ଖୋଲିଲା ଅର୍ଚ୍ଚନାଙ୍କ ରହସ୍ୟ

26

ଅର୍ଚ୍ଚନା ମାମଲାରେ ଦାଖଲ ହେବ ଚାର୍ଜସିଟ୍ । କୋର୍ଟରେ ଚାର୍ଜସିଟ୍ ଦାଖଲ କରିବ ଖଣ୍ଡିଗିରି ଥାନା ପୋଲିସ
ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ମାମଲାରେ କୋର୍ଟରେ ଚାର୍ଜସିଟ ଦାଖଲ କରିବ କମିଶନରେଟ୍ ପୋଲିସ । ଖଣ୍ଡିଗିରି ଥାନା ପୋଲିସ ଏହି ଚାର୍ଜସିଟ୍ ଦାଖଲ କରିବ । କୋର୍ଟରେ ୨ହଜାରରୁ ଅଧିକ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରାଯିବା ନେଇ ସୂଚନା ମିଳିଛି । ତେବେ ଏହି ଚାର୍ଜସିଟ୍‌ରେ ଅର୍ଚ୍ଚନାଙ୍କ ହନିଟ୍ରାପ କାହାଣୀ ରହିଥିବା କୁହାଯାଉଛି । ପୂର୍ବରୁ ନୟାପଲ୍ଲୀ ଥାନା ପୋଲିସ ୫୦୧ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିବା ବେଳେ କ୍ରାଇମବ୍ରାଞ୍ଚ ମଧ୍ୟ ଚାର୍ଜସିଟ୍ ଦାଖଲ କରିସାରିଛି ।

ସେପଟେ ଝାରପଡ଼ା ଜେଲ୍‌ରେ ଲ’ ପରୀକ୍ଷା ଦେଇଛନ୍ତି ଅର୍ଚ୍ଚନା ନାଗ । ପ୍ରଥମ ପେପର କୋଡ୍ ଅଫ୍ ସିଭିଲ୍ ପ୍ରୋସେଡ୍ୟୁର୍‌-୧ ପରୀକ୍ଷା ଦେଇଥିଲେ । ଦିନ ୧ଟା ୩୦ରୁ ୪ଟା ୩୦ ପର୍ଯ୍ୟନ୍ତ ପରୀକ୍ଷା ଦେଇଥିଲେ ଅର୍ଚ୍ଚନା । ଏଥିପାଇଁ କ୍ୟାପିଟାଲ ଲ’ କଲେଜ ଓ ଝାରପଡ଼ା ଜେଲ କର୍ତର୍ୃପକ୍ଷ ପକ୍ଷରୁ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଜେଲ ମାନୁଆଲ ଅନୁସାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା ।

ପ୍ରଥମ ଦିନ ପରୀକ୍ଷାରେ କ୍ୟାପିଟାଲ ଲ’ କଲେଜରୁ ପ୍ରଶ୍ନ ପତ୍ର ଓ ଖାତା ସ୍ୱତନ୍ତ୍ର ସୁରକ୍ଷାରେ ଜେଲ ପରିସରରେ ପହଁଚିଥିଲା । ପରେ କଲେଜ ପକ୍ଷରୁ ସ୍ୱତନ୍ତ୍ର ଭାବେ ନିଯୁକ୍ତ ପରୀକ୍ଷକ ଓ ଜେଲରଙ୍କ ତତ୍ତ୍ୱାବଧାନରେ ପରୀକ୍ଷା ଦେଇଥିଲେ ଅର୍ଚ୍ଚନା । ୧୭ ତାରିଖ ପର୍ଯ୍ୟନ୍ତ ୭ମ ସେମିଷ୍ଟାର ପରୀକ୍ଷା ଚାଲିବ ବୋଲି ସୂଚନା ମିଳିଛି ।

Comments are closed, but trackbacks and pingbacks are open.