ଅର୍ଚ୍ଚନା ଜଗବନ୍ଧୁ ବ୍ଲାକମେଲିଂ ଘଟଣା: ଅର୍ଥନୈତିକ କାରବାରର ତଦନ୍ତ କରିବ ଇଡି

26

ଭୁବନେଶ୍ୱର୍‌:ବ୍ଲାକମେଲିଂ ଓ ହନିଟ୍ରାପ୍ ମାମଲାରେ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଥିବା ଅର୍ଚ୍ଚନା ନାଗ୍ ଏବଂ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ପାଇଁ ଦିନକୁ ଦିନ ଅଡୁଆ ବଢିବାରେ ଲାଗିଛି । ରାଜଧାନୀ ଛାତି ଉପରେ କୋଟି କୋଟି ଟଙ୍କା ବ୍ୟୟରେ ଆଲିସାନ ବଙ୍ଗଳା ତିଆରି କରିବା ସହ ନାମୀଦାମୀ କାର ଓ ବାଇକ ଚଢିବା ନେଇ ଟଙ୍କା କେଉଁଠୁ ଆସୁଥିଲା । ଏତେ କମ ସମୟ ମଧ୍ୟରେ ଏତେ ଟଙ୍କା କିପରି ଅର୍ଜନ କରିଲେ । ଏହି କଳାଟଙ୍କାର ମୂଳଉତ୍ସକୁ ଖୋଜିବା ନେଇ ଅଭିଯୁକ୍ତ ଦମ୍ପତ୍ତି ଅର୍ଚ୍ଚନା ଜଗବନ୍ଧୁଙ୍କର ଅର୍ଥନୈତିକ କାରବାର ସମ୍ପର୍କରେ ତଦନ୍ତ କରିବ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) । ଏ ନେଇ କମିଶନରେଟ ପୁଲିସ ଠାରୁ ଇଡିର ଅଧିକାରୀ ତଥ୍ୟ ମାଗିବା ସହ ମିସନରେଟ ପୁଲିସର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛି ଇଡି । ରାଜଧାନୀରେ ବିଳାସପୁର୍ଣ୍ଣ ଜୀବନ ବିତାଉଥିଲେ ଅର୍ଚ୍ଚନା ଓ ଜଗବନ୍ଧୁ । ରାଜ୍ୟର ପ୍ରତିଷ୍ଠିତ ନେତା ମନ୍ତ୍ରୀ ଓ ବ୍ୟବସାୟୀଙ୍କ ସମ୍ପର୍କରେ ରହିଥିଲେ ଉଭୟ ଅଭିଯୁକ୍ତ ଦମ୍ପତ୍ତି । ଏମାନଙ୍କ ଠାରୁ ମୋଟା ଅଙ୍କର ଟଙ୍କା ଆଣି ଏତେ ବଡ କଳା ସମ୍ରାାଜ ତିଆରି କରିଛନ୍ତି କି ଅଭିଯୁକ୍ତ ଦମ୍ପତ୍ତି । ଯଦି ଆସିଛି କିଏ କେତେ ଟଙ୍କା ଟଙ୍କା କେଉଁ ଉଦେଶ୍ୟରେ ଦେଇଛି । ଏସବୁ ଟଙ୍କା ଅର୍ଚ୍ଚନା କେଉଁଠାରେ ବିନିଯୋଗ କରିଥିଲେ ତାହାର ଖୋଳତାଡ କରିବ ଇଡି । ଅର୍ଚ୍ଚନାଙ୍କ କଳା ସମ୍ପତ୍ତିର ତାଲିକା ପାଇଁ ଆରବିଆଇକୁ ତଥ୍ୟ ମାଗିଥିଲା କମିସନରେଟ ପୁଲିସ । ବ୍ୟାଙ୍କ ଜରିଆରେ ଟଙ୍କା ଲେଣ ଦେଣ ସମ୍ପର୍କରେ ପୁଲିସକୁ ତଥ୍ୟ ଦେଇଥିଲା ଆରବିଆଇ । ଉକ୍ତ ତଥ୍ୟକୁ ଆଧାର କରି ପୁଲିସ ବିଲଡର ସମେତ ୫ ଜଣଙ୍କୁ ପଚରା ଉଚରା ମଧ୍ୟ କରୁଛି । ତେବେ ବ୍ୟାଙ୍କ ଟ୍ରାନଜାକ୍ସନ କରି ପୁଲିସ ର‌୍ୟାଡରେ ଥିବା ବ୍ୟକ୍ତଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ଦେଉନି ପୁଲିସ । ତେବେ ଇଡି ତଦନ୍ତ ହେଲେ ଅର୍ଚ୍ଚନାଙ୍କ କଳା ଟଙ୍କା କାରବାର ସହ ବ୍ଲାକମେଲିଂର ଗୁମର ଖୋଲିବା ସହ ଅନ୍ୟ ବ୍ୟକ୍ତିଙ୍କ ସଂପୃକ୍ତି ପଦାକୁ ଆସିବ । କାରଣ ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ନାଗଫାସରେ ଫସିଥିବା ଚର୍ଚ୍ଚା ହେଉଛି । ଭୟ ଓ ଲୋକ ଲଜ୍ୟାକୁ ଡରି ସେମାନେ ପୁଲିସ ନିକଟରେ ଅଭିଯୋଗ କରୁନାହାନ୍ତି । ତେବେ ଇଡି ତଦନ୍ତ ପରେ ଏତେ ଟଙ୍କା ଅର୍ଚ୍ଚନା ଓ ଜଗବନ୍ଧୁ କେଉଁଠୁ ଆଣିଲେ ତାହାର ଖୁଲାସ ହେବା ସହ ସଂପୃକ୍ତ ଅନ୍ୟ ଅଭିଯୁକ୍ତମାନେ ଆଇନର କାଠ ଗଡାକୁ ଟଣା ହେବେ ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ଜୋର ଧରିଛି ।

Comments are closed, but trackbacks and pingbacks are open.