ପୁଣି ରିମାଣ୍ଡରେ ଆସିବେ ଅର୍ଚ୍ଚନା ନାଗ

55

ଭୁବେନଶ୍ୱର : ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ବଢୁଛି ଅଡୁଆ । ଅର୍ଚ୍ଚନାଙ୍କ  ୭ଦିନ ରିମାଣ୍ଡ ସମୟୟରେ ଅର୍ଚ୍ଚନାଙ୍କଠାରୁ ଇଡିର ଅଧିକାରୀମାନେ ବିଭିନ୍ନ ଦିଗକୁ ନେଇ ପ୍ରଶ୍ନ କରିଥିଲେ । ହେଲେ ଅର୍ଚ୍ଚନା ଇଡିକୁ ନିରାଶ କରିଥିବା ସୂଚନା ମିଳିଛି । ଚତୁର ଅର୍ଚ୍ଚନା ଅଳ୍ପ କିଛି ତଥ୍ୟ ଦେଇଥିବାବେଳେ ଅନେକ କିଛି ଚାପି ଦେଇଥିବା କୁହାଯାଉଛି । ଆଜି ଅର୍ଚ୍ଚନାଙ୍କୁ କୋର୍ଟରେ ହାଜର କରାଯିବ । ଅର୍ଚ୍ଚନାକୁ ଗତ ୬ ତାରିଖରେ ଇଡି ରିମାଣ୍ଡରେ ଆଣିଥିଲା । କ୍ୟାପିଟାଲ ହସ୍ପିଟାଲରୁ ବାହାରିବାବେଳେ ଗଣମାଧ୍ୟମ ଆଗରେ କହିଥିଲେ, ଏମିତି ତଥ୍ୟ ଅଛି, ୩୦ମିନିଟରେ ରାଜ୍ୟ ଦୋହଲାଇ ଦେବି । ହେଲେ ଅର୍ଚ୍ଚନା ଆଜି ପର୍ଯ୍ୟନ୍ତ ଇଡି ଆଗରେ ମୁହଁ ଖୋଲୁ ନାହାନ୍ତି । ଏମିତିକି ତଦନ୍ତରେ ସହଯୋଗ କରୁନଥିବା ଜଣାପଡିଛି । ଅନ୍ୟପଟେ ଆସନ୍ତାକାଲି ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ କୋର୍ଟରେ ହାଜର କରାଯିବ । ଇଡି ତାଙ୍କୁ ରିମାଣ୍ଡରେ ଆଣିବ ବୋଲି ଜଣାପଡିଛି । ସୁରକ୍ଷାକୁ ନଜରରେ ରଖି ଇଡିର ଅଧିକାରୀମାନେ କମିଶନରେଟ ପୁଲିସକୁ ୧ପ୍ଲାଟୁନ ପୋଲିସ ଫୋର୍ସ ଓ କିଛି ଅଧିକାରୀ ମାଗିଛନ୍ତି । ସେମାନଙ୍କ ଦାବି ମୁତାବକ ପୁଲିସ୍‌ ଫୋର୍ସ ଦିଆଯିବ ବୋଲି ଡିସିପି ସୂଚନା ଦେଇଛିନ୍ତି । 

Comments are closed, but trackbacks and pingbacks are open.