ଅରୁଣ ସାହୁଙ୍କୁ ରାଜସ୍ବ ମନ୍ତ୍ରୀଙ୍କ କଟାକ୍ଷ

22

ଭୁବନେଶ୍ବର: ବିଜେଡି ବିଧାୟକ ଅରୁଣ ସାହୁଙ୍କୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ କଟାକ୍ଷ । ପୂର୍ବ ସରକାରଙ୍କୁ କଟାକ୍ଷ କରି ଦୋଷ ଲଦିଲେ ରାଜସ୍ବ ମନ୍ତ୍ରୀ । ରାଜ୍ୟରେ ଆରଆଇ ଏବଂ ଅମିନଙ୍କ ପଦବୀ ଖାଲି ପଡିବା ଏବଂ ନିଯୁକ୍ତି ନେଇ ପ୍ରଶ୍ନ କରିଥିଲେ ଅରୁଣ । ହେଲେ ତାଙ୍କ ପ୍ରଶ୍ନର କଟାକ୍ଷ କରି ଉତ୍ତର ଦେଇଥିଲେ ରାଜସ୍ବ ମନ୍ତ୍ରୀ । ମନ୍ତ୍ରୀ କହିଥିଲେ, ମୁଁ ଏତେ ଖାଲି ପଦବୀର କାରଣ ଖୋଜୁଛି । ହେଲେ ଏହା ମୋତେ ପୂର୍ବ ସରକାରରୁ ଉତ୍ତରାଧିକାରୀ ସୂତ୍ରରେ ମିଳିଛି । ସେହିଭଳି ଆରଆଇ ଟ୍ରେନିଂ ଇନଷ୍ଟିଚ୍ୟୁଟ ସଂଖ୍ୟା ବୃଦ୍ଧି କରାଯିବ । ଏବେ ରାଜ୍ୟର ଚାରୋଟି ଇନଷ୍ଟିଚ୍ୟୁଟ୍ ଥିବା ବେଳେ ଜୟପୁରରେ ଖୁବଶୀଘ୍ର ଆଉ ଗୋଟିଏ ଇନଷ୍ଟିଚ୍ୟୁଟ କାର୍ୟ୍ୟକ୍ଷମ ହେବାକୁ ଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।

Comments are closed, but trackbacks and pingbacks are open.