ଇଡିରେ ଅର୍ଚ୍ଚନା ମାମଲା: ଦିଲ୍ଲୀ ହେଡକ୍ୱାଟରରେ ହେବ ମନ୍ଥନ

18

ଭୁବନେଶ୍ୱର : ବହୁଚର୍ଚ୍ଚିତ ଅର୍ଚ୍ଚନା ହନିଟ୍ରାପ ମାମଲାର ଟଙ୍କା କରାବାର ଲିଙ୍କରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଦିଲ୍ଲୀ ମୁଖ୍ୟାଳୟରେ ତଦନ୍ତ କେତେଦୁର ଆଗେଇଛି ସେନେଇ ମନ୍ଥନ ହେବ । ଏଥିପାଇଁ ଭୁବନେଶ୍ୱର ଇଡି କାର୍ଯ୍ୟାଳୟରୁ ଏକ ଟିମ୍ ଦିଲ୍ଲୀ ଯିବା ନେଇ ଚର୍ଚ୍ଚା ଜୋର ଧରୁଛି । ଏହି ଟିମ୍ ଦିଲ୍ଲୀରେ ଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଡାଇରେକ୍ଟରଙ୍କ ସହ ଆଲୋଚନା କରିବ । ତଦନ୍ତ ପ୍ରକ୍ରିୟା କେତେଦୁର ଆଗେଇଛି ସେ ନେଇ ଆଲୋଚନା କରିବ । ବିଗତ ଦିନରେ ଇଡି ଅଧିକାରୀମାନେ ଅର୍ଚ୍ଚନା ଟଙ୍କା କାରବାର ଲିଙ୍କରେ ବିଭିନ୍ନ ଲୋକଙ୍କୁ ଜେରା କରଥିଲେ । ସେମାନଙ୍କ ଠାରୁ ମିଳିଥିବା ତଥ୍ୟା ଆଧାରରେ ଏକ ଲମ୍ବା ତାଲିକା ମଧ୍ୟ ପ୍ରସ୍ତୁତ ହୋଇଛି । ଜେରା ବେଳେ ଯେଉଁସବୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଇଡି ହାତରେ ଲାଗିଛି ତାହାକୁ ତର୍ଜମା କରାଯିବ । ଏଥିରେ ଇଡିର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ । ତେବେ ସବୁଠାରୁ ଗରୁତ୍ୱପୂର୍ଣ୍ଣ କଥା ହେଉଛି କିଛି ଟଙ୍କା କାରବାର ବ୍ୟାଙ୍କ ଆକାଉଣ୍ଟ ମାଧ୍ୟରେ ହୋଇଥିଲା ବେଳେ ଅଧିକାଂଶ ଟଙ୍କା କାରବାର କ୍ୟାସ ଆକାରରେ ହୋଇଛି । ଯାହାକୁ ପ୍ରମାଣ କରିବା ଇଡି ପାଇଁ ଏକ ବଡ ଚ୍ୟାଲେଞ୍ଜ ପାଲଟିଛି । ଏହାକୁ ନେଇ ବିଶେଷ ଆଲୋଚନା ହେବ । ଏହାପରେ ତଦନ୍ତ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରାଯିବ । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଇଡି ଅଧିକାରୀମାନେ ଜେରା ବେଳେ ଅର୍ଚ୍ଚନାଙ୍କ ସହ ଶ୍ରଦ୍ଧାଞ୍ଜଳି, ଡ୍ରାଇଭର ଚନ୍ଦନଙ୍କ ଟଙ୍କା କାରବାର ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ହୋଇଥିବା ଜାଣିବାକୁ ପାଇଛି । ସେହିପରି ବ୍ୟବସାୟୀ ଅମୀୟକାନ୍ତି ଦାସ ମଧ୍ୟ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ୭ ଲକ୍ଷ ଟଙ୍କା ଦେଇଥିବା ଗଣମାଧ୍ୟମ କହିଥିଲେ । ଦିଲ୍ଲୀରୁ ଇଡି ଅଧିକାରୀ ଆସିବା ପରେ ଇଡିର ରଣକୌସଳ ବଦଳିପାରେ । ଭିନ୍ନ ଢଙ୍ଗରେ ତଦନ୍ତ ଆଗେଇପରେ । ସୁପର ବସ୍‌ଙ୍କ ଗ୍ରିନ୍ ସିଗ୍‌ନାଲ ଆକ୍ସନ ମୋଡରେ ଆସିପାରେ ଇଡି । ଗିରଫଦାରୀ ସଂଖ୍ୟା ବଡିବା ନେଇ ଚର୍ଚ୍ଚା ଜୋର ଧରୁଛି । ବିଜେନେସ ପାର୍ଟନର ଅର୍ଚ୍ଚନାଙ୍କ ସହ ଖଗେଶ୍ୱର ୩୫ ଲକ୍ଷ ଟଙ୍କା ଟ୍ରାଞ୍ଜାକ୍ସନ କରିଛି ବୋଲି ବିଶ୍ୱସ୍ଥ ସୂତ୍ରରୁ ଖବର ମିଳିଛି । ଆହୁରି ମଧ୍ୟ କୁହାଯାଉଛି ଖଗେଶ୍ୱର ଏହି ଟଙ୍କାର ହିସାବ ଦେଇ ପାରୁନି । ତେବେ ସେ ଟଙ୍କା କେଉଁଠୁ ଆଣିଲା । କଣ ଏହା ବଡବଡିଆଙ୍କ ଟଙ୍କା ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Comments are closed, but trackbacks and pingbacks are open.