ନଖରେ ଦେଖାଯାଉଛି କି ଏପରି ଲକ୍ଷଣ ? ତେବେ ହୋଇଯାଆନ୍ତୁ ସାବଧାନ

64

ଶରୀରରେ କୋଲେଷ୍ଟ୍ରଲ ବୃଦ୍ଧି ହେଲେ ଅନେକ ପ୍ରକାରର ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ତେବେ ଆପଣ ଜାଣଛନ୍ତି କି ନଖ ଉପରେ ମଧ୍ୟ ଏହାର ପ୍ରଭାବ ପଡିଥାଏ । ଅର୍ଥାତ ଆପଣ ନଖ ଦେଖି ଜାଣିପାରିବେ ଯେ ଶରୀରରେ କୋଲେଷ୍ଟ୍ରଲର ମାତ୍ରା ଠିକ୍ ଅଛି କି ନାହିଁ । ଏକ ରିପୋର୍ଟ ଅନସାରେ ଯଦି ଆପଣଙ୍କ ନଖର ରଙ୍ଗ ବଦଳିଯାଏ ତେବେ ସାବଧାନ ରହିବା ଜରୁରୀ ।

ଯଦି ଆପଣଙ୍କ ନଖ ହଳଦିଆ ହୋଇଯାଇଛି ତେବେ ଆପଣଙ୍କୁ ଟିକେ ସତର୍କ ରହିବାକୁ ପଡିବ । କାରଣ ଏହା ଶରୀରରେ କୋଲେଷ୍ଟ୍ରଲ ସ୍ତର ବୃଦ୍ଧିକୁ ଦର୍ଶାଇଥାଏ । ଏହାଦ୍ବାରା ଜଣାପଡେ ଯେ, ଆପଣଙ୍କର ରକ୍ତ ସଞ୍ଚାଳନ ଠିକ୍ ଭାବେ ହେଉନାହିଁ । ଯେଉଁ କାରଣରୁ ନଖ ଫାଟିବାକୁ ଲାଗିଥାଏ ଏବଂ ଏହାର ବୃଦ୍ଧି ମଧ୍ୟ ହୋଇନଥାଏ ।

ଏହା ବ୍ୟତୀତ ବେଳେବେଳେ ଆପଣଙ୍କ ହାତ ଝିମ୍‌ଝିମ୍ ଭଳି ଅନୁଭବ ହୋଇଥାଏ । ଯଦି ବାରମ୍ବାର ଏଭଳି ଅନୁଭବ ହୁଏ ତେବେ ସତର୍କ ରୁହନ୍ତୁ । କାରଣ ଏହା ମଧ୍ୟ ଉଚ୍ଚ କୋଲେଷ୍ଟ୍ରଲର ଲକ୍ଷଣ । ମୋଟାପା ଏବଂ କୋଲେଷ୍ଟ୍ରଲ ବୃଦ୍ଧି ଯୋଗୁଁ ହାତରେ ଝିମ୍‌ଝିମ୍‌ ହୋଇଥାଏ ।

କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବା ପାଇଁ କରନ୍ତୁ ଏହି ଉପାୟ
ପ୍ରଥମେ ଆପଣ ନିଜ ଜୀବନଶୈଳୀରେ ପରିବର୍ତ୍ତନ କରନ୍ତୁ ଏବଂ ଏହି ସମୟ ରେ ଆପଣ ଖାଦ୍ୟରେ ଯଥେଷ୍ଟ ସବୁଜ ପନିପରିବା ସାମିଲ କରନ୍ତୁ I

ଅଧିକରୁ ଅଧିକ ଫଳ ଖାଆନ୍ତୁ, ଏହା ଶରୀରରେ ବ୍ୟାଡ଼ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣରେ ରଖିବ

ପ୍ରତିଦିନ ପ୍ରାତଃ ଭ୍ରମଣ ସହିତ ବ୍ୟାୟାମ କରିବାର ଅଭ୍ୟାସ କରନ୍ତୁ I ତେବେ ସକାଳେ ଉଠି ମୁହଁ ନ ଧୋଇ ଖାଲି ପାଟିରେ ରସୁଣ ସହିତ ଏକ ଗ୍ଲାସ ଉଷୁମ ପାଣି ପିଇଲେ, ଏହା ଆପଣଙ୍କ ଶରୀରକୁ ମଧ୍ୟ ଫିଟ୍ ରଖିବ, ଯେଉଁ କାରଣରୁ ଏହି ପ୍ରକାର ସମସ୍ୟା ଆପଣଙ୍କ ପାଖକୁ ଆସିବା ପୂର୍ବରୁ ୧୦ ଥର ଚିନ୍ତା କରିବ I

Comments are closed, but trackbacks and pingbacks are open.