୭ ଦିନିଆ ଇଡି ରିମାଣ୍ଡରେ ଯିବେ ଅର୍ଚ୍ଚନା

27

ଭୁବନେଶ୍ୱର : ଅର୍ଚ୍ଚନା ନାଗ ଙ୍କୁ ୭ ଦିନିଆ ରିମାଣ୍ଡରେ ନେବ ଇଡି I ଅର୍ଚ୍ଚନା ନାଗକୁ ରିମାଣ୍ଡରେ ନେଇ ଆସନ୍ତା ୧୩ ତାରିଖରେ ହାଜର କରିବାକୁ ନିର୍ଦେଶ ଦେଇଛନ୍ତି। ୧୫ ଦିନିଆ ରିମାଣ୍ଡ୍‌ରେ ନେବା ପାଇଁ ଇଡି କୋର୍ଟରେ ଆବେଦନ କରିିଥିବା ବେଳେ କୋର୍ଟ ୭ ଦିନର ଅନୁମତି ମିଳିଛି ।

ଅର୍ଚ୍ଚନାଙ୍କ ଲିଙ୍କରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳାୟ(ଇଡି) କିଛି ଲୋକଙ୍କୁ ଜେରା କରିଛି। ତେବେ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେଇ ଜେରା କରିବାକୁ ଚାହିଁଥିଲା ଇଡି। ସେଥିପାଇଁ ୧୫ ଦିନ ରିମାଣ୍ଡରେ ନେବା ପାଇଁ ଆଜି ଭୁବନେଶ୍ୱର ସ୍ୱତନ୍ତ୍ର ଜିଲ୍ଲା ଦୌରାଜଜ୍‌ କୋର୍ଟରେ ଆବେଦନ କରିଥିଲା ଇଡି। ଆର୍ଥିକ କାରବାରର ଖିଅ ଖୋଜୁଥିବା ଇଡି ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେଇ ଜେରା କରିବା ସହିତ ଅନେକ କିଛି ଗୁମର ଫିଟାଇବାକୁ ଲକ୍ଷ୍ୟ ରଖିଛି । ଜେଲରୁ ବାହାରି କଡ୍ଡା ସୁରକ୍ଷା ବଳୟ ମଧ୍ୟରେ ଅର୍ଚ୍ଚନାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ତେବେ ସେହିଭଳି ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ମଧ୍ୟ କୋର୍ଟରେ ହାଜର ହୋଇଥିଲେ । ହାଜିରା ପରେ ଖୋର୍ଦ୍ଧା ଜିଲ୍ଲା ଦୌରାଜଜରେ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେବା ପାଇଁ ବିଧିବଦ୍ଧ ଆବେଦନ କରିଥିଲା ଇଡି ।

Comments are closed, but trackbacks and pingbacks are open.