ଅର୍ଚ୍ଚନା ନାଗ ମାମଲା: ମୂଳ ମାମଲାରୁ କ୍ଷୀଅ ଖୋଜୁଛି ଇଡି

13

ଭୁବନେଶ୍ୱର: ବହୁଚର୍ଚ୍ଚିତ ଅର୍ଚ୍ଚନା ହନିଟ୍ରାପ୍ ମାମଲାରେ ସିନେ ନିର୍ଦ୍ଦେଶକ ଅକ୍ଷୟ ପରିଜା ଆଜି ଇଡି କାର୍ଯ୍ୟାଳୟରେ ହାଜର ହେଲେନି । ଅସୁସ୍ଥତା ଦର୍ଶାଇ ସେ ହାଜର ହୋଇ ନାହାନ୍ତି । ସେ ବ୍ୟାଙ୍କକ୍‌ରୁ ଫେରିଛନ୍ତି । ଡାକ୍ତାରଙ୍କ ପରାମର୍ଶ କ୍ରମେ ସେ ହୋମ୍ ଆଇସୋଲେସନ୍‌ରେ ଅକ୍ଷୟଙ୍କ ଓକିଲ ଇଡିି କାର୍ଯ୍ୟାଳୟରେ ପହଞ୍ଚି ଇଡି ଅଧିକାରୀଙ୍କୁ ଏସମ୍ପର୍କରେ ଅବଗତ କରାଇଛନ୍ତି । ତେବେ ଅକ୍ଷୟ ୨ରୁ ୪ ଦିନ ମଧ୍ୟରେ ଇଡିରେ ହାଜର ହେବେ ବୋଲି ସେ ଗଣମାଧ୍ୟମକୁ କହିଛନ୍ତିି । ତେବେ ସିନେ ନିର୍ଦ୍ଦେଶକ ଅକ୍ଷୟଙ୍କୁ ନୋଟିସ କରିବା ଘଟଣା ସ୍ପଷ୍ଟ ଦର୍ଶାଉଛି ଯେ ଇଡି ମୂଳରୁ ହିଁ କ୍ଷୀୟ ଖୋଜୁଛି । ଏଠାରୁ ତଦନ୍ତ ଆଗକୁ ବଢାଇପରେ ଇଡି । କାରଣ ଅକ୍ଷୟ ପରିଜା ଥାନାରେ ଏତଲା ଦେବା ପରେ ହିଁ ଅର୍ଚ୍ଚନା ନାଗ ମାମଲା ସାମ୍ନାକୁ ଆସିଥିଲା । ଅକ୍ଷୟ ମାମଲାର ମୂଳ ହୋଇଥିବାରୁ ତାଙ୍କୁ ପଚରାଉଚରା କରିବାକୁ ଚାହୁଁଛି ଇଡି । ତାଙ୍କ ବୟାନକୁ ଆଧାର କରି ଇଡି ତଦନ୍ତ ଆଗକୁ ବଢାଇବ । ପରେ ବିଭିନ୍ନ ସ୍ଥାନରେ ହୋଇଥିବା ରେଡ୍‌, ମୋବାଇଲ ଏବଂ କମ୍ପ୍ୟୁଟର ହାଡ଼ଡିକ୍ସରୁ ମିଳିଥିବା ତଥ୍ୟ ସହ ଅକ୍ଷୟଙ୍କ ବୟାନକୁ ଯୋଡି ତଦନ୍ତର ଏକ କଡି ପ୍ରସ୍ତୁତ କରିବାକୂ ଇଡି ପକ୍ଷରୁ ଉଦ୍ୟମ କରାଯାଉଛି । ଯାହା ପରେ ଇଡିକୁ ମିଳିପାରେ ବଡ଼ ସଫଳତା । ଇଡି ଜାଲରେ ଫସି ପାରନ୍ତି ବଡବଡିଆ ହ୍ୱାଇଟ୍ କଲର ଏଲିଫ୍ୟଣ୍ଟ । ତେବେ ଅକ୍ଷୟଙ୍କ ଠାରୁ ଅର୍ଚ୍ଚନା ଟଙ୍କା ନେଇଛନ୍ତି କି ନାହିଁ । ଯଦି ନେଇଛନ୍ତି କେଉଁ ଉପାୟରେ ନେଇଛନ୍ତି । ଟଙ୍କା ନେବାର ମାଧ୍ୟମ କଣ ଥିଲା । ବ୍ଲାକ୍‌ମେଲିଂ ଟଙ୍କା କେଉଁ ଆକାଉଣ୍ଟକୁ ଯାଉଥିଲା । ଅର୍ଚ୍ଚନା ବିଭିନ୍ନ ଝିଆମାନଙ୍କୁ ନେଇ କିଭଳି ଏକ ବ୍ଲାକମେଲିଂ ରାକେଟ ପ୍ରସ୍ତୁତ କରୁଥିଲେ । ଶ୍ରଦ୍ଧାଞ୍ଚଳି ଏହି ଗ୍ୟାଙ୍ଗର ଏକୁଟିଆ ସଦସ୍ୟ ଥିଲେ ନା ଆଉ କେହି ଅର୍ଚ୍ଚନାଙ୍କ ସହିତ ଏହି ଗ୍ୟାଙ୍ଗରେ କାମ କରୁଥିଲେ । ବ୍ଲାକ୍‌ମେଲିଂ ଗ୍ୟାଙ୍ଗ କିଭଳି ଅପରେଟ୍ କରୁଥିଲା । ଇଡି ଅଧିକାରୀଙ୍କୁ ଅକ୍ଷୟ ଏଭଳି ପଶ୍ନର ଜବାବ ଦେବାକୁ ପଡିପାରେ । ସୂଚନାଯୋଗ୍ୟ ଅକ୍ଷୟଙ୍କ ନୟାପଲ୍ଲୀ ଥାନରେ ଦେଇଥିବା ଏତାଲାକୁ ଅନୁଯାୟୀ ଅର୍ଚ୍ଚନା ତାଙ୍କୁ କାମ ମାଗିବାକୁ ଆସିଥିଲେ । ସେ ସିରିୟଲରେ ଇଣ୍ଟ୍ରେଷ୍ଟ ନ ଥିଲା ବେଳେ ଫିଲ୍ମ୍ କିମ୍ବା କୌଣସି ବ୍ୟବସାୟରେ ଅକ୍ଷୟଙ୍କ ସହଯୋଗ ମାଗିଥିଲେ । ପରେ ଅସୁବିଧା ଦର୍ଶାଇ ୫ ଲକ୍ଷ ଟଙ୍କା ଅକ୍ଷୟଙ୍କୁ ମାଗିଥିଲେ । ଅକ୍ଷୟ ନ ଦେବାରୁ ଏକ ଅନ୍ତରଙ୍ଗ ଭିଡିଓ ଭାଇରାଲ କରାଇାଦେବାକୁ କହିଥିଲେ । ଅକ୍ଷୟଙ୍କ କହିବା ଅନୁଯାୟୀ ଏହା ଏକ ଫେକ୍ ଭିଡିଓ ବୋଲି କୁହାଯ।।ଇଥିଲା । ଅନ୍ୟପକ୍ଷରେ ବିଜେନେସ୍ ପାର୍ଟନ ଖଗେଶ୍ୱର ପାତ୍ରଙ୍କ ରିମାଣ୍ଡ ଶେଷ ହେବ । ରିମାଣ୍ଡରେ ଅର୍ଚ୍ଚନାଙ୍କ ଅର୍ଥନୈତିକ ସାମ୍ରାର୍ଯ୍ୟର ବହୁ ଗୁରୁତ୍ୱପୁର୍ଣର୍ ତଥ୍ୟ ଇଡିକୁ ମିଳିଛି । ଏଥିରେ ବ୍ୟବସାୟୀ, ରାଜନେତାଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ହ୍ୱାଇଟ୍ ଏଲିଫ୍ରାଣ୍ଟ ଅର୍ଚ୍ଚନା ଏବଂ ଖଗେଶ୍ୱରଙ୍କ ଲିଙ୍କରେ ଥିବା ଜଣାପଡିଛି । ସୋମନଙ୍କ ସହ ଟଙ୍କା ଟ୍ରାଞ୍ଜାକ୍ସନ ମଧ୍ୟ କରିଛନ୍ତି ବୋଲି ଇଡିକୁ ସୂଚନା ମିଳିଛି । ତେବେ ଖଗେଶ୍ୱରଙ୍କ ରିମାଣ୍ଡ ଶେଷ ହେବା ପରେ ଏବେ ଆୟକର ବିଭାଗ(ଆଇଟି)ର ପାଳି । ଆଇଟି ଆଗକୁ ସମ୍ପୂର୍ଣ୍ଣ ଆକ୍ଟିଭ୍ ହେବାର ସମ୍ଭାବନା ରହିଛି । ଏମାନେ ଆୟକର ଫାଙ୍କିଛନ୍ତି କି ନାହିଁ ଆୟକର ବିଭାଗ ଏହାର ତଦନ୍ତ ରିପୋର୍ଟ ଦେବାକୁ ଏସ୍‌ଆଇଟି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ଅର୍ଚ୍ଚନା ଦାମୀ ଜିନିଷପତ୍ର ,କାର ଏବଂ ବିଳାସପୂର୍ଣ୍ଣ ଘର ପାଇଁ କେଉଁଠୁ ଏତେ ଟଙ୍କା ଆସିଲା । ଏହି ଟଙ୍କାର ଆୟକର ଦିଆଯାଇଛି କି ନାହିଁ । ଏମ୍ପର୍କରେ ଇଡି ହାତରେ କିଛି ତଥ୍ୟ ଲାଗିଥିବା ନେଇ ଜଣାପଡିଛି । ଏହାର ସୂଚନା ଇଡି ପକ୍ଷରୁ ଆୟକର ବିଭାଗକୁ ଖୁବ୍‌ଶୀଘ୍ର ହସ୍ତାନ୍ତ କରାଯିବା ନେଇ ଚର୍ଚ୍ଚା ଜୋର ଧରିଛି । ଆଇଟି ଡିପାର୍ଟମେଣ୍ଟ ଏସବୁ ଘଟଣାର ତଦନ୍ତ ଆରମ୍ଭ କରିବାକୁ ପ୍ରସ୍ତୁତି ଆରମ୍ଭ କଲାଣି । ତେବେ ଏବେ କେବଳ ଇଡି ରିପୋର୍ଟକୁ ଅପେକ୍ଷା ।

Comments are closed, but trackbacks and pingbacks are open.