ଏପ୍ରିଲ-ଅକ୍ଟୋବର ରିପୋର୍ଟ: ସୁନା ଆମଦାନି ୧୭% କମିଛି

26

ନୂଆଦିଲ୍ଲୀ: ଚଳିତବର୍ଷ ଏପ୍ରିଲରୁ ଅକ୍ଟୋବର ମଧ୍ୟରେ ଦେଶରେ ସୁନା ଆମଦାନି ପରିମାଣ ୧୭ ପ୍ରତିଶତ ହ୍ରାସ ପାଇଥିବା ଜଣାପଡିଛି । ଚାହିଦା କମିଥିବାରୁ ସୁନା ଆମଦାନି ପ୍ରାୟ ୨୪ ବିଲିୟନ ଡଲାରକୁ ହ୍ରାସ ପାଇଛି ବୋଲି ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ୨୦୨୧-୨୨ (ଏପ୍ରିଲ-ଅକ୍ଟୋବର)ରେ ସୁନା ଆମଦାନି ୨୯ ବିଲିୟନ ଡଲାର ରହିଥିଲା । ଚଳିତବର୍ଷ ରୁପା ଆମଦାନି ମଧ୍ୟ ୩୪.୮୦ ପ୍ରତିଶତ ହ୍ରାସ ପାଇଁ ୫୮୫ ନିୟୁତ ଡଲାରରେ ପହଞ୍ଚିଥିବା ଜଣାପଡିଛି । ଭାରତରେ ସୁନା ଅଳଙ୍କାର ଚାହିଦା ଅଧିକ ରହୁଥିବାରୁ ଏହା ବିଶ୍ୱର ସର୍ବାଧିକ ଆମଦାନିକାରୀ ରାଷ୍ଟ୍ରଭାବେ ମାନ୍ୟତାଲାଭ କରୁଛି । ଭାରତ ସାଧାରଣତଃ ବର୍ଷକୁ ୮୦୦ରୁ ୯୦୦ ଟନ୍ ସୁନା ଆମଦାନି କରିଥାଏ । ଅପରପକ୍ଷରେ ଚଳିତବର୍ଷ ଏପ୍ରିଲ-ଅକ୍ଟୋବରରେ ମୂଲ୍ୟବାନ ରତ୍ନ ଓ ସ୍ୱର୍ଣ୍ଣାଳଙ୍କାର ରପ୍ତାନୀ ପରିମାଣ ୧.୮୧ ପ୍ରତିଶତ ବୃଦ୍ଧି ପାଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

Comments are closed, but trackbacks and pingbacks are open.