ଅର୍ଚ୍ଚନା ଜଗବନ୍ଧୁ ବ୍ଲାକମେଲ ମାମଲା: ପୁଣି ୩ ଦିନିଆ ରିମାଣ୍ଡରେ ଖଗେଶ୍ୱର ଆସିଲେ

19

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଓ ସ୍ୱାମୀ ଜଗବନ୍ଧୁ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି)ର ଅଧିକାରୀମାନେ ସୋମବାର ଖଗେଶ୍ୱର ପାତ୍ରଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ୩ ଦିନିଆ ରିମାଣ୍ଡରେ ଆଣିଛନ୍ତି । ଇଡିପକ୍ଷରୁ ୫ ଦିନିଆ ରିମାଣ୍ଡ ଆବେଦନ ହୋଇଥିବା ବେଳେ କୋର୍ଟ ୩ ଦିନିଆ ରିମାଣ୍ଡ ଅନୁମତି ଦେଇଛନ୍ତି । ପୂର୍ବରୁ ୧୦ ଦିନ ଇଡ଼ି ରିମାଣ୍ଡରେ ଥିବା ଖଗେଶ୍ୱରଙ୍କ ରିମାଣ୍ଡ ଅବଧି ରବିବାର ଶେଷ ହୋଇଥିଲା । ସୋମବାର ତାଙ୍କୁ ଭୁବନେଶ୍ୱର କୋର୍ଟରେ ହାଜର କରାଯାଇଥିଲା । ତେବେ ଅର୍ଚ୍ଚନା ସ୍ୱାମୀ ଜଗବନ୍ଧୁଙ୍କ କଳାସାମ୍ରାଜ୍ୟ ଓ ବ୍ଲାକମେଲିଂ ମାମଲାରେ ଖଗେଶ୍ୱର ଇଡିର ତଦନ୍ତରେ ସହଯୋଗ କରୁନାହାନ୍ତି । ମାମଲା ସଂକ୍ରାନ୍ତରେ ଆହୁରି କିଛି ଅଧିକ ତଥ୍ୟ ଜାଣିବା ନିମନ୍ତେ ଖଗେଶ୍ୱରଙ୍କୁ ପୁଣି ରିମାଣ୍ଡରେ ନେବାକୁ ଇଡି ପକ୍ଷରୁ କୋର୍ଟରେ ଦର୍ଶାଯାଇଥିଲା । ଅନ୍ୟପଟେ ନାଗ-ଚାନ୍ଦ ଦମ୍ପତ୍ତିଙ୍କ ସହ ଲିଙ୍କ୍ ନେଇ ନୋଟିସ୍ ପାଇଥିବା ୧୫ ପ୍ରଭାବଶାଳୀଙ୍କୁ ଆଜିଠୁ ହାଜିରା ଦେବା ଆରମ୍ଭ କରିବେ । ଲେଡି ବ୍ଲାକମେଲରଙ୍କ ଲିଙ୍କରେ ନୋଟିସ ପାଇଥିବା ବ୍ୟକ୍ତିମାନେ ଆଠି ଠାରୁ ଧାର୍ଯ୍ୟ ହୋଇଥିବା ଦିନ ଅନୁଯାଇ ଇଡ଼ି ଅଧିକାରୀଙ୍କ ନିକଟରେ ହାଜର ହୋଇ ନିଜ ପକ୍ଷ ରଖବେ । ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଅର୍ଚ୍ଚନା ବ୍ଲାକମେଲ କରୁବା ନେଇ ପ୍ରଥମେ ନୟାପଲ୍ଲୀ ଥାନାରେ ଅଭିଯୋଗ କରଥିଲେ । ତେବେ ଅକ୍ଷୟଙ୍କୁ ଇଡିରେ ହାଜର ହେବାକୁ ନୋଟିସ ହୋଇଥିଲେ ମଧ୍ୟ ସ୍ୱାସ୍ଥ୍ୟ ଗତ କାରଣ ଦେଖାଇ ଅକ୍ଷୟ ହାଜର ହୋଇନଥିଲେ । ତେବେ ମଙ୍ଗଳବାର ଦ୍ୱିତୀୟାର୍ଦ୍ଧରେ ଇଡ଼ି କାର୍ଯ୍ୟାଳୟରେ ଅକ୍ଷୟ ହାଜର ହେବେ ବୋଲି ଜଣାପଡିଛି । ଅନ୍ୟପକ୍ଷରେ ଅକ୍ଷୟଙ୍କ ସମେତ ଇଡ଼ି କାର୍ଯ୍ୟାଳୟରେ ଅର୍ଚ୍ଚନାଙ୍କ ଅନ୍ୟ ସହଯୋଗୀମାନେ ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ହାଜର ହେଲେ, ସେମାନଙ୍କ ସହ ଖଗେଶ୍ୱରଙ୍କର ମୁହାଁମୁହିଁ ଜେରା କରାଯିବାର ସମ୍ଭାବନା ରହିଛି । ଯାହାଦ୍ୱାରା ଏହି ମାମଲାରେ କିଏ ଓ କାହିଁକି ଏତେ ପରିମାଣର ଟଙ୍କା ବିନିଯୋଗ କରିଥିଲା, ତାହା ଉପରୁ ପରଦା ଉଠିବା ସମ୍ଭବ ହେବ । ତେବେ ଇଡିର ତ୍ୱରିତ କାର୍ଯ୍ୟକୁ ନେଇ ରାଜନୈତିକ ବୟାନ ବାଜି ଆରମ୍ଭ ହୋଇଯାଇଛି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଏହି ମାମଲାରେ ଲିଙ୍କ୍‌ରେ ଥିବା ବଡ଼ ବଡ଼ ନେତାଙ୍କ ସହ ଆଇଏଏସ ଆଇପିଏସଙ୍କ ନାଁ ମୁଁ ଜାଣିଛି । କିନ୍ତୁ କହି ହେବନି । ଇଡିର ତଦନ୍ତରେ ସବୁକିଛି ଧରାପଡିଯିବ । ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବି ପ୍ରଭାବଶାଳୀଙ୍କ ସଂପୃକ୍ତି କଥା କହିଛନ୍ତି । ବଡ଼ବଡ଼ିଆଙ୍କ ସଂପୃକ୍ତି ଆଡ଼କୁ ଇଙ୍ଗିତ କରିଛନ୍ତି । ରାଜ୍ୟର ସବୁଠୁ ବଡ଼ ସେକ୍ସ ସ୍କାଣ୍ଡାଲ ହୋଇଥିବାରୁ ବିଧାନସଭାରେ ଆଲୋଚନା ହେବାର ଆବଶ୍ୟକତା ଥିବା କହିଛନ୍ତି ନରସିଂହ । ତେବେ ଇଡିର ତଦନ୍ତ ପରେ ଅନେକ ଗୁମର ଖୋଲିବା ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି ।

Comments are closed, but trackbacks and pingbacks are open.