ଅର୍ଚ୍ଚନାଙ୍କ ବାପାଙ୍କୁ ଇଡିର ଜେରା

15

ଭୁବନେଶ୍ୱର: ଗୋଟିଏ ପଟେ ହନିଟ୍ରାପ୍‌ କୁଇନ୍‌ ଅର୍ଚ୍ଚନା ନାଗର ବିଜନେସ୍‌ ପାର୍ଟନର ଖଗେଶ୍ୱର ପାତ୍ରକୁ ମାରାଥନ ଜେରା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳାୟ(ଇଡି)। ହନିଟ୍ରାପ, ବ୍ଲାକମେଲ ଓ ଅର୍ଥ କାରବାରରେ ତା’ର ଭୂମିକା କ’ଣ ରହିଛି? ଏଥିରେ ମୁଖ୍ୟ ଷଡଯନ୍ତ୍ରକାରୀ କିଏ? ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଗଡଫାଦର କିଏ? ତାହା ଜାଣିବା ପାଇଁ ଇଡି ଖଗେଶ୍ୱରକୁ ଘାଣ୍ଟୁଛି। ଏଥିସହ ଅର୍ଚ୍ଚନା ନାଗଫାସରେ କିଏ କିଏ ଫଶିଥିଲେ? କିଏ, କେତେ ଟଙ୍କା ଦେଇଛନ୍ତି? ବିଏମଡବ୍ଲୁ ଭଳି ଏକାଧିକ ନାମୀଦାମୀ ଗାଡି ଓ ଆଲିସାନ ବଙ୍ଗଳା କେଉଁଠୁ ଆସିଲା? ଏଭଳି ଅନେକ ପ୍ରଶ୍ନ ଇଡି ଖଗେଶ୍ୱରକୁ ପଚାରିଥିବା ଆଲୋଚନା ହେଉଛି। ଅନ୍ୟପଟେଲେଡି ବ୍ଲାକ୍‌ ମେଲର ଅର୍ଚ୍ଚନା ନାଗଙ୍କ ବାପା ଇଡି ଅଫିସରେ ହାଜର ହୋଇଛନ୍ତି ।  ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ତାଙ୍କୁ ହାଜର ହେବା ପାଇଁ କୁହାଯାଇଥିବା ବେଳେ ଆଜି ସେ ଇଡି  କାର୍ୟ୍ୟାଳୟରେ ହାଜର ହୋଇଥିବା ଜଣାପଡ଼ିଛି । ଅର୍ଚ୍ଚନାଙ୍କ ବିଷୟରେ ଅଧିକ ତଥ୍ୟ ଜାଣିବାକୁ ଇଡି ତାଙ୍କୁ ପଚରାଉଚରା କରୁଛି । ଏତେ ସମ୍ପତ୍ତିର ମାଲିକାଣୀ କିପରି ହେଲେ ଅର୍ଚ୍ଚନା, ସେନେଇ  ପଚରାଉଚରା କରୁଛି ଇଡି । ୫ ବର୍ଷ ମଧ୍ୟରେ କେମିତି ଠୁଳ ହେଲା କୋଟି କୋଟି ଟଙ୍କାର ସମ୍ପତ୍ତି ସେ ନେଇ ମଧ୍ୟ ଇଡି ଖୋଳତାଡ କରୁଥିବା ଜଣାପଡ଼ିଛି । ସେପଟେ ଧୀରେ ଧୀରେ ଖୋଲୁଛି ନାଗପେଡ଼ି । ଫିଟୁଛି ଅର୍ଚ୍ଚନାଙ୍କ ଗୁମର । ଅଧିକ ପ୍ରମାଣ ଯୋଗାଡ଼ କରିବାରେ ଲାଗିପଡ଼ିଛି ଇଡି ।

Comments are closed, but trackbacks and pingbacks are open.