ଇଡିରେ ଅର୍ଚ୍ଚନା ମାମଲା: ହାଜର ହେଲେ ଶ୍ରଦ୍ଧାଞ୍ଜଳୀ ଏବଂ ଅକ୍ଷୟ

18

ଭୁବନେଶ୍ୱର: ବହୁଚର୍ଚ୍ଚିତ ଅର୍ଚ୍ଚନା ହନିଟ୍ରାପ୍ ମାମଲାରେ ଇଡି କାର୍ଯ୍ୟାଳୟରେ ଆଜି ହାଜର ହୋଇଥିଲେ ଅର୍ଚ୍ଚନା ସିଣ୍ଡିକେଟ୍‌ର ଫେଭରେଟ୍ ଗାର୍ଲ ଶ୍ରଦ୍ଧାଞ୍ଜଳି ଓରଫ ଶ୍ରଦ୍ଧା । ତାଙ୍କ ପଛେ ପଛେ ସିନେ ପ୍ରଯୋଜକ ଅକ୍ଷୟ ପରିଜା ମଧ୍ୟ ହାଜର ହୋଇଥିଲେ । ଶ୍ରଦ୍ଧା ଦିନ୧୦ଟା ବେଳେ ଇଡିରେ ହାଜର ହେବାର ଥିଲା । ବୋଧହୁଏ ଗଣମାଧ୍ୟମକୁ ଏଡାଇବା ପାଇଁ ସକାଳ ୮ ଟା ସମୟରେ ହାଜର ହୋଇଥିଲେ । ଏହାର ୨ ଘଣ୍ଟା ପରେ ହାଜର ହେଲେ ଅକ୍ଷୟ ପରିଜା । ଅକ୍ଷୟଙ୍କ ସହ ତାଙ୍କ ଓକିଲ ଏବଂ ସୁରକ୍ଷାକର୍ମୀ ଥିଲେ । ଇଡି କାର୍ଯ୍ୟାଳୟ ଭିତରକୁ ଯିବା ବେଳେ ଗଣମାଧ୍ୟମକୁ ଦାୟିତ୍ୱବାନ୍ ହୋଇ ଖବର ପ୍ରସାରଣ କରିବାକୁ କହିଥିଲେ । ଜେରା ନୁହେଁ ବରଂ ଇଡି ଅଧିକାରୀ ତାଙ୍କୁ ପଚରାଉଚରା କରିବାକୁ ଡାକିଛନ୍ତି । କାରଣ ଏହି ମାଲାରେ ସେ ପୀଡ଼ିତ ବୋଲି କହିଥିଲେ ।
ସୂଚନାଯୋଗ୍ୟ ଆଜି ଇଡି କାର୍ଯ୍ୟାଳୟରେ ହାଜର ହୋଇଥିବା ଶ୍ରଦ୍ଧାଞ୍ଜଳି ଏବଂ ସିନେ ପ୍ରଯୋଜକ ଅକ୍ଷୟ ପରିଜା ଗିରଫଦାରୀକୁ ଏଡାଇବା ପାଇଁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ଏହାପରେ ଇଡି ଅଧିକାରୀମାନେ ଖଗେଶ୍ୱର, ଅକ୍ଷୟ ଓ ଶ୍ରଦ୍ଧାଙ୍କୁ ଗୋଟିଏ ଟେବୁଲରେ ବସାଯାଇଥିଲେ । ଏମାନେ ପ୍ରଥମେ ଜଣେ ଅନ୍ୟଜଣଙ୍କ ମୁହଁକୁ ଚାହିଁ ନୀରବ ରହିଥିଲେ । ଡରରେ ପାଣି ପିଉଥିଲେ । ଏହା ପରେ ଆରମ୍ଭ ହେଲା ଜେରା । ଅର୍ଚ୍ଚନା ମାମଲାର ମନି ଟ୍ରାଞ୍ଜାକ୍ସନ ସମ୍ପର୍କରେ ପରାଗଲା ୭୦ରୁ ଅଧିକ ପ୍ରଶ୍ନ । ସମସ୍ତଙ୍କ ଉପସ୍ଥିତିରେ ଅର୍ଚ୍ଚନା ସାମ୍ରାଯ୍ୟ ଗୁମର ଏବଂ ଏଥିରେ କାହାର କେତେ ଭାଗୀଦାରୀ ଅଛି ସେ ନେଇ ପ୍ରଶ୍ନ କରାଯାଇଥିଲା । ପୂର୍ବରୁ ସମସ୍ତଙ୍କ ବୟାନ ଅଲଗା ଅଲଗା ରେକର୍ଡ କରାଯାଇଥିଲା । ଏଥିରେ କିଛି ତଥ୍ୟ ମେଳ ଖାଉ ନ ଥିଲା । ହେଲେ ସାମ୍ନା ସାମ୍ନୀ ବସିବାରୁ ଆଉ ଫାଙ୍କି ହୋଇ ନ ଥିଲା । ବାଧ୍ୟ ହୋଇ ଉଗାଳିଲେ ଗୋଟି ଗୋଟି ତଥ୍ୟ । ତେବେ ଜେରା ବେଳ ଶ୍ରଦ୍ଧାଞ୍ଜଳୀଙ୍କୁ ସର୍ବାଧିକ ପ୍ରଶ୍ନ ପଚରାଯାଇଥିଲା । ଯେପରିକି ସେ ଅର୍ଚ୍ଚନାଙ୍କୁ କେମିତି ଚିହିଁଲେ । ଅର୍ଚ୍ଚନାଙ୍କ ସହ ସେ କେତେବର୍ଷ ହେବ କାମ କରୁଛନ୍ତି । ବ୍ଲାକମେଲିଂ ଗ୍ୟାଙ୍ଗରେ ଆଉ କିଏ କିଏ ରହିଛନ୍ତି । ବଡ ବଡିଆଙ୍କ ପାଖରୁ କେମିତି ଟଙ୍କା ଆସେ । କେମିତି ବ୍ଲାକ୍‌ମେଲିଂ କରାଯାଏ । ସେହିପରି ଅକ୍ଷୟଙ୍କ ସହ ତାଙ୍କର ସମ୍ପର୍କ କଣ । ଅକ୍ଷୟଙ୍କୁ ଶ୍ରଦ୍ଧା କେବେଠାରୁ ଜାଣିଛନ୍ତି । ପାର୍ଲର ଖୋଲିବାକୁ କଣ ପାଇଁ ଅକ୍ଷୟଙ୍କୁ ଟଙ୍କା ମଗୁଥିଲା । ସେ ଟଙ୍କା ଦେଅର୍ଚ୍ଚନା ଏଥିରେ କଣ ମଧ୍ୟସ୍ଥତା କରିଛନ୍ତି । ଯଦି କରିଛନ୍ତି ହନିଟ୍ରାପ ମାମଲାରେ ଆଉ ଆଉ କିଏ ଶିକାର ହୋଇଛନ୍ତି । ବଡବଡିଆ କିଏ ଅର୍ଚ୍ଚନାଙ୍କ ସହ ହାତମିଳାଇଛନ୍ତି । ତାଙ୍କ କ୍ରାଇମ୍ ସିଣ୍ଡିକେଟ୍‌ର ଅନ୍ୟ ସଦସ୍ୟମାନଙ୍କ ସମ୍ପର୍କରେ ଜାଣିବାକୁ ଚାହିଁଥିଲା ଇଡି । ଇଡିର ଏଭଳି ପ୍ରଶ୍ନ ବାଣରେ ଶ୍ରଦ୍ଧାଞ୍ଜଳୀ କାନ୍ଧି ପକାଇଥିବା ଜଣାପଡିଛି । ଖବର ଲେଖା ହେବା ପର୍ଯ୍ୟନ୍ତ ଅକ୍ଷୟ ପରିଜା ଏବଂ ଶ୍ରଦ୍ଧାଞ୍ଜଳୀ ଇଡିରେ କାର୍ଯ୍ୟାଳୟରୁ ବାହାରକୁ ବାହାରି ନ ଥିଲେ । ତେବେ ଶ୍ରଦ୍ଧାଞ୍ଜଳୀ ଏତେ ଦିନ ପର୍ଯ୍ୟନ୍ତ ଥିଲେ କେଉଁଠି । କିଏ ତାଙ୍କ ରଖିଥିଲା । ଇଡି ନୋଟିସ ପାଇ ଅଚାନକ କିଭଳି ହାଜର ହୋଇଗଲେ ତାହାକୁ ନେଇ ଏବେ ପ୍ରଶ୍ନଉଠିଛି । ଅନ୍ୟପକ୍ଷରେ କ୍ୟାପିଟାଲ ହସ୍ପିଟାଲର ଏକ ଡାକ୍ତରୀ ଟିମ୍ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲା । ସେହିପରି ଇଡି ଟାର୍ଗେଟରେ ଏବେ ଅର୍ଚ୍ଚନା । ଅର୍ଚ୍ଚନାଙ୍କୁ ଇଡି ରିମାଣ୍ଡରେ ଆଣି ଜେରା କରିବାକୁ ଚାହୁଁଛି । ଏଥିପାଇଁ କୋର୍ଟରେ ଖୁବ୍‌ଶୀଘ୍ର ରିମାଣ୍ଡ ଆବେଦନ କରିବାକୁ ଇଡି ଅଣ୍ଟାଭିଡିଛି । ଅନ୍ୟ ପକ୍ଷରେ ଆସନ୍ତାକଲି ଖଗେଶ୍ୱରଙ୍କ ରିମାଣ୍ଡ ଶେଷ ହେବ । ରିମାଣ୍ଡ ଶେଷ ହେବା ପୂର୍ବରୁ ଖଗେଶ୍ୱରଙ୍କ ଠାରୁ ସମସ୍ତ ତଥ୍ୟ ସଂଗ୍ରହ କରିବାକୁ ଚାହୁଁଛି ଇଡି ।

Comments are closed, but trackbacks and pingbacks are open.