ଇଡିରେ ଅର୍ଚ୍ଚନା ମାମଲା: ମଙ୍ଗଳବାର ଠାରୁ ଆରମ୍ଭ ଅରମ୍ଭ ହୋଇପାରେ ଇଡି ଆକ୍ସନ

20

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଅର୍ଚ୍ଚନା ହନିଟ୍ରାପ୍ ମାମଲାରେ ଦିଲ୍ଲୀ ଇଡି ମୂଖ୍ୟାଳୟରେ ଡେରା ପକାଇଛନ୍ତି ଇଡି ଅଧିକାରୀ । ଚାଲିଛି ମନ୍ଥନ । ସୁପରବସ୍‌ଙ୍କ ସହ ବିସ୍ତୃତ ଆଲୋଚନା ହେବ । ଅର୍ଚ୍ଚନା ମାମଲାର ତଦନ୍ତ କିଭଳି ଆଗକୁ ଯିବ । ବିଭିନ୍ନ ଲୋକଙ୍କୁ ଜେରା ବେଳେ ଯେଉଁସବୁ ତଥ୍ୟ ସଂଗ୍ରହ କରାଯାଇଛି ତାହା ତଦନ୍ତରେ କିଭଳି ସାହାର୍ଯ୍ୟ କରିବ । ତଥ୍ୟ ଆଧାରରେ କିଭଳି ଆକ୍ସନ ନିଆଯିବ ସେନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ । ଆଲୋଚନା ଶେଷ କରି ଇଡି ଅଧିକାରୀମାନେ ଭୁବନେଶ୍ୱର ଫେରି ଆସିବେ । ମଙ୍ଗଳବାରଠାରୁ ଇଡିକୁ ଆକ୍ସନ ମୋଡରେ ଦେଖିବାକୁ ମିଳିପାରେ । ତାଲିକା ଅନୁଯାୟୀ ଗୋଟା ଗୋଟାଙ୍କୁ ଇଡିକୁ ଡକାଇବ । ଯେଉଁଥିରେ ଫସିପାରନ୍ତି ବିଲଡର, ବ୍ୟବସାୟୀ, ରାଜନେତା ଏବଂ ସୁନା ବ୍ୟବସାୟୀ । କେହି ବି ବାଦ୍ ପଡିବେନି । ଅର୍ଚ୍ଚନା ମାମଲାରେ ଯାହାର ଯାହାର ହାତ ରହିଛି ସେମାନଙ୍କୁ ଡକାଯିବ । ଅନ୍ୟପକ୍ଷରେ ଇଡି କାର୍ଯ୍ୟାଳୟରେ ଦାମୀ ଗାଡି ବ୍ୟବସାୟୀଙ୍କୁ ଜେରା ପାଇଁ ଇଡି କାର୍ଯ୍ୟାଳୟକୁ ଡକାଯାଇଥିଲା । ପୁରୁଣା ଗାଡି କାରବାର କରୁଥିବା ବ୍ୟବସାୟୀଙ୍କୁ ଗିରଫ ମଧ୍ୟ କରାଯାଇଥିଲା । ହେଲେ ସୂନା ବ୍ୟବସାୟୀଙ୍କ ପାଳି କେବେ ପଡିବ ତାହାକୁ ନେଇ ଚର୍ଚ୍ଚା ଜୋରଧରିଛି । ଅର୍ଚ୍ଚନା ବହୁ ଦାମୀ ଦାମୀ ସୁନାଗହଣ ବ୍ୟବହାର କରୁଥିଲେ । ଏହାକୁ କିଣିବା ପରେ ସେ ବିଭିନ୍ନ ସମୟରେ ସୋସିଆଲ ମିଡିଆରେ ପୋଷ୍ଟ କରୁଥିଲେ । ଯାହାର ମୂଲ୍ୟ କୋଟିଏରୁ ଅଧିକ ହେବ । ହେଲେ ସୂନା ଗହଣା କେଉଁଠୁ କିଣାଯାଇଛି । କାହାଠାରୁ କିଣାଯାଇଛି ସେ ଦିଗ କଣ ତଦନ୍ତ ଆଗେଇବ ତାହାକୁ ନେଇ ଉଠିଛି ପ୍ରଶ୍ନ । ବିଶ୍ୱସ୍ଥ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଜଣେ ସୁନାବ୍ୟବସାୟୀ ଅର୍ଚ୍ଚନାଙ୍କୁ କୁଆଡେ ଦେଢ କୋଟି ଟଙ୍କାର ସୂନା ଅଳଙ୍କାର ଉପହାରରେ ଦେଇଥିଲେ ବୋଲି ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା । ଏତେ ଟଙ୍କାର ଗହଣା ସେ କଣ ପାଇଁ ଦେଲେ । ତାଙ୍କର କେଉଁ କାମ କରୁଥିଲେ ଅର୍ଚ୍ଚନା । ଏହି ଟଙ୍କା ଉପହାର ଥିଲା ନା ଆଉ କିଛି । ଏନେଇ ଇଡି ଖୋଳତାଡ କରିପରେ । ତେବେ ସେ ସୂନା ବ୍ୟବସାୟୀ କିଏ ଏବଂ କେବେ ସାମ୍ନାକୁ ଆସିବେ ସେନେଇ ଏବେ ରାଜଧାନୀରେ ଚର୍ଚ୍ଚା ଜୋର ଧରିଛି । ସମ୍ପୃକ୍ତ ସୂନା ବ୍ୟବସାୟୀଙ୍କ ନାମ ଇଡି ତାଲିକାରେ ରହିଥିବା ଚର୍ଚ୍ଚା ଯୋର ଧରିଛି । ସେ ଇଡି କାର୍ଯ୍ୟାଳୟରେ ହାଜର ହେଲେ ଏଥିରୁ ପରଦା ହଟିବ ।

Comments are closed, but trackbacks and pingbacks are open.