କାରବାର ସହ ଆର୍ଯ୍ୟନଙ୍କ ଲିଙ୍କ ଥିବା ପୂରା ହ୍ୱାଟସଆପ ଚାଟରୁ ସ୍ପଷ୍ଟ ହୋଇଛି। ଆର୍ଯ୍ୟନ ଡ୍ରଗ୍ସ କ୍ରୁଜ ମଧ୍ୟକୁ ଯାଇଥିବା ଭଲ ଭାବେ ଜାଣିଥିଲେ। ଏହାକୁ ଉଭୟ ଆର୍ଯ୍ୟନ ଓ ଅର୍ବାଜ ସେବନ ପାଇଁ ନେଇଥିଲେ। ଆମେ ବର୍ତ୍ତମାନ ସେମାନେ ଡ୍ରଗ୍ସ କେଉଁଠୁ ପାଉଥିଲେ, ତା’ର ମୂଳରେ ପହଞ୍ଚିବାକୁ ଚାହୁଁଛି। ଆମକ ପାଖରେ ହ୍ୱାଟସଆପ ଚାଟ ଓ ୬୫ବି ପ୍ରମାଣପତ୍ର ରହିଛି।
ଏହାର ଜବାବରେ ଜଷ୍ଟିସ ସାମ୍ବ୍ରେ କହିଥିଲେ, “ଯୁକ୍ତି ଉପସ୍ଥାପନ ଶେଷ ହେବା ପରେ ଆମେ ଏହାକୁ ଦେଖିବୁ। କିନ୍ତୁ କେଉଁ ଆଧାରରେ ଆର୍ଯ୍ୟନ ଖାନଙ୍କ ସମ୍ପର୍କ ଡ୍ରଗ୍ସର ବ୍ୟବସାୟିକ ପରିମାଣ ସହ ରହିଥିଲା ବୋଲି ଆପଣ କହୁଛନ୍ତି?

ସୂଚନାଯୋଗ୍ୟ ଅକ୍ଟୋବର ୨ରେ ମୁମ୍ବାଇ କ୍ରୁଜ ରେ ନିଷିଦ୍ଧ ନିଶା ପାର୍ଟି ଚାଲୁଥିବାବେଳେ ,ମୁମ୍ବାଇ ଏନସିବି ପକ୍ଷରୁ ଚଢ଼ାଉ କରି ଶାହରୁଖ ଖାଁ ଙ୍କ ପୁଅ ଆର୍ଯ୍ୟନ ଖାଁ ଙ୍କ ସହିତ ୧୧ ଜଣଙ୍କୁ ଗିରଫ କରିଥିଲା । ଏବଂ ଶୁଣାଣି ପରେ ସେମାନଙ୍କୁ ଅର୍ଥର ରୋଡ଼ ଜେଲ କୁ ପଠାଇ ଦିଆ ଯାଇଥିଲା I ଏହାର ପରବର୍ତ୍ତୀ ଅବସ୍ଥାରେ ଆଉ ୧୨ ଜଣଙ୍କୁ ଗିରଫ କରିଥିଲା ଏନସିବି । ତେବେ ଏମାନଙ୍କ ମଧ୍ୟ ରେ ଦୁଇ ଜଣ ଓଡିଶାରୁ ମଧ୍ୟ ଥିଲେ ଏହା ପୂର୍ବରୁ ତାଙ୍କୁ ଵେଲ ମିଳିସାରିଛି I

Leave A Reply

Your email address will not be published.