ଆର୍ଯ୍ୟନ ଓ ସାଦିୟାଙ୍କ ଫଟୋ ଭାଇରଲ

29

ଦୁବାଇରେ ଭାଇରଲ ହେଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ। ଦୁବାଇରରେ ସାଙ୍ଗମାନଙ୍କ ସହ ନୂଆବର୍ଷ ପାଳନ କରୁଥିବା ସମୟ କିଛି ଫୋଟୋ ଏବେ ଭାଇରଲ ହେଉଛି । ପାକିସ୍ତାନୀ ଅଭିନେତ୍ରୀ ସାଦିୟା ଖାନ୍‌ ଆଜିକାଲି ଖବରର ଶିରୋନାମା ହୋଇଛନ୍ତି । ସେହି ପାର୍ଟିରେ ବଲିଉଡ୍‌ର କିଙ୍ଗ୍‌ ଖାନ୍‌ ଶାହରୁଖଙ୍କ ପୁଅ ଆର୍ଯ୍ୟନ ଖାନ୍‌ ମଧ୍ୟ ଯୋଗ ଦେଇଥିଲେ । ପାର୍ଟିରୁ ଆର୍ଯ୍ୟନ ଓ ସାଦିୟାଙ୍କ ଫଟୋ ନିକଟରେ ସାମ୍ନାକୁ ଆସିଥିଲା ।

ଫଟୋରେ ଉଭୟ ଏକସଙ୍ଗେ ପୋଜ୍‌ ଦେଇଥିଲେ । ଫଟୋଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରଠୁ ସାଦିୟାଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି ।

ଅନେକ ସାଦିୟାଙ୍କୁ ଆର୍ଯ୍ୟାନଙ୍କ ଗର୍ଲଫ୍ରେଣ୍ଡ ବୋଲି ଭାବି ନେଇଛନ୍ତି । କିନ୍ତୁ ରିପୋର୍ଟ ଅନୁସାରେ, ଏହା କେବଳ ଉଭୟଙ୍କ ପାଇଁ ଖୁସିର ଏକ ମୁହୂର୍ତ୍ତ ଥିଲା । ଲୋକେ ଏବେ ସାଦିୟାଙ୍କ ବିଷୟରେ ଜାଣିବାକୁ ବେଶ ଉତ୍ସୁକ । ସାଦିୟା ପାକ୍‌ ସିନେମା ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତ୍ରୀ । ଅନେକ ଟିଭି ସିରିଏଲରେ ସେ ନଜର ଆସିଛନ୍ତି । ଖୁଦା ଔର ମୋହକ୍ରତ୍‌, ଶାୟଦ୍‌, ୟାରିୟାଁ, ମରିୟମ୍‌ ପେରିୟାରା ଆଦି ଧାରାବାହିକ ପାଇଁ ସେ ଖୁବ୍‌ ଲୋକପ୍ରିୟତା ହାସଲ କରିଛନ୍ତି ।

କେବଳ ପରଦାରେ ନୁହେଁ, ବାସ୍ତବ ଜୀବନରେ ମଧ୍ୟ ସାଦିୟା ଜଣେ ଗ୍ଲାମରସ୍‌ ଗର୍ଲ । ସୌନ୍ଦର୍ଯ୍ୟ ଓ ନିଆରା ଅନ୍ଦାଜ୍‌ ପାଇଁ ସେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ରାଜ୍‌ କରୁଛନ୍ତି । ସୋସିଆଲ ମିଡିଆ ୟୁଜର୍‌ ତାଙ୍କ ଫଟୋ ଓ ଭିଡିଓ ଅପ୍‌ଡେଟ୍‌କୁ ନିୟମିତ ଅପେକ୍ଷା କରିଥାନ୍ତି । ସୋସିଆଲ ମିଡିଆରେ ସେ ବେଶ ସକ୍ରିୟ । ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କର ୧୮ ଲକ୍ଷ ଫଲୋଅର୍‌ ଅଛନ୍ତି । ସାଦିୟାଙ୍କ ଇନ୍‌ଷ୍ଟାଗ୍ରାମ୍‌ ହ୍ୟାଣ୍ଡେଲ ଦେଖିଲେ, ତାଙ୍କ ସୌନ୍ଦର୍ଯ୍ୟ ଓ ହଟ୍‌କେ ଅନ୍ଦାଜ୍‌ରୁ ନଜର ହଟାଇବା ମୁସ୍କିଲ ହେବ । ପାରମ୍ପରିକ ହେଉ ବା ପାଶ୍ଚାତ୍ୟ, ସବୁ ପୋଷାକରେ ସେ ଖୁବ୍‌ ଗ୍ଲାମର୍‌ ଦିଶନ୍ତି । ତାଙ୍କ ଫ୍ୟାଶନ୍‌ ସେନ୍ସକୁ ତାଙ୍କ ପ୍ରଶଂସକ ହିଟ୍‌ ବୋଲି କହନ୍ତି ।

Comments are closed, but trackbacks and pingbacks are open.