ଅର୍ଚ୍ଚନା ଓ ଜଗବନ୍ଧୁ ବାକ୍ଲମେଲିଂ ମାମଲା: ଅର୍ଥ କାରବାରକୁ ନେଇ ଇଡିର ତଦନ୍ତ ଆରମ୍ଭ

22

ଭୁବନେଶ୍ୱର: ବ୍ଲାକମେଲିଂ ଓ ହନିଟ୍ରାପ୍ ମାମଲାରେ ଗିରଫ ହୋଇଥିବା ଅର୍ଚ୍ଚନା ନାଗ୍ ଏବଂ ସ୍ୱାମୀ ଜଗବନ୍ଧୁ ଚାନ୍ଦ ରବିବାର ଜେଲରଙ୍କ ଉପସ୍ଥିତରେ ଭେଟ ହୋଇଛନ୍ତି । ଝାରପଡା ସ୍ୱତନ୍ତ୍ର କାରାଗାରରେ ଅର୍ଚ୍ଚନା ମହିଳା ୱାର୍ଡରେ ଥିବା ବେଳେ ଜଗବନ୍ଧୁଙ୍କୁ ପୁରୁଷ ୱାର୍ଡରେ ରଖାଯାଇଛି । ତେବେ ଜେଲ୍ ମାନୁଆଲ ଅନୁଯାୟୀ, ଜେଲ୍ ରହଣୀ କାଳ ମଧ୍ୟରେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ଭେଟ ହୋଇପାରିବ । ସପ୍ତାହକୁ ଥରେ ଅର୍ଚ୍ଚନା-ଜଗବନ୍ଧୁ ପରସ୍ପରକୁ ଦେଖାସାକ୍ଷାତ କରିପାରିବେ । ଏଥିପାଇଁ ରବିବାର ଦିନ ଧାର୍ଯ୍ୟ ରହିଛି । ମହିଳା ୱାର୍ଡର ଏବଂ ପୁରୁଷ ୱାର୍ଡରଙ୍କ ଉପସ୍ଥିତିରେ ଅର୍ଚ୍ଚନା ଏବଂ ଜଗବନ୍ଧୁ ୧୫ ମିନିଟ୍ ଉଭୟ ଦେଖାସାକ୍ଷାତ ପୂର୍ବ ସାକ୍ଷାତ ପରି କରିଥିଲେ । ଜେଲ୍‌ର ଏବଂ ଅନ୍ୟ ଜଣେ ମହିଳା ଗାର୍ଡଙ୍କ ଉପସ୍ଥିତିରେ ସେମାନଙ୍କୁ ଦେଖାସାକ୍ଷାତ କରିବାର ସୁଯୋଗ ଦିଆଯାଇଥିଲା । ଅର୍ଚ୍ଚନା ସ୍ୱାମୀଙ୍କୁ ଦେଖି ଏଥର ଖୁସୀରେ କଥା ହୋଇଥିଲେ । ତାଙ୍କୁ ଯେମିତି ହେଉ ଜେଲ୍‌ରୁ ମୁକୁଳାଅ ବୋଲି ସ୍ୱାମୀଙ୍କୁ ଜଣାଇଥିଲେ । ଏପରିକି ଓକିଲଙ୍କ ସହ କଥା ହୋଇ ହାଇକୋର୍ଟରେ ଜାମିନ୍ ପାଇଁ ଆବେଦନ କର । ସେଠି ଯଦି ଜାମିନ୍ ମିଳୁନି ତେବେ ଭଲ ଓକିଲି ଧରି ସୁପ୍ରିମ୍ କୋର୍ଟରୁ ଜାମିନ୍ କରାଅ ବୋଲି କହିଥିଲେ ଅର୍ଚ୍ଚନା । ଓକିଲ ସମୟ ଦେଇଥିବା ଜଗବନ୍ଧୁ କହିବା ସହ । ସଂରକ୍ଷିତ ରାୟ ଆସିବା ପରେ ପରବର୍ତ୍ତି ପଦେକ୍ଷପ ନିଆଯିବ ବୋଲି ଓକିଲ କହିଥିବା ଜଗବନ୍ଧୁ ପତ୍ନୀ ଅର୍ଚ୍ଚନାଙ୍କୁ କହିଥିଲେ । ପୂର୍ବଥର ପରି ଅର୍ଚ୍ଚନା ସ୍ୱାମୀ ଜଗବନ୍ଧୁଙ୍କ ଦେହ ଭଲ ଅଛି ବୋଲି ପଚାରିଥିଲେ । ଏବଂ ଜେଲ୍ ଖାଇବା ଭଲ ଲାଗୁଛି କି ନାହିଁ ବୋଲି ମଧ୍ୟ ପଚାରିଥିଲେ । ଯଦି ଜେଲ୍ ଖାଇବା ଭଲ ଲାଗୁନାହିଁ ତେବେ କ୍ୟାଣ୍ଟିନ୍‌ରେ ଖାଇବାକୁ ମଧ୍ୟ ପରାମର୍ଶ ଦେଇଥିଲେ ଅର୍ଚ୍ଚନା । ସମାନ ଭାବେ ଯିବା ବେଳେ ପରଷ୍ପରଙ୍କୁ ଦେଖି ଉଭୟ କାନ୍ଦିଥିବାର ଦେଖିବାକୁ ମିଳିଥିବା ବେଳେ ସବୁ ସମସ୍ୟାର ସମାଧାନ ହେବା ନେଇ ଜଗବନ୍ଧୁ ତାଙ୍କୁ ଆଶ୍ୱାସନା ଦେଇଥିଲେ । ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିବା ଯୁବତୀ ତାଙ୍କ ଗ୍ରାମ ବାଙ୍କିରେ ସେ ନଥିବା ଜଣାପଡ଼ିଛି । ତେବେ ଯୁବତୀ କୁଆଡ଼େ ଗାଏବ ହେଲେ ତାହାକୁ ନେଇ ସନ୍ଦେହ ବଢୁଛି । କାଳେ ଗଣମାଧ୍ୟମ ଯୁବତୀଙ୍କ ଘରକୁ ଯାଇ ପ୍ରଶ୍ନ ପଚାରିବେ । ସେ ଭୟରେ ଯୁବତୀ କୁଆଡେ ପଳାଇଥିବା କୁହାଯାଉଛି । ଏପରିକି ପୁଲିସ ମଧ୍ୟ ଯୁବତୀଙ୍କୁ କିଛି ଦିନ ପାଇଁ ସମ୍ପର୍କୀୟଙ୍କ ଘରେ ରହିବାକୁ ପରାମର୍ଶ ଦେଇଥିବା ଚର୍ଚ୍ଚା ମଧ୍ୟ ହେଉଛି । ଅନ୍ୟପଟେ ଅର୍ଚ୍ଚନା ଓ ଜବନ୍ଧୁ ମାଲାରେ ଇଡି ତଦନ୍ତ ଆରମ୍ଭ କରିଛି । ପୁଲିସକୁ ଆରବିଆଇ ଠାରୁ ମିଳିଥିବା ତଥ୍ୟ ଅନୁସାରେ ପଚରା ଉଚରା କରାଯାଇଥିବା ଲୋକଙ୍କ ସମ୍ପର୍କରେ ଇଡି ତଥ୍ୟ ନେଇଛି । ଆରବିଆଇ ଦେଇଥିବା ତଥ୍ୟରେ ଉଭୟଙ୍କ ଆକାଉଣ୍ଟରୁ ୧୦ କୋଟି ଟଙ୍କା ଆସିଥିବା ସ୍ପଷ୍ଟ ହୋଇଥିଲା । ଅର୍ଚ୍ଚନାଙ୍କ ଅର୍ଥ କାରବାରକୁ ଆରବିଆଇ ଦେଇଥିବା ତଥ୍ୟକୁ ଅନୁସାରେ ଇଡି ୨ ଜଣଙ୍କୁ ହାଜର ହେବା ନେଇ ନୋଟିସ ଜାରି କରିଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଅର୍ଥ କାରବାର ସମ୍ପର୍କରେ ଇଡିର ଖୋଳତାଡ ଆରମ୍ଭ ହେବା ପରେ ସେମାନଙ୍କ କାରବାରରେ ସଂପୃକ୍ତ ଅନ୍ୟ ବ୍ୟକ୍ତିମାନଙ୍କ ମନରେ ଛନକା ପଶିଛି । ପୁଲିସ ନୋଟିସରେ ଉପସ୍ଥିତ ହୋଇନଥିବା ୨ ଜଣ ବ୍ୟକ୍ତି ବିଶେଷଙ୍କୁ ଇଡି ତରଫରୁ ପୁନର୍ବାର ନୋଟିସ ଜାରି କରାଯାଇଥିବା ଜଣାପଡିଛି । ତେବେ ଇଡିର ତଦନ୍ତ ପରେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ କଳା ସାମ୍ରାଜ୍ୟର ଗୁମର ଖୋଲିବା ସହ ବେଆଇନରେ କାରବାରେ ସଂପୃକ୍ତ ଅଭିଯୁକ୍ତଙ୍କ ପରଦା ଫାସ ହୋଇପାରିବ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

Comments are closed, but trackbacks and pingbacks are open.